ETV Bharat / sitara

ପରଦାରେ ଝିଅର ବୋଲ୍ଡ ସିନ୍ ଦେଖି କେମିତି ପ୍ରତିକ୍ରିୟା ଦେବେ ପାପା ସଞ୍ଜୟ ?

author img

By

Published : May 12, 2021, 11:59 AM IST

ଆଗାମୀ ବଲିଉଡ ଅଭିନେତ୍ରୀ ହେବାକୁ ଯାଉଛନ୍ତି କପୁର ବଂଶର ଜଣେ ଝିଅ ଶନାୟା। ଇଣ୍ଟିମେଣ୍ଟ ସିନ ଦେଖି କଣ କହିବେ ପିତା ସଞ୍ଜୟ, ଜଣାଇଲେ ମା'।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ନିକଟରେ କରନ ଜୋହର ଘୋଷଣା କରିଥିଲେ ଅଭିନେତା ସଞ୍ଜୟ କପୁରଙ୍କ ଲାଡଲୀ ଶାନୟା ତାଙ୍କ ଆଗାମୀ ଫିଲ୍ମରେ ନଜର ଆସିବେ । ଯାହାର ପ୍ରସ୍ତୁତିରେ ଲାଗି ପଡିଛନ୍ତି ଶାନୟା । ଇତିମଧ୍ୟରେ ତାଙ୍କ ମା' ମହେପ କପୁର ସ୍ବାମୀ ସଞ୍ଜୟଙ୍କ ବିଷୟରେ ଆଲୋଚନା କରି ଚର୍ଚ୍ଚାରେ । ସେ ଜଣାଇଛନ୍ତି ଯେ ଶନାୟାଙ୍କ ଇଣ୍ଟିମେଣ୍ଟ ସିନ ଫିଲ୍ମରେ ଦେଖି କିପରି ପ୍ରତିକ୍ରିୟା ରଖିବେ ସଞ୍ଜୟ ।

  • " class="align-text-top noRightClick twitterSection" data="">

ନିକଟରେ ଦେଇଥିବା ଏକ ସାକ୍ଷାତକାରରେ ମହେପ କହିଥିଲେ, ‘ସଞ୍ଜୟଙ୍କ ପାଇଁ ଶାନୟାଙ୍କ ଅନ୍-ସ୍କ୍ରିନ୍ ଅନ୍ତରଙ୍ଗତା ହଜମ କରିବା ସହଜ ହେବ ନାହିଁ କିନ୍ତୁ ସେ ତାଙ୍କ ଝିଅର କାର୍ଯ୍ୟରେ ହସ୍ତକ୍ଷେପ କରିବେ ନାହିଁ । ଯଦି ସେ ଶନାୟାଙ୍କୁ ପରଦାରେ ଏକ ଚୁମ୍ବନ ଦୃଶ୍ୟ କରୁଥିବା ଦେଖିବେ ତାହେଲେ ତାଙ୍କ ମନ କହୁଥିବ ନା ସେ ଏସବୁ ନକରୁ, ହେଲେ ଝିଅର କାମକୁ ନେଇ ସେ ଚୁପ୍ ରହିବେ ବୋଲି ମୁଁ ଆଶା କରୁଛି।’

ପ୍ରକାଶ ଥାଉକି କରନଙ୍କ ଧର୍ମା ପ୍ରଡକ୍ସନରେ ନିର୍ମାଣ ହେବାକୁ ଯାଉଥିବା ଫିଲ୍ମରେ ଡେବ୍ୟୁ କରିବେ ଶନାୟା । ନିଜ ଅପକମିଂ ଫିଲ୍ମ ଜରିଆରେ ଶନାୟାଙ୍କୁ ବଲିଉଡରେ ଲଞ୍ଚ କରିବେ କରନ। ଯାହାର ଘୋଷଣା ଚଳିତ ବର୍ଷ ଜୁଲାଇରେ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.