ETV Bharat / sitara

ଶିଳ୍ପାଙ୍କୁ ଆଶ୍ବସ୍ତି, ୧୫ ବର୍ଷ ଧରି ଏକ ଚୁମ୍ବନ ମାମଲାରେ ଦୋଷମୁକ୍ତ ଶିଳ୍ପା - ଚୁମ୍ବନ ମାମଲାରେ ଦୋଷମୁକ୍ତ ଶିଳ୍ପା

ଦୀର୍ଘ ୧୫ ବର୍ଷ ଧରି କୋର୍ଟରେ ଚାଲିଥିବା ଏକ ଚୁମ୍ବନ ମାମଲାରେ ଆଶ୍ବସ୍ତି ପାଇଛନ୍ତି ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ୨୦୦୭ ମସିହାରେ ରାଜସ୍ଥାନରେ ଏକ କାର୍ଯ୍ୟକ୍ରମରେ ହଲିଉଡ ଅଭିନେତା ରିଚାର୍ଡ ଗେରେ ଶିଳ୍ପାଙ୍କୁ ଚୁମ୍ବନ ଦେଇଥିଲେ । ଏହାର ପରେ ଶିଳ୍ପାଙ୍କ ବିରୋଧରେ ସାର୍ବଜନୀନ ସ୍ଥାନରେ ଅଶ୍ଲିଳତାର ଅଭିଯୋଗ ହୋଇଥିଲା । ଏହି ମାମଲାରେ ଶିଳ୍ପାଙ୍କୁ କୋର୍ଟ ଦୋଷମୁକ୍ତ କରିଛନ୍ତି । ଅଧିକ ପଢନ୍ତୁ

୧୫ ବର୍ଷ ଧରି ଏକ ଚୁମ୍ବନ ମାମଲାରେ ଦୋଷମୁକ୍ତ ଶିଳ୍ପା

author img

By

Published : Jan 26, 2022, 8:50 AM IST

ମୁମ୍ବାଇ: ଚୁମ୍ବନ ମାମଲରେ ଶିଳ୍ପାଙ୍କୁ ଆଶ୍ବସ୍ତି । ଦୀର୍ଘ ୧୫ ବର୍ଷ ଧରି କୋର୍ଟରେ ଚାଲିଥିବା ଏକ ଚୁମ୍ବନ ମାମଲାରେ ଆଶ୍ବସ୍ତି ପାଇଛନ୍ତି ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ୨୦୦୭ ମସିହାରେ ରାଜସ୍ଥାନରେ ଏକ କାର୍ଯ୍ୟକ୍ରମରେ ହଲିଉଡ ଅଭିନେତା ରିଚାର୍ଡ ଗେରେ ଶିଳ୍ପାଙ୍କୁ ଚୁମ୍ବନ ଦେଇଥିଲେ । ଏହାର ପରେ ଶିଳ୍ପାଙ୍କ ବିରୋଧରେ ସାର୍ବଜନୀନ ସ୍ଥାନରେ ଅଶ୍ଲିଳତାର ଅଭିଯୋଗ ହୋଇଥିଲା । ଏହି ମାମଲାରେ ଶିଳ୍ପାଙ୍କୁ କୋର୍ଟ ଦୋଷମୁକ୍ତ କରିଛନ୍ତି ।

ମେଟ୍ରୋପଲିଟାନ ମାଜିଷ୍ଟେଟ କେତକୀ ଚଭାନଙ୍କ ଅନୁସାରେ ଏହି ଘଟଣା ଘଟିବା ପରେ ଶିଳ୍ପା ନିଜର ସ୍ଥିତି ସ୍ପଷ୍ଟ କରିଥିଲେ । ପୋଲିସର ରିପୋର୍ଟ ଓ ଦସ୍ତାବିଜ ଉପରେ ବିଚାର କରି ମାଜିଷ୍ଟ୍ରେଟ ସନ୍ତୁଷ୍ଟ ହୋଇଥିଲେ । ଶିଳ୍ପାଙ୍କ ବିରୋଧରେ ହୋଇଥିବା ଅଭିଯୋଗରେ ତାଙ୍କୁ ଦୋଷମୁକ୍ତ ରାୟ ଦେଇଛନ୍ତି କୋର୍ଟ । ୨୦୦୭ରେ ରାଜସ୍ଥାନରେ ଏକ କାର୍ଯ୍ୟକ୍ରମରେ ଶିଳ୍ପାଙ୍କ ବିରୋଧରେ ରାଜସ୍ଥାନ ଓ ଗାଜିଆବାଦରେ ଦୁଇଟି ମାମଲା ରୁଜ୍ଜୁ ହୋଇଥିଲା । ପରେ ଏହାକୁ ଶିଳ୍ପା ମୁମ୍ବାଇ ସ୍ଥାନାନ୍ତର କରିବାକୁ କୋର୍ଟରେ ଅପିଲ କରିଥିଲେ । ୨୦୧୭ରେ ସୁପ୍ରିମକୋର୍ଟ ଏହି ଅପିଲକୁ ଅନୁମତି ଦେଇଥିଲେ ।

ଏଡସ ପ୍ରତି ସଚେତନା ସୃଷ୍ଟି ପାଇଁ ଶିଳ୍ପା ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ହଲିଉଡ ଅଭିନେତା ରିଚାର୍ଡ ଗେରେ ସର୍ବସମ୍ମୁଖରେ ତାଙ୍କୁ ଚୁମ୍ବନ ଦେବା ଘଟଣାକୁ ନେଇ ବିବାଦୀୟ ହୋଇଥିଲେ ଶିଳ୍ପା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.