ହାଇଦ୍ରାବାଦ: ବଲିଉଡ ଅଭିନେତା ସିଦ୍ଧାନ୍ତ ଚତୁର୍ବେଦୀ ନିଜ ବଳିଷ୍ଠ ଅଭିନୟ ପାଇଁ ବେଶ ଜଣାଶୁଣା । ସେ ଗୋଟିଏ ଫିଲ୍ମ ମାଧ୍ୟମରେ ଇଣ୍ଡଷ୍ଟ୍ରିରେ ନିଜର ସ୍ଥିତିକୁ ଦୃଢ କରୁଛନ୍ତି । ନିକଟରେ ତାଙ୍କ ରିଲିଜ୍ Gehraiyaan ପାଇଁ ପ୍ରମୋସନରେ ବ୍ୟସ୍ତ ରହିଥିବା ବେଳେ ଏବେ ବିଗ ବି ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନବେଲି ନନ୍ଦାଙ୍କ ସହ ରୋମାନ୍ସ କରୁଥିବା ଖବର ଶୁଣିବାକୁ ମିଳିଛି ।
ନବ୍ୟା ଚଳଚ୍ଚିତ୍ର ଠାରୁ ଦୂରେଇ ରହିଛନ୍ତି ଏବଂ ଜଣେ ଉଦ୍ୟୋଗୀ ଭାବରେ ପଥ ବାଛି ନିଜ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି । ଶନିବାର ନବ୍ୟା UN Women India ଏବଂ Vitamin Stree ସହିତ ନିଜ ସହଯୋଗିତାକୁ ନେଇ ଏକ ଫଟୋ ସେୟାର ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ଅନେକ ସେଲିବ୍ରିଟି ନବ୍ୟାଙ୍କ ଏହି ଫଟୋରେ କମେଣ୍ଟ କରିଥିବା ବେଳେ ସେଥିରେ ସିଦ୍ଧାନ୍ତ ରହିଥିବା ଦେଖିବାକୁ ମିଳିଛି ।
ନବ୍ୟାଙ୍କ ପୋଷ୍ଟରେ କମେଣ୍ଟ କରି ଶୁଣାଯାଉଥିବା ବଏଫ୍ରେଣ୍ଡ ସିଦ୍ଧାନ୍ତ ଏକ ହାର୍ଟ ଇମୋଜି ଦେଇଛନ୍ତି । ଏହାପରେ ସେ ନବ୍ୟାଙ୍କୁ ଡେଟ୍ କରୁଥିବା ନେଇ ନେଟିଜେନ୍ସ କହୁଥିବା ଦେଖିବାକୁ ମିଳିଛି । ଗତ ବର୍ଷ ନବ୍ୟା ଏବଂ ସିଦ୍ଧାନ୍ତ ପରସ୍ପରକୁ ଡେଟ କରୁଥିବା ନେଇ ଗୁଜବ ଉଠିଥିଲା । ନବ୍ୟାଙ୍କ ଏକ ପୋଷ୍ଟରେ ଦୀପିକା ପାଦୁକୋନ କମେଣ୍ଟ ଦେବା ପରେ ପ୍ରଶଂସକମାନେ ସେମାନଙ୍କ ଗୁଜବ ସମ୍ପର୍କକୁ ନିଶ୍ଚିତ କରିଥିବା ଦେଖିବାକୁ ମିଳିଥିଲା ।
ନବ୍ୟା ପୂର୍ବରୁ ମିଜାନ ଜାଫ୍ରିଙ୍କୁ ଡେଟ କରୁଥିବା ଶୁଣିବାକୁ ମିଳିଥିଲା । ଏ ସମ୍ପର୍କରେ ମିଜାନଙ୍କୁ ପଚରା ଯିବା ପରେ ସେ କହିଥିଲେ, "କୌଣସି ସମ୍ପର୍କ ନାହିଁ। ଆମେ ବନ୍ଧୁ ଏବଂ ବନ୍ଧୁମାନଙ୍କର ମଧ୍ୟ ସମ୍ପର୍କ ଅଛି । ଏହା ସର୍ବଦା ପ୍ରେମିକ ଏବଂ ଗର୍ଲଫ୍ରେଣ୍ଡ ସମ୍ପର୍କରେ ନୁହେଁ । କେବଳ ଯେହେତୁ ଆମେ ଥିଏଟର ବାହାରେ ଏକାଠି ନଜର ଆସିଥାଉ, ଏହା ଏହାର ଅର୍ଥ ନୁହେଁ ଯେ ଆମେ ଡେଟିଂ କରୁଛୁ ।"
ନ୍ୟୁୟର୍କର ଫୋର୍ଡହମ୍ ୟୁନିଭର୍ସିଟିରୁ ସ୍ନାତକ ହାସଲ କରିଥିବା ନବ୍ୟା Aara Health ଆରମ୍ଭ କରିଥିଲେ ଏବଂ ଭାରତରେ ଲିଙ୍ଗଗତ ଅସମାନତା ସମସ୍ୟାର ସମାଧାନ କରି ମହିଳାଙ୍କୁ ସଶକ୍ତ କରିବାକୁ ଲକ୍ଷ୍ୟ ରଖି Naveli ପ୍ରୋଜେକ୍ଟ ମଧ୍ୟ ଆରମ୍ଭ କରିଥିଲେ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ