ETV Bharat / sitara

ଅଫିସକୁ କ୍ବାରେଣ୍ଟାଇନ ଜୋନ କଲେ ଶାହରୁଖ-ଗୌରୀ - ରୋମାନ୍ସ କିଙ୍ଗ ଶାହରୁଖଙ୍କ ଅଫିସ ହେଲା କ୍ବାରେଣ୍ଟାଇନ ଜୋନ

ଶାହରୁଖ ଖାନଙ୍କ ମହାନ କାର୍ଯ୍ୟ। କୋଟି କୋଟି ଦାନ କରିସାରିବା ପରେ ଏବେ ନିଜ ଅଫିସ ବିଲ୍ଡିଂକୁ ଦେଶବାସୀଙ୍କ ପାଇଁ କ୍ବାରେଣ୍ଟାଇନ ସେଣ୍ଟର କରିଛନ୍ତି। ବିଏମସିକୁ ଦାନ ରୂପେ ଦେଇଛନ୍ତି ବିଲ୍ଡିଂ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶାହରୁଖ ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶାହରୁଖ ଖାନ
author img

By

Published : Apr 23, 2020, 1:39 PM IST

ମୁମ୍ବାଇ: କୋରୋନା ସହ ଲଢିବା ପାଇଁ ସେଲିବ୍ରିଟି ଦେଶବାସୀଙ୍କ ସାହସ ବଢାଇବା ସହ ନିଜ ଦ୍ବାରା ଯାହା ସମ୍ଭବ ତାହା କରୁଛନ୍ତି। ଅନେକ ସେଲିବ୍ରିଟି ଏଯାବତ ପିଏମ ରିଲିଫ ଫଣ୍ଡ, ମହାରାଷ୍ଟ୍ର ସିଏମ ରିଲିଫ ଫଣ୍ଡକୁ କୋଟି କୋଟି ଟଙ୍କା ଦାନ କରିସାରିଲେଣି। ସେହିପରି ରୋମାନ୍ସ କିଙ୍ଗ ଶାହରୁଖ ପତ୍ନୀ ଗୌରୀ ଖାନଙ୍କ ସହ ମିଶି ନିଜ ଅଫିସ ବିଏମସିକୁ ଦାନରେ ଦେଇଛନ୍ତି। ଯାହାଦ୍ବାରା ଏହି ସ୍ଥାନକୁ କ୍ବାରେଣ୍ଟାଇନ ସେଣ୍ଟର ରୂପେ ବର୍ତ୍ତମାନ ବ୍ୟବହାର କରାଯିବ।

ଇତିମଧ୍ୟରେ ଗୌରୀ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ କ୍ବାରେଣ୍ଟାଇନ ଜୋନ ହେବା ପରେ ତାଙ୍କ ଅଫିସର ଝଲକ ଦେଖିବାକୁ ମିଳୁଛି। ମେରୀ ଫାଉଣ୍ଡେଶନ ଶାହରୁଖଙ୍କ ଅଫିସ ବିଲ୍ଡିଂକୁ କ୍ବାରେଣ୍ଟାଇନ କ୍ବାଟର୍ସରେ ପରିଣତ କରିଛି।

ଭିଡିଓ କ୍ୟାପସନରେ ସେ ଲେଖିଛନ୍ତି, ‘ଏହି ଅଫିସକୁ ନବୀକରଣ କରାଯାଇଛି। ଏହା କ୍ବାରେଣ୍ଟାଇନ ଜୋନ। ଯେଉଁଥିରେ ଲୋକଙ୍କୁ ଆବଶ୍ୟକ ଜିନିଷ ଦିଆଯାଉଛି। ଆମକୁ କୋଭିଡ-19 ବିରୋଧରେ ଏକାଠି ହୋଇ ମଜବୁତ ସହ ଲଢିବା ଦରକାର।’

ସେପଟେ ଶାହରୁଖ ଓ ଗୌରୀଙ୍କ ଏହି ମହାନ କାର୍ଯ୍ୟ ପାଇଁ ବିଏମସି ତରଫରୁ ଧନ୍ୟବାଦ ଜଣାଯାଇଛି । ଖାଲି ଏତିକି ନୁହେଁ ଶାହରୁଖ ନିଜ ପ୍ରଡକ୍ସନ ହାଉସ ରେଡ ଚିଲିଜ ଏଣ୍ଟରଟେନମେଣ୍ଟ ଜରିଆରେ ଅନେକ ଫାଉଣ୍ଡଶନରେ ଯୋଗଦାନ କରିସାରିଲେଣି । ସେ ପିଏମ କେୟାର୍ସ ଫଣ୍ଡ, ଓ ମହାରାଷ୍ଟ୍ର ସିଏମ ରିଲିଫ ଫଣ୍ଡକୁ ଦାନ ମଧ୍ୟ କରିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.