ETV Bharat / sitara

କୋରୋନା ଲଢେଇ: କିଙ୍ଗଖାନଙ୍କ ନୂଆ ପଦକ୍ଷେପ - ବ୍ୟକ୍ତିଗତ ସୁରକ୍ଷା ଉପକରଣ(ପିପିଇ) ଓ ଭେଣ୍ଟିଲେଟରେ ଯୋଗଦାନ ଦେବାକୁ ଶାହରୁଖ ଖାନଙ୍କ ଅପିଲ

ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଅନ୍ୟ ଆବଶ୍ୟକ ଜିନିଷ ବ୍ୟତୀତ ବ୍ୟକ୍ତିଗତ ସୁରକ୍ଷା ଉପକରଣ(ପିପିଇ) ଓ ଭେଣ୍ଟିଲେଟରେ ଯୋଗଦାନ ଦେବାକୁ ଶାହରୁଖ ଖାନଙ୍କ ଅପିଲ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶାହରୁଖ ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶାହରୁଖ ଖାନ
author img

By

Published : May 15, 2020, 8:14 PM IST

ମୁମ୍ବାଇ: କୋରୋନା ଯୋଦ୍ଧାଙ୍କ ପାଇଁ ଯାହା ସମ୍ଭବ ତାହା କରିବାରେ ବ୍ୟସ୍ତ ସେଲିବ୍ରିଟି। ଅନେକ କଳାକାର କୋଟି କୋଟି ଟଙ୍କା ସରକାରଙ୍କୁ ଦାନ କରି ଦେଶବାସୀଙ୍କ ସୁରକ୍ଷା ଅପିଲ କରିବାରେ ଲାଗିଛନ୍ତି । ଇତିମଧ୍ୟରେ ପୁଣିଥରେ ସୁପରଷ୍ଟାର ଶାହରୁଖ ଖାନ ମହାନ କାର୍ଯ୍ୟ କରି ଚର୍ଚ୍ଚାରେ। ସେ ଫ୍ରଣ୍ଟଲାଇନ ସ୍ବାସ୍ଥ୍ୟ କର୍ମୀଙ୍କ ପାଇଁ ଅନ୍ୟ ଆବଶ୍ୟକ ଜିନିଷ ବ୍ୟତୀତ ବ୍ୟକ୍ତିଗତ ସୁରକ୍ଷା ଉପକରଣ(ପିପିଇ) ଓ ଭେଣ୍ଟିଲେଟରେ ଯୋଗଦାନ ଦେବାକୁ ଅପିଲ କରିଛନ୍ତି । ତାଙ୍କର ଏହି ଅପିଲ ପରେ ଲୋକ ସୋସିଆଲ ମିଡିଆରେ ତାଙ୍କର ଖୁବ୍ ପ୍ରଶଂସା କରିଛନ୍ତି।

photo
ଫଟୋ ସୌଜନ୍ୟ: ଟ୍ବିଟର@ଶାହରୁଖ ଖାନ

କୋରନା ଭାଇରସ ବିରୋଧୀ ଲଢେଇରେ ଶାହରୁଖଙ୍କ ଯୋଗଦାନକୁ ଖୁବ୍ ପସନ୍ଦ କରିଛନ୍ତି ଦେଶବାସୀ। ସେ ଗୁରୁବାର ମୀର ଫାଉଣ୍ଡେଶନକୁ ଟ୍ୟାଗ କରି ଏକ ଟ୍ବିଟରେ ଲେଖିଥିଲେ, ‘ଆସନ୍ତୁ କୋରୋନା ଭାଇରସ ବିରୋଧ ଲଢେଇର ନେତୃତ୍ବ କରୁଥିବା ବାହାଦୁର ସ୍ବାସ୍ଥ୍ୟ ଅଧିକାରୀ ଓ ଚିକିତ୍ସା ଟିମକୁ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ)ରେ ଯୋଗଦାନ କରି ସମର୍ଥନ କରିବା। ସାମାନ୍ୟ ସାହାଯ୍ୟ ବଡ କାମରେ ଲାଗିପାରିବ।’

ଭିଡିଓ ସୌଜନ୍ୟ: ଟ୍ବିଟର@ଶାହରୁଖ ଖାନ

ଏହାସହ ସେ ନିଜ ଏନଜିଓ ମୀର ଫାଉଣ୍ଡେଶନରେ ଏକ ଲିଙ୍କ ମଧ୍ୟ ସେୟାର କରିଛନ୍ତି । ପ୍ରକାଶ ଥାଉକି ନିଜ ଅଫିସକୁ କ୍ବାରେଣ୍ଟାଇନ ସେଣ୍ଟରରେ ପରିଣତ କରିସାରିଛନ୍ତି ସେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.