ETV Bharat / sitara

ହସିକରି ଆପଣମାନେ ବହୁତ କିଛି କହିପାରିବେ: ଶ୍ରେୟସ୍ ତଲପଡେ

ଅଭିନେତା ଶ୍ରେୟସ୍ ତଲପଡେ କହିଛନ୍ତି ଯେ ଜଣେ ବ୍ୟକ୍ତି ହସିକରି, ମଜା କରି, କମେଡି ମାଧ୍ୟମରେ ସେ ତାଙ୍କର ଭାବନାକୁ ଭଲ ଭାବରେ ପ୍ରକାଶ କରିପାରିବେ । ଶ୍ରେୟସ୍ ତାଙ୍କର ଆଗାମୀ ପ୍ରୋଜେକ୍ଟରେ ଏହିପରି କାମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

shreyas talpade says you can say a lot with humour
ହସିକରି ଆପଣମାନେ ବହୁତ କିଛି କହିପାରିବେ: ଶ୍ରେୟସ୍ ତଲପଡେ
author img

By

Published : May 28, 2020, 11:57 PM IST

ମୁମ୍ବାଇ: ଅଭିନେତା ତଥା ନିର୍ମାତା ଶ୍ରେୟସ୍ ତଲପଡେ ବିଶ୍ବାସ କରନ୍ତି ଯେ ଜଣେ ବ୍ୟକ୍ତି ହସିକରି ଏବଂ କମେଡି ମାଧ୍ୟମରେ ବହୁତ କିଛି ପ୍ରକାଶ କରିପାରିବ । ଶ୍ରେୟସ୍ ତାଙ୍କର ଆଗାମୀ ପ୍ରୋଜେକ୍ଟରେ ଏହିପରି କିଛି କାମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।

ଶ୍ରେୟସ୍ ଟେଲିଭିଜନ ଡ୍ରାମା 'ଟାଇପକାଷ୍ଟ'ରେ କାମ କରିଛନ୍ତି । ଯେଉଁଥିରେ ତାଙ୍କର ଏକ ସାମାଜିକ ବାର୍ତ୍ତା ଅଛି ବୋଲି ସେ କହିଛନ୍ତି । ସେ କହିଛନ୍ତି, ଟେଲି ପ୍ଲେ ର ଏହି ଫର୍ମାଟକୁ ମୁଁ ବ୍ୟକ୍ତିଗତ ଭାବେ ପସନ୍ଦ କରିଥିଲି । ମୋ ମତରେ ଟେଲି ପ୍ଲେ ଏକ ଏକ୍ସପାରିମେଣ୍ଟ ଅଟେ । ଏହା ଏକ ବନ୍ଦ ଷ୍ଟୁଡିଓରେ ଏକ ଫିଲ୍ମର ସୁଟିଂ ଭଳି ଥିଲା । ଏହା ଏକ ଚ୍ୟାଲେଞ୍ଜିଂ ଥିଲା, କିନ୍ତୁ ମୁଁ ଭାବୁଛି ଏହି ଫର୍ମାଟଗୁଡିକରେ ଅଧିକ କାର୍ଯ୍ୟ କରାଯିବା ଉଚିତ୍ ।

ସତୁରି ଦଶକର ପୃଷ୍ଠଭୂମି ଉପରେ ଆଧାର କରି 'ଟାଇପକାଷ୍ଟ' ହେଉଛି ମରାଠୀ ନାଟକ 'ପାହିଜେ ଜାତିଛେ'ର ଏକ ଆଡାପ୍ଟେସନ୍ । ବର୍ତ୍ତମାନର ଭାରତରେ ମଧ୍ୟ ଏହାର କାହାଣୀ କିପରି ପ୍ରାସଙ୍ଗିକ ତାହା ଏହି ଶୋରେ ଦର୍ଶାଯାଇଛି ।

ଏଥିରେ ଶ୍ରେୟସ୍ ମହିପତ ବାବ୍ରୁଭବହନଙ୍କ ଚରିତ୍ରରେ ଅଭିନୟ କରିଛନ୍ତି, ଯିଏକି ତାଙ୍କ ଗାଁର ପ୍ରଥମ ବ୍ୟକ୍ତି ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । ସେ ଏକ ନିର୍ଦ୍ଦିଷ୍ଟ କଲେଜରେ ପ୍ରଫେସର ହେବାକୁ ଚାହାଁନ୍ତି ଏବଂ ତାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ତାଙ୍କୁ କଣ କରିବାକୁ ପଡିବ ଏହି ନାଟକରେ ଦର୍ଶାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.