ETV Bharat / sitara

‘ହଙ୍ଗାମା 2’ର ସୁଟିଂ ଆରମ୍ଭ କଲେ ଶିଳ୍ପା

author img

By

Published : Jan 8, 2020, 9:36 PM IST

ଦୀର୍ଘ ସମୟ ପରେ ସିଲଭର ସ୍କ୍ରିନରେ ନିଜ ଜଲୱା ଦେଖାଇବାକୁ ଯାଉଛନ୍ତି ଫେମସ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ପ୍ରିୟଦର୍ଶନଙ୍କ କମେଡି ଡ୍ରାମା ଫିଲ୍ମ ‘ହଙ୍ଗାମା 2’ରେ ନଜର ଆସିବେ ଶିଳ୍ପା । 2003ରେ ଅକ୍ଷୟ ଖାନ୍ନାଙ୍କ ମଲ୍ଟି ଷ୍ଟାରର ଫିଲ୍ମ ‘ହଙ୍ଗାମା’ର ଏହା ସିକ୍ବେଲ ଫିଲ୍ମ ।

shilpa shetty
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶିଳ୍ପା ସେଟ୍ଟୀ

ମୁମ୍ବାଇ: ବି-ଟାଉନର ସେକ୍ସୀ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ବର୍ତ୍ତମାନ ନିଜର ଆଗାମୀ ଫିଲ୍ମ କମେଡି ଡ୍ରାମା ଫିଲ୍ମ ‘ହଙ୍ଗାମା 2’କୁ ନେଇ ଚର୍ଚ୍ଚାରେ । ବୁଧବାର ସେ ଫିଲ୍ମର ସୁଟିଂ ଆରମ୍ଭ କରିଛନ୍ତି । ଏହାର ସୂଚନା ସେ ଫ୍ୟାନ୍ସଙ୍କୁ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ଦେଇଛନ୍ତି । ଫିଲ୍ମକୁ ନେଇ ସେ କେତେ ଉତ୍ସାହିତ ତାହା ମଧ୍ୟ ଜଣାଇଛନ୍ତି ।

44 ବର୍ଷିୟ ଶିଳ୍ପା ଇନଷ୍ଟାଗ୍ରାମରେ ଉତ୍ସାହିତ ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ନୂଆ ଆରମ୍ଭ ହଙ୍ଗାମା 2, ପ୍ରଥମ ଦିନ । ମୋ ଫେଭରେଟ ନିର୍ଦ୍ଦେଶକଙ୍କ ମଧ୍ୟରୁ ଅନ୍ୟମତ ପ୍ରିୟଦର୍ଶକନ ସରଙ୍କ ସହ ପ୍ରଥମଥର କାମ କରିବାକୁ ନେଇ ଖୁବ୍ ଉତ୍ସାହିତ । ତେବେ ଚାଲନ୍ତୁ ଯେଉଁଠୁ ସବୁ ଆରମ୍ଭ ହୋଇଥିଲା ସେହିଠିକୁ ଫେରିବା। @venusmovies@jainrtn. ’

ଖାଲି ଏତିକି ନୁହେଁ ସେ ଫିଲ୍ମକୁ ନେଇ ନିଜ ଖୁସି ଜାରି କରି ଲେଖିଛନ୍ତି, ‘ଖୁସି, ନର୍ଭସ, ଉତ୍ସାହିତ, ଚିନ୍ତିତ, ଋଣି ଏବଂ ସୌଭାଗ୍ୟଶାଳୀ । ଏବେ ନିଜ ଭାବନାର ସମୁଦ୍ରରେ ପହଁରୁଛି । ମୁଁ ଆଜି ନୂଆ ଯାତ୍ରା ଆରମ୍ଭ କଲି । ଆଉ ଆପଣଙ୍କ ପ୍ରେମ ଓ ସପୋର୍ଟର ଆବଶ୍ୟକ ଅଛି । ନୂଆ ବର୍ଷ, ନୂଆ ଆରମ୍ଭ, ନୂଆ ଫିଲ୍ମ ।’

ପ୍ରକାଶ ଥାଉକି ଶିଳ୍ପାଙ୍କ ସହ ‘ହଙ୍ଗାମା 2’ରେ ମିଜାନ ଜାଫରୀ, ପରେଶ ରାୱଲ ଓ ସାଉଥର ଫେମସ ଅଭିନେତ୍ରୀ ପ୍ରଣୀତା ସୁଭାଷ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମ ଜରିଆରେ ପରେଶ ପୁଣି ପ୍ରିୟଦର୍ଶନଙ୍କ ସହ କାମ କରିବାକୁ ଯାଉଛନ୍ତି । ଏହି ଯୋଡି ପୂର୍ବରୁ ‘ହେରା ଫେରି’, ‘ଭାଗମ ଭାଗ’ ଓ ‘ମାଲାମାଲ ୱିକଲି’ ଭଳି କମେଡି ଫିଲ୍ମରେ କାମ କରିସାରିଛନ୍ତି । ରତନ ଜୈନଙ୍କ ଦ୍ବାରା ନିର୍ମିତ ଏହି ଫିଲ୍ମ ଏବର୍ଷ ଅଗଷ୍ଟ 14ରେ ରିଲିଜ ହେବ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.