ମୁମ୍ବାଇ: ବିନ୍ଦାସ ବୟାନ ଦେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଲୋକପ୍ରିୟ ଅଭିନେତା ଓ ରାଜନେତା ଶତ୍ରୁଘ୍ନ ସିହ୍ନା ବର୍ତ୍ତମାନ ପୁଣି ଚର୍ଚ୍ଚାରେ । ସେ ଏକ ସାକ୍ଷାତକାରରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଯେଉଁଥିରେ ପରିବାରବାଦ ଭଳି ପ୍ରସଙ୍ଗ ସାମିଲ ଥିଲା । ଆଉ କହିଥିଲେ ସେ ଯାହା ବି ବଲିଉଡରେ ହାସିଲ କରିଛନ୍ତି ନିଜ ପରିଶ୍ରମରେ ।
‘ମୁଁ ଫିଲ୍ମ ଓ ରାଜନୀତିରେ ପରିବାରବାଦର ସାହାଯ୍ୟ ନେଇନାହିଁ । ରାଜନୀତି ପାଇଁ ମୁଁ ସବୁବେଳେ ଲାଲକ୍ରିଷ୍ଣ ଆଡଭାନୀ ଓ ଅଟଲ ବିହାରୀ ବାଜପେୟୀଙ୍କ ଋଣୀ ରହିବି । ମୁଁ ଯାହା ବି ହାସିଲ କରି ତାହା ନିଜ ପରିଶ୍ରମରେ କରିଛି । ଫିଲ୍ମ ଇଣ୍ଡଷ୍ଟ୍ରିରେ କେବଳ ସଫଳତା ଓ ବିଫଳତା ଚାଲିଥାଏ । ସଫଳ ବିହାରରୁ ଆସିଥିବା ଶତ୍ରୁଘ୍ନ ସିହ୍ନା ମଧ୍ୟ ହୋଇପାରନ୍ତି । ଆଉ କୋଲକାତାରୁ ଆସିଥିବା ମିଥୁନ ଚକ୍ରବର୍ତ୍ତୀ ମଧ୍ୟ । ଏଠାରେ କେବଳ ଆପଣଙ୍କ ସଫଳତା ଭବିଷ୍ୟତ ନିର୍ଦ୍ଧାରିତ କରିଥାଏ ବୋଲି କହିଥିଲେ ଶତ୍ରୁଘ୍ନ ।
ସେହିପରି ସେ ପରିବାରବାଦ ବିଷୟରେ ଆଲୋଚନା କରି କହିଥିଲେ ଯେ ଯେକୌଣସି କଳାକାରର ସଫଳତା ଜନତା ସ୍ଥିର କରିଥାଆନ୍ତି । ଜନତା ଆପଣଙ୍କୁ ମୁଣ୍ଡରେ ବସାଇପାରିବେ ଆଉ ତଳ ପକାଇ ମଧ୍ୟ ପାରିବେ । ସୁଶାନ୍ତ ସିଂ ରାଜପୁତଙ୍କ ସହ ଯାହା ବି ହୋଇଛି ବହୁତ ଦୁଃଖଦ କଥା । ହେଲେ ଆତ୍ମହତ୍ୟା କୌଣସି ମଧ୍ୟ ସମସ୍ୟାର ସମାଧାନ ନୁହେଁ । ତୁମେ ଚାଲିଯିବ ହେଲେ ଆପଣଙ୍କ ପରିବାର ଏକୁଟିଆ ରହିଯିବ । ସେ ଝିଅ ସୋନାକ୍ଷୀ ସିହ୍ନାଙ୍କ ବିଷୟରେ କହିବାକୁ ସବୁବେଳେ ବାଧ୍ୟ ହେଉଛନ୍ତି । କାରଣ ତାଙ୍କୁ ଟ୍ରୋଲ କରାଯିବାରୁ ବର୍ତ୍ତମାନ ସେ ସୋସିଆଲ ମିଡିଆ ବନ୍ଦ କରିଦେଇଛନ୍ତି ।