ETV Bharat / sitara

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ‘ଆମେ ସୁଶାନ୍ତଙ୍କ ପରିବାରକୁ ବଦନାମ କରିନାହୁଁ’

ସୁଶାନ୍ତ ସିଂ ରାଜପୂତ ମୃତ୍ୟୁ ମାମଲାରେ ବିଜେପିର ଅଭିଯୋଗ ପରେ ଶିବସେନା ମୁଖପାତ୍ର ସଞ୍ଜୟ ରାଉତ କହିଛନ୍ତି, ଆମେ ସୁଶାନ୍ତ ଏବଂ ତାଙ୍କ ପରିବାରକୁ ବଦନାମ କରିନାହୁଁ ।

ଆମେ ସୁଶାନ୍ତଙ୍କ ପରିବାରକୁ ବଦନାମ କରିନାହୁଁ
ଆମେ ସୁଶାନ୍ତଙ୍କ ପରିବାରକୁ ବଦନାମ କରିନାହୁଁ
author img

By

Published : Oct 5, 2020, 5:44 PM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୂତ ମୃତ୍ୟୁ ମାମଲାରେ ବିଜେପିର ଅଭିଯୋଗ ପରେ ଶିବସେନା ମୁଖପାତ୍ର ସଞ୍ଜୟ ରାଉତ କହିଛନ୍ତି, ଆମେ ସୁଶାନ୍ତ ଏବଂ ତାଙ୍କ ପରିବାରକୁ ବଦନାମ କରିନାହୁଁ ।

ସେ କହିଛନ୍ତି ଯେ, ମୁମ୍ବାଇ ପୋଲିସ ରିପୋର୍ଟରେ ସମସ୍ତ ତଥ୍ୟ ଥାଇ ମଧ୍ୟ ପୋଲିସ ସମସ୍ତ ତଥ୍ୟର ଖୁଲାସା କରିନଥିଲେ । କାରଣ ସେମାନେ ଚାହୁଁନଥିଲେ ସେମାନଙ୍କର ଅପମାନ ହେଉ । କିନ୍ତୁ ଯେତେବେଳେ ସିବିଆଇ ଏବଂ ଏନସିବି ତଦନ୍ତ ଆରମ୍ଭ କଲା ସେତେବେଳେ ଏହି ଘଟଣା ସାମ୍ନାକୁ ଆସିଲା। ଯେଉଁମାନେ ଠାକରେ ପରିବାର ବିରୋଧରେ ଗାତ ଖୋଳିବାକୁ ଚେଷ୍ଟା କରିଥିଲେ ବର୍ତ୍ତମାନ ସେମାନେ ଏହି ଗାତରେ ପଡ଼ିବେ।

ତେବେ ସଞ୍ଜୟ ରାଉତ କଙ୍ଗନାଙ୍କ ନାମ ନନେଇ ପ୍ରଶ୍ନ କରିଛନ୍ତି ଯେ ସେ, ବର୍ତ୍ତମାନ ହାଥରସ ଦୁଷ୍କର୍ମ ମାମଲାକୁ ନେଇ କାହିଁକି ଚୁପ୍ ରହିଛନ୍ତି । କାହିଁ ଏବେ କଣ ତଣ୍ଟି ଶୁଖିଗଲା । ?

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ହତ୍ୟାର ଆଶଙ୍କାକୁ ଏମ୍ସ ଖାରଜ କରିବା ପରେ ଶିବସେନା କହିଛି ଯେ, ଏହି ପ୍ରସଙ୍ଗରେ ମୁମ୍ବାଇ ପୋଲିସକୁ ଅସମ୍ମାନ କରୁଥିବା ନେତା ତଥା ନ୍ୟୁଜ ଚ୍ୟାନେଲ ମହାରାଷ୍ଟ୍ରକୁ କ୍ଷମା ମାଗିବା ଉଚିତ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.