ମୁମ୍ବାଇ: କୋରୋନା ଭାଇରସ ପାଇଁ ପୁରା ଦେଶ ଗତ ଦୁଇ ମାସରୁ ଲକଡାଉନରେ ଅଛି। ଏଥରୁ ବାଦ ପଡିନାହାଁନ୍ତି ସେଲିବ୍ରିଟି ମଧ୍ୟ। ହେଲେ ମୁଖ୍ୟ କଥା ହେଲା ଯେ ଘରେ ବନ୍ଦ ଥିବା ସେଲିବ୍ରିଟି ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ହୋଇଯାଇଛନ୍ତି। ସେକ୍ସୀ ଶିଳ୍ପା ସେଟ୍ଟୀ ମଧ୍ୟ ଏହି ତାଲିକାରେ ସାମିଲ। ସେ ପ୍ରାୟତଃ ସୋସିଆଲ ମିଡିଆରେ ନିଜ ଟିକଟକ ଭିଡିଓ, ଫନ୍ନି ଭିଡିଓ, ୱାର୍କଆଉଟ ଭିଡିଓ ସେୟାର କରି ଫ୍ୟାନ୍ସଙ୍କ ସହ କନେକ୍ଟ ରହୁଛନ୍ତି ।
- " class="align-text-top noRightClick twitterSection" data="
">
ହେଲେ ଏଥର ତାଙ୍କ ପୁଅ ଭିଆନ କୁନ୍ଦ୍ରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି। କାରଣ ଭିଡିଓରେ ସେ ଏମିତି ଏକ ଷ୍ଟଣ୍ଟ କରୁଥିବାର ନଜର ଆସୁଛନ୍ତି । ଯାହାକୁ ଦେଖି ଆଶ୍ଚର୍ଯ୍ୟ ଫ୍ୟାନ୍ସ। ଭିଡିଓଟିକୁ ଶିଳ୍ପା ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି।
ଏହାର କ୍ୟାପସନରେ ଲେଖିଛନ୍ତି, ‘ପିଲା ସବୁବେଳେ ବଡଙ୍କୁ ଅନୁସରଣ କରନ୍ତି। ଆମର ୱାର୍କଆଉଟ ଓ ଯୋଗ କରୁଥିବାର ଦେଖି ଶୁବଶୀଘ୍ର ଭିଆନ ନିଜ ଫିଟନେସ ଓ ହେଲ୍ଥ ଉପରେ ଧ୍ୟାନ ଦେବା ଆରମ୍ଭ କରିଛନ୍ତି । ପିଲାଙ୍କ ମଧ୍ୟରେ ଖୁବ୍ ଏନର୍ଜୀ ଥାଏ । ହେଲେ ଆବଶ୍ୟକ ହେଲା ଯେ ଏହି ଏନର୍ଜୀକୁ ସଠିକ୍ ଦିଗରେ ଲଗାଯିବା କଥା। ଭିଆନଙ୍କୁ ଜିମନାଷ୍ଟିକ ପସନ୍ଦ। ଏଥି ନିମନ୍ତେ ମୁଁ ତାଙ୍କୁ ଏଥିରେ ଆଡମିଶନ କରାଇଦେଇଛି । କିନ୍ତୁ ବିନା ଅଭ୍ୟାସରେ ଜିମନାଷ୍ଟିକ କରିବା ଆପଣଙ୍କୁ ଆହତ ଲାଗିପାରେ।’