ETV Bharat / sitara

ରିଲରେ ସେରଶାହା ସାଜି ଦିଲ ଜିତୁଛନ୍ତି ରିଅଲ ସିଦ୍ଧାର୍ଥ

author img

By

Published : Aug 13, 2021, 9:26 PM IST

ରିଲରେ ସେରଶାହା ସାଜି ଦିଲ ଜିତୁଛନ୍ତି ରିଅଲ ସିଦ୍ଧାର୍ଥ । ଫିଲ୍ମଟି ଗତକାଲି (ଗୁରୁବାର) ରିଲିଜ ହୋଇଥିବାବେଳେ ହଲରେ ସିଟି ବାଜୁନି ସତ, କିନ୍ତୁ ସାରା ଦେଶର ହୃଦୟରେ କରୁଛି ରାଜ । ଅଧିକ ପଢନ୍ତୁ...

shershah
shershah

ହାଇଦ୍ରାବାଦ: ଆଉ ଦିନକ ପରେ ଅଗଷ୍ଟ ୧୫ । ଏହି ଅବସରରେ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଛି ଦେଶାତ୍ମବୋଧକ ଫିଲ୍ମ ‘ସେରଶାହା’ । ଗତ ଜୁଲାଇ ୨୫ରେ ଫିଲ୍ମର ଦମଦାର ଟ୍ରେଲର ରିଲିଜ ହୋଇଥିବାବେଳେ ଫିଲ୍ମକୁ ନେଇ ସଭିଏଁ ଥିଲେ ଉତ୍ସାହିତ । ଫିଲ୍ମଟି ଗତକାଲି ରିଲିଜ ହୋଇଥିବାବେଳେ ହଲରେ ସିଟି ବାଜୁନି ସତ, କିନ୍ତୁ ସାରା ଦେଶର ହୃଦୟରେ କରୁଛି ରାଜ ।

‘ଏଲଓସି’, ‘ଲକ୍ଷ୍ୟ’ ଓ ୨୦୦୫ରେ ଟାଙ୍ଗୋ ଚାର୍ଲି । ଇଏ ହେଉଛି ସେହି ସବୁ ସିନେମା ଯେଉଁଥିରେ ଦର୍ଶକ କାରଗିଲ ଯୁଦ୍ଧର କଥାକୁ ପରଦାରେ ଦେଖିବାକୁ ପାଇଥିଲେ । ଭାରତୀୟ ବୀର ଯବାନ କିଭଳି ଶତ୍ରୁଙ୍କୁ ମାତ ଦେଇ କାରଗିଲ ଉପରେ ବିଜୟ ପତାକା ଉଡାଇଥିଲେ ଏହାକୁ ବିଭିନ୍ନ ଢଙ୍ଗରେ ଦର୍ଶାଯାଇଥିଲା । ପ୍ରାୟ ୧୫ବର୍ଷର ବ୍ୟବଧାନ ପରେ ପୁଣି କାରଗିଲରେ ଭାରତୀୟ ଯବାନଙ୍କ ଐତିହାସିକ ବିଜୟ କଥାକୁ ନେଇ ନିର୍ମାଣ ହୋଇଛି ଫିଲ୍ମ ସେରଶାହା । ଯାହା କାରଗିଲ ଯୁଦ୍ଧର ହିରୋ କ୍ୟାପଟେନ ବିକ୍ରମ ବତ୍ରାଙ୍କ ଜୀବନୀ ଉପରେ ପର୍ଯ୍ୟବେଷିତ । ଯୁଦ୍ଧ ସମୟରେ ବାତ୍ରାଙ୍କ କୋଡନେମ ସେରଶାହା ଥିବାରୁ ନିର୍ଦ୍ଦେଶକ କରନ ଜୋହର ଫିଲ୍ମ ନାଁ ‘ସେରଶାହା’ ରଖିଛନ୍ତି । ତେବେ ଫିଲ୍ମଟିକୁ ଏବେ ସମସ୍ତେ ବେଶ ପସନ୍ଦ କରୁଥିବାବେଳେ ଆମାଜନ ପ୍ରାଇମରେ ରିଲିଜ ହୋଇଛି ଏହି ଫିଲ୍ମ ।

ପ୍ରକାଶ ଥାଉକି, ବିକ୍ରମ ବାତ୍ରା ସେହି ବୀର ଯବାନ ଯିଏ ଶତ୍ରୁଙ୍କୁ ମାତ ଦେବା ସହ ନିଜର ଅନେକ ସାଥୀ ଯବାନଙ୍କ ପ୍ରାଣ ବଞ୍ଚାଇଥିଲେ । ତେବେ ଫିଲ୍ମରେ ଅଭିନେତା ସିଦ୍ଧାର୍ଥ ମଲୋହୋତ୍ରା ବିକ୍ରମଙ୍କ ଭୂମିକାରେ ନଜର ଆସିଥିବାବେଳେ ତାଙ୍କ ପ୍ରେମିକା ସାଜିଛନ୍ତି କିୟାର ଆଡଭାଣୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.