ETV Bharat / sitara

ଗୁରୁ-ଶିଷ୍ୟଙ୍କ ‘ୱାର’କୁ ଡରିଲେ ‘ମରଜାୱାଂ’ ମେକର୍ସ

ଅକ୍ଟୋବରରେ ରିଲିଜ ହେବାକୁ ଯାଉଥିବା ଫିଲ୍ମ ‘ମରଜାୱାଂର’ ରିଲିଜ ତାରିଖ ପରିବର୍ତ୍ତନ କରିଛନ୍ତି ମେକର୍ସ । ‘ୱାର’ ଫିଲ୍ମ ସହ ଟକ୍କର ଦେବାକୁ ଚାହୁଁନାହାଁନ୍ତି ନିର୍ମାତା ।

author img

By

Published : Aug 9, 2019, 2:41 PM IST

ଡିଜାଇନ ଫଟୋ

ମୁମ୍ବାଇ: ଆଜିକାଲି ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ସହ ଫିଲ୍ମ ‘ଜବରିୟା ଯୋଡି’ର ପ୍ରମୋଶନରେ ବ୍ୟସ୍ତ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା । ଏହାସହ ଜଲଦି ତାଙ୍କର ଆଉ ଏକ ଫିଲ୍ମ ‘ମରଜାୱାଂ’ ଦେଖିବାକୁ ମିଳିବ । ଇତିମଧ୍ୟରେ ସିଦ୍ଧାର୍ଥଙ୍କ ଫ୍ୟାନ୍ସଙ୍କ ପାଇଁ ସାମ୍ନାକୁ ଆସିଛି ନୈରାଶଜନକ ଖବର । ଯାହାଶୁଣି ଫ୍ୟାନ୍ସଙ୍କୁ ହୁଏତଃ ଭଲ ଲାଗିନପାରେ ।

କଥାଟି ହେଲା କି ଫିଲ୍ମ ‘ମରଜାୱାଂ’ ଗାନ୍ଧୀ ଜୟନ୍ତ ତଥା ଅକ୍ଟୋବର 2ରେ ରିଲିଜ ହୋଇଥାନ୍ତା । ଠିକ ସେହିଦିନ ଗୁରୁ-ଶିଷ୍ୟ ହ୍ରିତିକ ରୋଶନ ଓ ଟାଇଗର ଶ୍ରଫଙ୍କ ଚର୍ଚ୍ଚିତ ଆକ୍ସନ ଫିଲ୍ମ ‘ୱାର’ ମଧ୍ୟ ରିଲିଜ ହେବାକୁ ଯାଉଛି । ଯାହା ସହ ବକ୍ସ ଅଫିସରେ ମୁହାଁମୁହିଁ ନକରିବା ପାଇଁ ‘ମରଜାୱାଂ’ ଫିଲ୍ମର ରିଲିଜ ତାରିଖ ଘୁଞ୍ଚାଇ ଦେଇଛନ୍ତି ମେକର୍ସ ।

ଏବେ ନିର୍ଦ୍ଦେଶକ ନିଖିଲ ଆଡଭାନୀଙ୍କ ‘ମରଜାୱାଂ’ ସେପ୍ଟେମ୍ବର ପରିବର୍ତ୍ତେ ନଭେମ୍ବରରେ ରିଲିଜ ହେବ । ମେକର୍ସଙ୍କ ଏପରି ନିଷ୍ପତ୍ତି ଦୁଇ ଫିଲ୍ମ ପାଇଁ ଲାଭଦାୟକ ହେବ । କାରଣ ଏକାଠି ରିଲିଜ ହୋଇଥିବା ‘ୱାର’ ଏବଂ ‘ମରଜାୱାଂ’ ଫିଲ୍ମର କଲେକ୍ସନ ଉପରେ ପ୍ରଭାବ ପଡିଥାଆନ୍ତା ।

ପ୍ରକାଶ ଥାଉକି ନିର୍ଦ୍ଦେଶକ ମିଲାପ ଜାଭେରୀ ଏବଂ ‘ମରଜାୱାଂ’ର ନିର୍ମାତା ଚାହୁଛନ୍ତି ଯେ ବିଶାଳ ଜନଗୋଷ୍ଠୀ ସହ ତାଙ୍କ ପ୍ରିମିୟମ ପ୍ରୋଜେକ୍ଟସ ରିଲିଜ ହେଉ । ଗାନ୍ଧୀ ଜୟନ୍ତୀ ଅବସରରେ ‘ୱାର’ ଫିଲ୍ମଟି ଦେଖିବାକୁ ଦର୍ଶକଙ୍କ ଭିଡ ଲାଗିପାରେ । ତେଣୁ ଏକାଠି ଦୁଇଟି ଫିଲ୍ମ ରିଲିଜ କରିବା ଉଭୟ ନିର୍ମାତାଙ୍କ ପାଇଁ କ୍ଷତି ହୋଇପାରେ ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.