ହାଇଦ୍ରାବାଦ: ଟିଭିର ଲୋକପ୍ରିୟ ଅଭିନେତ୍ରୀ ଶ୍ୱେତା ତିୱାରୀ Actress Shweta Tiwari ଏବେ ନିଜ ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ଅଛନ୍ତି। ଭଗବାନଙ୍କ ନାଁରେ ଅଶ୍ଲୀଳ ମନ୍ତବ୍ୟ ଦେଇ ଏବେ କ୍ଷମା ମାଗିଛନ୍ତି ଶ୍ବେତା । ବିବାଦୀୟ ବୟାନ ପାଇଁ ନିକଟରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ।
ଭଗବାନଙ୍କୁ ନେଇ ଏପରି ବୟାନ ତାଙ୍କ ପାଇଁ ଏବେ ମହଙ୍ଗା ପଡିଛି । ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ‘‘ମୋ ବୟାନକୁ ଭୁଲ ଭାବରେ ବ୍ୟାଖ୍ୟା କରାଯାଇଛି । ସମସ୍ତେ ଏହି ବୟାନକୁ ଭଗବାନଙ୍କ ସହ ଯୋଡି କଦର୍ଥ କରିଛନ୍ତି । କିନ୍ତୁ ମୁଁ ଏହା ୱେବ୍ ସିରିଜରେ ଭଗବାନଙ୍କ ଭୂମିକା ନିଭାଉଥିବା ସୌରଭ ରାଜ ଜୈନଙ୍କ ପ୍ରସଙ୍ଗରେ କହିଛି। ଦର୍ଶକ ଚରିତ୍ର ନାମକୁ ଅଭିନେତାଙ୍କ ସହ ଯୋଡିଥାନ୍ତି ଏବଂ ସେଥିପାଇଁ ମୁଁ ଗଣମାଧ୍ୟମ ସାମ୍ନାରେ ଏହି ପ୍ରସଙ୍ଗରେ କହିଥିଲି ’’।
ଶ୍ୱେତା ଆହୁରି କହିଛନ୍ତି, ‘‘ଏହାକୁ ଭୁଲ ଭାବେ ବୁଝାଯାଇଛି, ଯାହାକୁ ଦେଖିଲେ ଦୁଃଖ ଲାଗୁଛି। ଯେଉଁମାନେ ମୋର ବୟାନ ଦ୍ବାରା ଅଜାଣତରେ ଆଘାତ ପାଇଛନ୍ତି ମୁଁ ସେମାନଙ୍କୁ ନମ୍ର ଭାବରେ କ୍ଷମା ମାଗୁଛି ’’।
ଏହା ବି ପଢନ୍ତୁ: ମୋ ବ୍ରା ସାଇଜ୍ ମାପ ଭଗବାନ ନେଉଛନ୍ତି କହି ବିବାଦରେ ଅଭିନେତ୍ରୀ
ସୂଚନା ଅନୁଯାୟୀ, ଆଗକୁ ଆସୁଛି ଶ୍ବେତାଙ୍କ ଏକ ୱେବସିରିଜ । ଏଥିରେ 'ମହାଭାରତ'ରେ କୃଷ୍ଣ ଭୂମିକା ନିଭାଇଥିବା ପ୍ରସିଦ୍ଧ କଳାକାର ସୌରଭ ଜୈନ ଜଣେ 'ବ୍ରା ଫିଟ'ର ଭାବେ ନଜର ଆସିବେ । ତେବେ ଟିମ୍ ସହ ୱେବସିରିଜର ପ୍ରମୋସନ ପାଇଁ ଭୋପାଳରେ ପହଞ୍ଚିଥିବା ବେଳେ ଶ୍ବେତା କହିଥିଲେ, 'ଭଗବାନ ମୋ ବ୍ରା’ ସାଇଜ୍ ମାପ ନେଉଛନ୍ତି'। ଏହାପରେ ବିବାଦରେ ପଡିଥିଲେ ୪୧ ବର୍ଷୀୟ ଶ୍ବେତା । ଶ୍ୱେତାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା । ସୋସିଆଲ ମିଡିଆ ୟୁଜରଙ୍କ ଠୁ ନେଇ ରାଜନେତା ଶ୍ବେତାଙ୍କ ଖୁବ୍ ସମାଲୋଚନା କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ