ETV Bharat / sitara

ସୁଶାନ୍ତ ଆତ୍ମହତ୍ୟା ମାମଲା: ରାଜନୀତି କରୁଛନ୍ତି ନିତୀଶ, କହିଲା ଶିବସେନା

author img

By

Published : Aug 4, 2020, 5:18 PM IST

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ବିହାର ସରକାରଙ୍କ ସିବିଆଇ ତଦନ୍ତ ପାଇଁ ସୁପାରିଶ ଶିବସେନାକୁ ଗ୍ରହଣୀୟ ନୁହେଁ। ଶିବସେନା ନେତ୍ରୀ ତଥା ରାଜ୍ୟସଭା ସଦସ୍ୟ ପ୍ରିୟଙ୍କା ଚତୁର୍ବେଦୀ ଅଭିଯୋଗ କରିଛନ୍ତି ଯେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜନୀତି କରୁଛନ୍ତି।

shiv sena reaction
ରାଜ୍ୟସଭା ସଦସ୍ୟ ପ୍ରିୟଙ୍କା ଚତୁର୍ବେଦୀ

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ବିହାର ସରକାରଙ୍କ ସିବିଆଇ ତଦନ୍ତ ପାଇଁ ସୁପାରିଶ ଶିବସେନାକୁ ଗ୍ରହଣୀୟ ନୁହେଁ। ଶିବସେନା ନେତ୍ରୀ ତଥା ରାଜ୍ୟସଭା ସଦସ୍ୟ ପ୍ରିୟଙ୍କା ଚତୁର୍ବେଦୀ ଅଭିଯୋଗ କରିଛନ୍ତି ଯେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜନୀତି କରୁଛନ୍ତି। ଏଥିସହ ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଯେ ଆମେ ଚାହୁଁଛୁ ଯେ ସତ୍ୟ ସାମ୍ନାକୁ ଆସୁ ।

ଶିବସେନା ନେତ୍ରୀ ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି, ‘ବିହାର ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଗଣମାଧ୍ୟମ ଦ୍ବାରା ସାମ୍ନାକୁ ଆସୁଛି । ଯଦି ଏହାସତ୍ୟ ତେବେ ଏହା କେବଳ ରାଜନୀତି । ତାଙ୍କର ସୁପାରିଶ ସାମ୍ବିଧାନିକ ଆଇନଗତ କିମ୍ବା ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ନୁହେଁ। ଆଇନ ଶୃଙ୍ଖଳା ଏକ ରାଜ୍ୟର ବିଷୟ ତେଣୁ କେବଳ ମହାରାଷ୍ଟ୍ର ସରକାର ସିବିଆଇ ତଦନ୍ତ ସ୍ଥିର କରିପାରିବେ।

ଏଥି ସହିତ ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଯେ ଆମେ ଚାହୁଁ ଯେ ସତ୍ୟ ପଦାକୁ ଆସିବ । କୌଣସି ରାଜନୀତି ହେବା ଉଚିତ ନୁହେଁ। ସୂଚନାଯୋଗ୍ୟ ଯେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପିତା କେ.କେ ସିଂ ମଙ୍ଗଳବାର ବିହାର ଡିଜିପି ଗୁପ୍ତେଶ୍ବର ପାଣ୍ଡେଙ୍କ ସହ କଥା ହୋଇ ସିବିଆଇ ତଦନ୍ତ ଦାବି କରିଛନ୍ତି। ଏହାପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସିବିଆଇକୁ ସୁପାରିଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ନୀତିଶ କହିଥିଲେ,‘ ଯଦି ସିବିଆଇ ଯାଞ୍ଚ କରିବା ତେବେ ସମସ୍ତ କ୍ଷେତ୍ରର ଯାଞ୍ଚ ହେବ । କିନ୍ତୁ ଆମେ କହିଲେ ଏହା ଅଲଗା ଦିଗକୁ ଯିବ କିନ୍ତୁ ସୁଶାନ୍ତଙ୍କ ପିତା କହିଲେ କିଛି ହୋଇପାରେ ’ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.