ETV Bharat / sitara

ସମିତାଙ୍କ ଜବରଦସ୍ତ କମବ୍ୟାକ, ପଞ୍ଜାବୀ ଅବତାରରେ ଆସିବେ ନଜର

ପ୍ରଥମଥର ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ନିର୍ଦ୍ଦେଶନାରେ କରିଛନ୍ତି ଡେବ୍ୟୁ । ଆଉ ତାଙ୍କ ପଞ୍ଜାବୀ ଗୀତରେ ନଜର ଆସିବେ ସମିତା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସମିତା ସେଟ୍ଟୀ
author img

By

Published : Aug 9, 2019, 11:55 AM IST

ମୁମ୍ବାଇ: ଦୀର୍ଘ ସମୟରୁ ଶିଳ୍ପା ସେଟ୍ଟୀଙ୍କ ଭଉଣୀ ତଥା ଅଭିନେତ୍ରୀ ସମିତା ସେଟ୍ଟୀ ଫିଲ୍ମ ଜଗତରୁ ଦୂରେଇ ଅଛନ୍ତି । ସେ 2012ରେ ଆସିଥିବା ଫିଲ୍ମ ‘ମେରେ ୟାର କି ସାଦି ହେ’ର ଫେମସ ଗୀତ ‘ସରାରା ସରାରା’ ଡାନ୍ସ କରି ହଜାର ହଜାର ଦର୍ଶକଙ୍କ ହୃଦୟ ଜିତିଥିଲେ । ଇତିମଧ୍ୟରେ ସେ ପୁଣି ଅଭିନୟକୁ କମବ୍ୟାକ କରିଛନ୍ତି । ସେ ଖୁବଶୀଘ୍ର ପଞ୍ଜାବୀ ଗୀତ ‘ତେରି ମାଆ’ରେ ନଜର ଆସିବେ । ଯାହା ନେଇ ଖୁବ୍ ଉତ୍ସାହିତ ତାଙ୍କ ଫ୍ୟାନ୍ସ । ଗୀତଟି ଆସନ୍ତା 12ରେ ରିଲିଜ ହେବାକୁ ଯାଉଛି । ଏହି ଗୀତଟି ଢାବା ଏବଂ ନାଇଟ କ୍ଲବର ସେଟରେ ସୁଟ କରାଯାଇଛି ।

‘ତେରି ମାଆ’ ଗୀତରେ ସମିତା ପଞ୍ଜାବୀ ଗାର୍ଲ ରୂପେ ସୋସିଆଲ ମିଡିଆ ଷ୍ଟାର ମାନବ ଛାବଡାଙ୍କ ଅପୋଜିଟ ଅଭିନୟ କରୁଥିବାର ଦେଖାଯିବେ । ଏହି ଅବସରରେ ସେ କହିଛନ୍ତି କି ଗୀତ ସୁଟି କରୁଥିବା ସମୟରେ ବହୁତ ମଜା ଆସିଥିଲା । ଆଉ ସେ ପ୍ରଥମଥର ନିଜ ଭଣୋଇ ଅର୍ଥାତ୍ ଶିଳ୍ପାଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ସହ କାମ କରିଛନ୍ତି । ଏହି ପଞ୍ଜାବୀ ପେପି ସଙ୍ଗ ତାଙ୍କୁ ପୁଣି ସୁଯୋଗ ଦେଇଛି ଡାନ୍ସ କରିବାକୁ ।

ଗୀତର ସୁଟିଂ ସେ ମୁମ୍ବାଇର ପ୍ରବଳ ଗରମରେ କରିଥିଲେ କିନ୍ତୁ ବାସ୍ତବରେ ଗୀତ ସୁଟିଂ କରୁଥିବା ସମୟରେ ଗରମର କୌଣସି ଫରକ ଆମକୁ ପଡିନଥିଲା । ସମସ୍ତେ ଖୁବ୍ ପରିଶ୍ରମ କରିଛନ୍ତି ଏହି ଗୀତ ପାଇଁ । ଯାହା ଦର୍ଶକଙ୍କୁ ମଧ୍ୟ ପସନ୍ଦ ଆସିବ । ଗୀତ ତେରି ମାଆ ଭିଡିଓର ନିର୍ଦ୍ଦେଶନା କରିଛନ୍ତି ରାଜ କୁନ୍ଦ୍ରା । ଗୀତର ଫାଷ୍ଟ ଲୁକ ପୋଷ୍ଟର ଭିଡିଓ ସେୟାର କରି ସମିତା ଟ୍ବିଟରେ ଲେଖିଛନ୍ତି, ‘‘ଏହାକୁ ଦେଖିବା ପାଇଁ ଦୁନିଆ ଅପେକ୍ଷା କରିପାରିବ ନାହିଁ । ମୋର ପ୍ରଥମ ପଞ୍ଜାବୀ ଭିଡିଓ । ତେରି ମାଆ ଅଗଷ୍ଟ 12ରେ ରିଲିଜ ହେବ ।’’

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.