ETV Bharat / sitara

ପରପାରିରେ ବିଗ-ବିଙ୍କ ପୂର୍ବତନ ସଚିବ ଶୀତଲ ଜୈନ - secretary

ସବୁ ଦିନ ପାଇଁ ଚିରନିଦ୍ରାରେ ଅମିତାଭ ବଚ୍ଚନଙ୍କ ପୂର୍ବତନ ସଚିବ ଶୀତଲ ଜୈନ । ଶନିବାର ସକାଳେ ନିଜ ବାସଭାବନରେ 77 ବର୍ଷରେ ମୃତ୍ୟୁବରଣ କରିଛନ୍ତି ଶୀତଲ ।

ଡିଜାଇନ ଫଟୋ
author img

By

Published : Jun 8, 2019, 6:19 PM IST

ମୁମ୍ବାଇ: ଦୀର୍ଘ ସମୟ ପର୍ଯ୍ୟନ୍ତ ବିଗ-ବି ଅମିତାଭ ବଚ୍ଚନଙ୍କ ସଚିବ ରହିଥିବା ପ୍ରଯୋଜକ ଶୀତଲ ଜୈନ ସବୁଦିନ ପାଇଁ ଚିରନିଦ୍ରାରେ ଶୋଇଯାଇଛନ୍ତି । ଶନିବାର ସକାଳେ ମୁମ୍ବାଇରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ସନ୍ଧ୍ୟାରେ ତାଙ୍କ ଅନ୍ତିମ ସଂସ୍କାର ୱିଲେ ପାର୍ଲେ ସ୍ଥିତ ପବନ ହଂସ ଶଶ୍ମାନ ଘାଟରେ କରାଯିବ । ଖବର ଅନୁଯାୟୀ ଶୀତଲ ପାକପାଖି 36 ବର୍ଷ ପର୍ଯ୍ୟନ୍ତ ଅମିତାଭଙ୍କ ସଚିବ ଭାବେ କାର୍ଯ୍ୟ କରିଥିଲେ ।

ସେ ଅମିତାଙ୍କ ସହ ପ୍ରଯୋଜକ ରୂପେ ମଧ୍ୟ କାମ କରିଥିଲେ । ସେ ବାସୁ ଭଗନାନୀଙ୍କ ସହ ମିଶି ଅମିତା ଓ ଗୋବିନ୍ଦାଙ୍କ ଲୋକପ୍ରିୟ ଫିଲ୍ମ 'ବଡ଼େ ମିଆଁ ଓ ଛୋଟେ ମିଆଁ' ତିଆରି କରିଥିଲେ । ଫିଲ୍ମ ନିର୍ମାତା ଡେଭିଡ ଧୱନଙ୍କ ନିର୍ଦ୍ଦେଶିତ ଏହି ଆକ୍ସନ ଡ୍ରାମା ଫିଲ୍ମ 1998ରେ ରିଲିଜ ହୋଇଥିଲା ।

ଶୀତଲଙ୍କ ମୃତ୍ୟୁରେ ଅନେକ ବଲିଉଡ କଳାକାର ସୋସିଆଲ ମିଡିଆରେ ଶୋକଭରା ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ଅନୁପମ ଖେର ଟ୍ବିଟ କରି ଲେଖିଛନ୍ତି, "ଶୀତଲ ଜୈନ, ଯାହାଙ୍କୁ ଆମେ ଦୀର୍ଘ ସମୟ ପର୍ଯ୍ୟନ୍ତ ଅମିତାଭଙ୍କ ସଚିବ ଭାବେ ଜାଣିଥିଲୁ । ସେ ସମ୍ମାନଜନକ ଏବଂ ବିନମ୍ର ବ୍ୟକ୍ତି ଥିଲେ । ଭଗବାନ ତାଙ୍କ ଶୋକସନ୍ତପ୍ତ ପରିବାରକୁ ଏହି କଠିନ ପରିସ୍ଥିତିର ସାମ୍ନା କରିବାକୁ ସାହସ ଦିଅନ୍ତୁ ।"

photo
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@

ଫିଲ୍ମ ଆନାଲିଷ୍ଟ ଅତୁଲ ମୋହନ ଲେଖିଛନ୍ତି, "ଦୀର୍ଘସମୟ ପର୍ଯ୍ୟନ୍ତ ଅମିତାଭଙ୍କ ବିଜନେସ ମ୍ୟାନେଜର ରିହିଥିବା ଶୀତଲ ଜୈନ କିଛି ଘଣ୍ଟା ପୂର୍ବରୁ ମୃତ୍ୟୁ ବରଣ କରିଛନ୍ତି । ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ।"

ଅନ୍ୟପଟେ ଫିଲ୍ମ କ୍ରିଟିକ ଏବଂ ଟ୍ରେଡ ଆନାଲିଷ୍ଟ କୋମଲ ନାହଟା ଲେଖିଛନ୍ତି, "ଦୁଃଖଦ ଖବର । ଶୀତଲ ଜୈନ ଆଉ ନାହାଁନ୍ତି । ଶନିବାର ସକାଳେ ତାଙ୍କ ମୃତ୍ୟୁ ଘଟିଛି ।"

twitter
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@କୋମଲ ନାହଟା

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.