ETV Bharat / sitara

ସିଦ୍ଧାର୍ଥ-ତାରାଙ୍କ କେମେଷ୍ଟ୍ରି ଦେଖି ଫ୍ୟାନ୍ସ କହିଲେ ‘ସୁଭାନଅଲ୍ଲାହ’ - ସିଦ୍ଧାର୍ଥ ମଲହୋତ୍ରା ଓ ତାରା ସୁତାରିୟାଙ୍କ ଅଭିନୀତ ଫିଲ୍ମ

ପୁଣି ରୋମାଣ୍ଟିକ ଗୀତ ନେଇ ଦର୍ଶକଙ୍କ ସାମ୍ନାକୁ ଫେରିଲେ ସିଦ୍ଧାର୍ଥ ଓ ତାରା । ରିଲିଜ ହୋଇଯାଇଛି ଦୁଇଜଣଙ୍କ ଅଭିନୀତ ଫିଲ୍ମ ‘ମରଜାୱାଂ’ର ଚତୁର୍ଥ ଗୀତ ‘କିନ୍ନା ସୋଣା’ । ତାରାଙ୍କ ପ୍ରେମରେ ଦିୱାନା ନଜର ଆସୁଛନ୍ତି ସିଦ୍ଧାର୍ଥ । ସୋସିଆଲ ମିଡିଆରେ ଛାଇଲା ଏହି ଗୀତ ।

ଫଟୋ ସୌଜନ୍ୟ: ୟୁଟ୍ୟୁବ
author img

By

Published : Nov 7, 2019, 3:09 PM IST

ମୁମ୍ବାଇ: ଦମଦାର ପ୍ରେମକାହାଣୀ ନେଇ ପରଦାରେ ଖୁବଶୀଘ୍ର ନଜର ଆସିବେ ହ୍ୟାଣ୍ଡସମ ଆକ୍ଟର ସିଦ୍ଧାର୍ଥ ମଲହୋତ୍ରା ଓ ତାରା ସୁତାରିୟା । ଏମାସ 15ରେ ରିଲିଜ ହେବାକୁ ଯାଉଛି ଦୁଇଜଣଙ୍କ ବହୁପ୍ରତିକ୍ଷିତ ଫିଲ୍ମ ‘ମରଜାୱାଂ’ । ନିକଟରେ ରିଲିଜ ହୋଇଥିବା ଫିଲ୍ମର ଟ୍ରେଲର ଏବଂ ଗୀତକୁ ଖୁବ୍ ପସନ୍ଦ କରିଥିଲେ ଦର୍ଶକ । ଫିଲ୍ମର ତିନୋଟି ଗୀତ ରିଲିଜ ପରେ ଦର୍ଶକଙ୍କ ଏକ୍ସାଇଟମେଣ୍ଟ ବଢାଇବା ପାଇଁ ମେକର୍ସ ବୁଧବାର ଫିଲ୍ମର ଆଉ ଏକ ରୋମାଣ୍ଟିକ ଗୀତ ‘କିନ୍ନା ସୋଣା’ ରିଲିଜ କରିଥିଲେ । ମିଲାପ ଜାୱେରୀଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ସିଦ୍ଧାର୍ଥ ଓ ତାରାଙ୍କ ଜବରଦସ୍ତ କେମୋଷ୍ଟ୍ରି ଦେଖିବାକୁ ମିଳୁଛି ।

  • " class="align-text-top noRightClick twitterSection" data="">

‘କିନ୍ନା ସୋଣା’ ରିଲିଜ ହେବା ମାତ୍ରେ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଛି । ବର୍ତ୍ତମାନ ସୋସିଆଲ ମିଡିଆରେ ଛାଇ ଯାଇଛି ଏହି ରୋମାଣ୍ଟିକ ଗୀତ । ଗୀତରେ ସିଦ୍ଧାର୍ଥ ଓ ତାରାଙ୍କ ଶାନଦାର ଲଭଷ୍ଟୋରି ଦର୍ଶକଙ୍କ ମନ କିଣିଛି । ଗୀତ ରିଲିଜ ପୂର୍ବରୁ ଏହି ଯୋଡି ଗୀତର ପୋଷ୍ଟର ସେୟାର କରି ଫ୍ୟାନ୍ସଙ୍କୁ ଗୀତ ରିଲିଜ ହେବାର ସୂଚନା ସୋସିଆଲ ମିଡିଆରେ ଦେଇଥିଲେ । ଦୁଇଜଣ ପୋଷ୍ଟର କ୍ୟାପସରେ ଲେଖିଥିଲେ, ‘ଇଶ୍କ କା ରୂପ, ଆଶିକି କା ନୂର, ଇନକେ ପ୍ୟାମ ମେଁ ହାୟ ମେଁ ମରଜାୱାଂ ।’

ପ୍ରକାଶ ଥାଉକି ଗୀତ ‘ଇନ୍ନା ସୋଣା’କୁ ଲୋକପ୍ରିୟ ଗାୟକ ନୁସରତ ଫତେହ ଅଲ୍ଲୀ ଖାନ ଗାଇଥିଲା । ତାଙ୍କ ଏହି ଗୀତକୁ ରିକ୍ରିଏଟ କରାଯାଇ ‘ମରଜାୱାଂ’ ଫିଲ୍ମର ଗୀତ କିନ୍ନା ସୋଣା ନିର୍ମାଣ କରାଯାଇଛି । ଗୀତଟି ମିତ ବ୍ରୋ, ଜୁବୀନ ନୌଟିୟାଲ ଓ ଇଣ୍ଟରନେଟ ସେନ୍ସେସନ ଧ୍ବାନି ଗାଇଛନ୍ତି । ସେହିପରି ଏହି ଗୀତର ଜବରଦସ୍ତ ଲିରିକ୍ସ ଲେଖିଛନ୍ତି କୁମାର ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.