ହାଇଦ୍ରାବାଦ: କରଣ ଜୋହରଙ୍କ ଆଗାମୀ ଫିଲ୍ମ 'ଶେରଶାହା' ଫିଲ୍ମର ସୁଟିଂ ଆରମ୍ଭ ହୋଇଛି । ଚଳଚ୍ଚିତ୍ର ସମୀକ୍ଷକ ତରୁଣ ଆଦର୍ଶ ଟ୍ବିଟ କରି ଏ ଖବର ଦେଇଛନ୍ତି । ତେବେ ଫିଲ୍ମରେ ମୁଖ୍ୟ ଭୂମିକାରେ ସିଦ୍ଧାର୍ଥ ମଲହୋତ୍ରା ଓ କିଆରା ଆଡଭାନିଙ୍କୁ ଦେଖିବାକୁ ମିଳିବ ।
ତେବେ ଫିଲ୍ମଟି କାରଗିଲ ଯୁଦ୍ଧ 1999ରେ ସହିଦ ହୋଇଥିବା କ୍ୟାପଟେନ ବିକ୍ରମ ବର୍ତ୍ତାଙ୍କ ବାୟୋପିକ । ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ବିଷ୍ଣୁ ଭର୍ଧାନ । ତେବେ ଫିଲ୍ମର ପ୍ରଯୋଜନା ଦେଉଛନ୍ତି କରଣ ଜୋହର, ହିରୋ ଜୋହର, ଅପୂର୍ବା ମେହେତା, ସାବିର ବକ୍ସୱାଲା, ଅଜୟ ଶାହା ଓ ହିମାଂଶୁ ଗାନ୍ଧୀ ।
ତେବେ କରଣ ଏବେ ଷ୍ଟୁଡେଣ୍ଟ ଅଫ ଦି ଇୟର-2ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଏଥିରେ ଟାଇଗରଙ୍କ ସହ ରୋମାନ୍ସ କରିବେ ତାରା ସୁତାରିଆ ଓ ଅନନ୍ୟା ପାଣ୍ଡେ । ଫିଲ୍ମଟି ମେ 10ରେ ପରଦା ଉପରକୁ ଆସିବ ।
ତେବେ କିୟାରାଙ୍କୁ ମଧ୍ୟ ଡିସେମ୍ବର 27 ରେ ଗୁଡ ନ୍ୟୁଜରେ ଦେଖିବାକୁ ମିଳିବ । ସେହିପରି ସିଦ୍ଧାର୍ଥ ଫିଲ୍ମ ଜବରିୟା ଯୋଡିରେ ପରିଣୀତିଙ୍କ ସହ ସ୍କ୍ରିନ ସେୟାର କରିବେ ।