ETV Bharat / sitara

ସୁଶାନ୍ତଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ଖୁଲାସା - ପୋଲିସ ହାତରେ ଲାଗିଲା ସୁଶାନ୍ତଙ୍କୁ ନେଇ ନୂଆ ତଥ୍ୟ

ପୋଲିସ ହାତରେ ଲାଗିଲା ସୁଶାନ୍ତଙ୍କୁ ନେଇ ନୂଆ ତଥ୍ୟ। ଗତ କିଛି ବର୍ଷ ମଧ୍ୟରେ 5 ଜଣ ଡାକ୍ତରଙ୍କୁ ସାକ୍ଷାତ କରିଥିଲେ ସେ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
author img

By

Published : Jul 18, 2020, 5:22 PM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାରେ ମୁମ୍ବାଇ ପୋଲିସ କ୍ରମାଗତ ଭାବେ ତଦନ୍ତ ଚଳାଇଛି। ଏଯାବତ ତଦନ୍ତରେ ସାମ୍ନାକୁ ଆସିଛି ଯେ ସୁଶାନ୍ତ ଗତ ବର୍ଷ ଅକ୍ଟୋବରରେ ମୁମ୍ବାଇର ଏକ ହସ୍ପିଟାଲରେ ନିଜ ଡିପ-ଡିପ୍ରେସନର ଚିକିତ୍ସା ପାଇଁ ଗୋଟିଏ ସପ୍ତାହ ଭର୍ତ୍ତି ହୋଇଥିଲେ । ସେହିପରି ସେ ଗତ କିଛି ବର୍ଷ ମଧ୍ୟରେ 5 ଜଣ ମନୋଚିକିତ୍ସକଙ୍କୁ ସାକ୍ଷାତ କରିଥିଲେ। ମୁମ୍ବାଇ ପୋଲିସ ଏହି 5 ଜଣଙ୍କ ମଧ୍ୟରୁ ଦୁଇ ଡାକ୍ତରଙ୍କ ଶୁକ୍ରବାର ବୟାନ ରେକର୍ଡ କରିଛି । ଯେଉଁଥିରେ କିଛି ନୂଆ ଖୁଲାସା ମଧ୍ୟ ହୋଇଛି ।

ଜଣେ ଡାକ୍ତର ପୋଲିସକୁ ଦେଇଥିବା ବୟାନରେ କହିଛନ୍ତି ଯେ ସେ ଗତ ଏକ ବର୍ଷରୁ ସୁଶାନ୍ତଙ୍କ ଚିକିତ୍ସା କରୁଥିଲେ। ସୁଶାନ୍ତଙ୍କୁ ତାଙ୍କ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀ ନିଜ ବନ୍ଧୁଙ୍କ ରେକମେଣ୍ଡେଶନରେ ସାକ୍ଷାତ କରାଇଥିଲେ। ଯେଉଁ ସମୟରେ ସୁଶାନ୍ତ ଅଧିକ ଡିପ୍ରେସନରେ ଥିଲେ। ନିଦ ନ ଆସିବା, ସବୁ କଥାକୁ ସନ୍ଦେହରେ ଦେଖିବା ଏହି ସବୁ ଲକ୍ଷଣ ସୁଶାନ୍ତଙ୍କ ଭିତରେ ଦେଖିବାକୁ ମିଳିଥିଲା। ସୁଶାନ୍ତ ସବୁବେଳେ ରିଆଙ୍କ ସହ କାଉନ୍ସଲିଂ ପାଇଁ ତାଙ୍କୁ ପାଖକୁ ଯାଉଥିଲେ।

ପୋଲିସ ଡାକ୍ତରଙ୍କୁ କାଉନ୍ସଲିଂ ସମୟରେ ପ୍ରସ୍ତୁତ କରାଯାଇଥିବା ତାଙ୍କ ନୋଟ୍, ମେଡିକାଲ ଫାଇଲ୍ସ ଓ ସେଥିରେ ସମ୍ପୃକ୍ତ ଥିବା ଅନ୍ୟ ଡକ୍ୟୁମେଣ୍ଟ ଦେବାକୁ କହିଛି । ପ୍ରକାଶ ଥାଉକି ଡାକ୍ତର ସୁଶାନ୍ତଙ୍କ ଜୀବନ ସହ ସମ୍ପୃକ୍ତ ଥିବା ଅନ୍ୟ କଥା ମଧ୍ୟ ସେୟାର କରିଛନ୍ତି । ଯାହା ଏଯାବତ ସାମ୍ନାକୁ ଆସିନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.