ETV Bharat / sitara

ସ୍ବାମୀଙ୍କ ଉପରେ ଖପ୍ପା ଶିଳ୍ପା, କହିଲେ କାହିଁକି କରୁଥିଲ ଏ କାମ ?

author img

By

Published : Jul 27, 2021, 12:52 PM IST

କ୍ରାଇମବ୍ରାଞ୍ଚରେ ପଚରାଉଚୁରା ସମୟରେ ସ୍ବାମୀ ରାଜକୁନ୍ଦ୍ରାଙ୍କ ଉପରେ ବର୍ଷିଲେ ଅଭିନେତ୍ରୀ ଶିଳ୍ପା । କ'ଣ କହିଲେ ଜାଣନ୍ତୁ...

ସ୍ବାମୀ ରାଜକୁନ୍ଦ୍ରାଙ୍କ ଉପରେ ବର୍ଷିଲେ ଶିଳ୍ପା ସେଟ୍ଟୀ

ମୁମ୍ବାଇ: ପର୍ଣ୍ଣୋଗ୍ରାଫି ରାକେଟ ମାମଲାରେ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ତଥା ଫିଲ୍ମ ନିର୍ମାତା ରାଜ କୁନ୍ଦ୍ରାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଏହି ମାମଲାରେ ଶିଳ୍ପା ସେଟ୍ଟୀଙ୍କ ଘର ଉପରେ କ୍ରାଇମବ୍ରାଞ୍ଚ ଚଢାଉ କରିବା ସମୟରେ ସ୍ବାମୀଙ୍କ ଉପରେ ବର୍ଷିଛନ୍ତି ଶିଳ୍ପା । ସେ ଏ ସମ୍ପର୍କରେ ଅଜ୍ଞ ଥିବା ସମ୍ପର୍କରେ କହିବା ସହିତ କ'ଣ ଆବଶ୍ୟକ ଥିଲା ଏଭଳି ଫିଲ୍ମ ତିଆରି କରିବା ବୋଲି କହିଛନ୍ତି ଶିଳ୍ପା । ତେବେ ଏ ସମ୍ପର୍କରେ ମୁମ୍ବାଇ ପୋଲିସ ସୋମବାର ସୂଚନା ଦେଇଛି ।

ଏହି ମାମଲାରେ ପୋଲିସ ମୁମ୍ବାଇସ୍ଥିତ ରାଜକୁନ୍ଦ୍ରାଙ୍କ ଘରେ ଯାଞ୍ଚ ପାଇଁ ରାଜଙ୍କ ସହ ଯାଇଥିଲେ । ତେବେ ସେଠାରେ ଶିଳ୍ପାଙ୍କୁ ମଧ୍ୟ ପଚରାଉଚୁରା କରାଯାଇଥିଲା । ଏହି ସମୟରେ ଶିଳ୍ପା ଅତ୍ୟନ୍ତ ଦୁଃଖିତ ଥିବା ସହିତ ସ୍ବାମୀଙ୍କ ଉପରେ ବର୍ଷିଥିବା ଦେଖିବାକୁ ମିଳିଥିଲା । ଶିଳ୍ପା ଓ ରାଜଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ରାଜ ଏଭଳି ଫିଲ୍ମ ତିଆରି କରୁଥିବା ସମ୍ପର୍କରେ ଅଜ୍ଞ ଥିବା କହିଛନ୍ତି ଶିଳ୍ପା । ତେବେ ଏଭଳି ଫିଲ୍ମ ତିଆରି କରିବାର ଆବଶ୍ୟକ କ'ଣ ଥିଲା ଓ କାହିଁକି ସେ ଏଭଳି ଫିଲ୍ମ ତିଆରି କରୁଥିଲେ ବୋଲି ରାଜଙ୍କୁ ପ୍ରଶ୍ନ କରିଥିଲେ ଶିଳ୍ପା । ଶିଳ୍ପାଙ୍କୁ ଶାନ୍ତ କରିବା ପାଇଁ ଦମ୍ପତିଙ୍କ ଏହି କଳହରେ ହସ୍ତକ୍ଷେପ କରିବାକୁ କ୍ରାଇମବ୍ରାଞ୍ଚ ବାଧ୍ୟ ହୋଇଥିଲା ।

ପୋଲିସ ସମ୍ମୁଖରେ ଶିଳ୍ପା କାନ୍ଦିଥିବା ଦେଖିବାକୁ ମିଳିଥିଲା । ସେ ଏ ସମ୍ପର୍କରେ ପୂର୍ବରୁ କିଛି ଜାଣିନଥିଲେ । ରାଜଙ୍କ ପାଇଁ ଶିଳ୍ପାଙ୍କ ପରିବାରର ବହୁତ ବଦନାମୀ ହେବା ସହିତ ଅନ୍ୟ ସ୍ତରରେ ପରିବାରର ଆର୍ଥିକ କ୍ଷତି ଘଟୁଛି ବୋଲି ଶିଳ୍ପା କହିଥିଲେ । ସମାଜରେ ତାଙ୍କର ଏକ ଉତ୍ତମ ସ୍ତର ଥିବା ବେଳେ ଏଭଳି କାର୍ଯ୍ୟ କରିବା ଆବଶ୍ୟକତା କ'ଣ ଥିଲା ବୋଲି ଶିଳ୍ପା ପ୍ରଶ୍ନ କରିଥିଲେ । ଗତ ମାର୍ଚ୍ଚରେ ଏହି ପର୍ଣ୍ଣୋଗ୍ରାଫି ମାମଲାରେ ୯ ଜଣ ଗିରଫ ହେବା ପରେ ରାଜ ଅନେକ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ । ମାର୍ଚ୍ଚରେ ସେ ନିଜ ମୋବାଇଲ ବଦଳାଇଥିଲେ । ପୁରୁଣା ମୋବାଇଲ ସମ୍ପର୍କରେ କ୍ରାଇମବ୍ରାଞ୍ଚ ପଚାରିବାରୁ ସେ ଏହାକୁ ଫିଙ୍ଗି ଦେଇଥିବା କହିଛନ୍ତି । ଏହି ମୋବାଇଲରେ ଅନେକ ପ୍ରମାଣ ରହିଥିଲା ବୋଲି କହିଛନ୍ତି ମୁମ୍ବାଇ ପୋଲିସ । ଏହି ମୋବାଇଲକୁ ପୋଲିସ ଖୋଜୁଥିବା ସୂଚନା ମିଳିଛି ।

ଏହି ମାମଲାରୁ ଖସିବା ପାଇଁ ରାଜ ପୂର୍ବରୁ PLAN-B କୁ ପ୍ରସ୍ତୁତ କରି ରଖିଥିଲେ । ଏହି ଫିଲ୍ମ ପାଇଁ ଶିଳ୍ପା ଓ ରାଜଙ୍କ ଆକାଉଣ୍ଟରୁ କୋଟି କୋଟି ଟଙ୍କା ନେଣଦେଣ ହୋଇଥିବା କ୍ରାଇମବ୍ରାଞ୍ଚ କହିଛି । ସେପଟେ ରାଜଙ୍କ ଅନ୍ୟ ୪ ଜଣ ସହଯୋଗୀ ରାଜଙ୍କ ବିରୋଧରେ ପ୍ରମାଣ ଦେବା ପାଇଁ ସାକ୍ଷୀ ବନିଥିବା କହିଛି ପୋଲିସ, ଯାହାକି ରାଜଙ୍କ ପକ୍ଷେ ବଡ ସମସ୍ୟା ସୃଷ୍ଟି କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.