ETV Bharat / sitara

ଶିଳ୍କା-ରାଜଙ୍କୁ ମିଳିଲା ଚମ୍ପିଆନ ଅଫ ଚେଞ୍ଜ ଆୱାର୍ଡ

author img

By

Published : Jan 21, 2020, 7:01 PM IST

ସୋସିଆଲ ମିଡିଆରେ ଘୁରିବୁଲୁଛି ଶିଳ୍ପା ସେଟ୍ଟୀଙ୍କ ନୂଆ ଫଟୋ । ଯେଉଁଥିରେ ସେ ନିଜ ସ୍ବାମୀ ରାଜଙ୍କ ସହ ପୁରସ୍କାର ଗ୍ରହଣ କରୁଥିବାର ନଜର ଆସୁଛନ୍ତି । ତାଙ୍କୁ ସ୍ବଚ୍ଛ ଭାରତ ଅଭିଯାନରେ କାମ କରିବା ପାଇଁ ମିଳିଛି ଏହି ପୁରସ୍କାର ।

shilpa shetty
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶିଳ୍ପା ସେଟ୍ଟୀ

ମୁମ୍ବାଇ: ବି-ଟାଉନର ସେକ୍ସୀ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ କୁନ୍ଦ୍ରା ଓ ତାଙ୍କ ସ୍ବାମୀ ତଥା ବିଜନେସମ୍ୟାନ ରାଜ କୁନ୍ଦ୍ରାଙ୍କୁ ବିଶେଷ ପୁରସ୍କାର ମିଳିଛି । ଏହି ଯୋଡିକୁ ସ୍ବଚ୍ଛ ଭାରତ ଅଭିଯାନରେ ସହଯୋଗ କରିବା ପାଇଁ ଖାସ୍ ପୁରସ୍କାର ଦିଆଯାଇଛି । ଶିଳ୍ପା ଓ ରାଜ ଜନସାଧାରଣଙ୍କୁ ପ୍ରୋତ୍ସାହିତ କରିବା ଦିଶାରେ ଦୁଇଜଣଙ୍କ ପ୍ରୟାସ ପାଇଁ ‘2019 ଚାମ୍ପିଆନ ଅଫ ଚେଞ୍ଜ’ ଆୱାର୍ଡରେ ସମ୍ମାନିତ କରାଯାଇଛି ।

ଦିଲ୍ଲୀରେ ସୋମବାର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ଶିଳ୍ପାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରିଥିଲେ । ଏହି ଅବସରରେ ଶିଳ୍ପା କହିଥିଲେ ଯେ ସେ ଏହି ପୁରସ୍କାର ପାଇ ବାସ୍ତବରେ ସମ୍ମାନିତ ଅନୁଭବ କରୁଛନ୍ତି । ଆଉ ତାଙ୍କ ଅନୁଯାୟୀ ଦେଶକୁ ସ୍ବଚ୍ଛ ରଖିବା ସବୁ ନାଗରିକଙ୍କ କର୍ତ୍ତବ୍ୟ । ସ୍ବଚ୍ଛତା ମସ୍ତିଷ୍କରୁ ଆରମ୍ଭ ହୋଇଥାଏ । ଯଦି ଆମେ ଆମ ଘର ସଫା ରଖୁଛି ତେବେ ଦେଶକୁ କାହିଁକି ନୁହେଁ । ଏବର୍ଷ ସେ ତାଙ୍କ କାର୍ବନ ଫୁଟପ୍ରିଣ୍ଟକୁ ଅଫସେଟ କରିବା ପାଇଁ 480 ଗଛ ଲଗାଇଥିଲେ ।

ସ୍ବଚ୍ଛତା ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ବ । ଆମେ କେବଳ ବର୍ତ୍ତମାନ ପାଇଁ ନୁହେଁ ବରଂ ଭବିଷ୍ୟ ପାଇଁ ଆମେ ଆମ ଗ୍ରହର ସଠିକ ଦେଖାଶୁଣା କରିପାରିବା ବୋଲି ଶିଳ୍ପା କହିଥିଲେ । ଏହି ଅବସରର କିଛି ଫଟୋ ଶିଳ୍ପା ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସ୍ବାମୀ ରାଜଙ୍କ ସହ ଏକ ଫଟୋ ସେୟାକ କରି ସେ କ୍ୟାପସନରେ ଲେଖିଛନ୍ତି, ‘ଆମେ ଏହି ପୁରସ୍କାର ପାଇଁ ନିଜକୁ ବହୁତ ଭାଗ୍ୟଶାଳୀ ଅନୁଭବ କରୁଛୁ । ଆମେ ଆଗାକୁ ମଧ୍ୟ ଆମ ପ୍ରୟାସ ଏହି ଭଳି ଜାରି ରଖିବୁ । ଆଉ ଦେଶର ସବୁ ନାଗରିକଙ୍କୁ ଅପିଲ କରୁଛି ଯେ ସେ ମଧ୍ୟ ଏହି ଅଭିଯାନରେ ସମ୍ପୃକ୍ତ ହୋଇ ନିଜ ଆଖ-ପାଖ ପରିବେଶକୁ ସୁନ୍ଦର କରନ୍ତୁ ।’

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.