ମୁମ୍ବାଇ: ବଲିଉଡର କିଙ୍ଗ ଖାନ ଭାବରେ ଜଣାଶୁଣା ଶାହରୁଖ ଖାନଙ୍କ ଫିଲ୍ମ ଇଣ୍ଡଷ୍ଟ୍ରିରେ 29 ବର୍ଷ ପୂରଣ କରିଛନ୍ତି । 1992ରେ ସେ ସ୍ବର୍ଗତ ଅଭିନେତ୍ରୀ ଦିବ୍ୟା ଭାରତୀ ଏବଂ ସ୍ବର୍ଗତ ଅଭିନେତା ଋଷି କପୁରଙ୍କ ସହ ଫିଲ୍ମ 'ଦିୱାନା' ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ଏହା ପରେ ସେ 'ଦିଲ୍ ତୋ ପାଗଲ୍ ହେ', 'କୁଛ କୁଛ ହୋତା ହେ', 'ଦିଲୱାଲେ ଦୁଲହାନିଆ ଲେ ଜାୟେଙ୍ଗେ', 'କଭି ଖୁସି କଭି ଗମ' ଭଳି ହିଟ ଫିଲ୍ମ କରି ପ୍ରଶଂସକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ 80 ଟି ଚଳଚ୍ଚିତ୍ରରେ କାମ କରିଥିବା ଶାହାରୁଖ ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରିଛନ୍ତି ।
ଏହି ଦୀର୍ଘ ଯାତ୍ରା ପାଇଁ କୃତଜ୍ଞତା ଜଣାଇ ଶାହରୁଖ ଟ୍ବିଟ କରି ଲେଖିଛନ୍ତି, 'ତୁମେ ମୋତେ ପାଖାପାଖି 30 ବର୍ଷ ଧରି ଭଲପାଇବା ଦେଉଛ । ମୁଁ ଅନୁଭବ କଲି ଯେ ମୋ ଜୀବନ ଅଧାରୁ ଅଧିକ ସମୟ ମୁଁ ଆପଣଙ୍କୁ ମନୋରଞ୍ଜନ କରିବାରେ ଅତିବାହିତ କରିଛି । ଆସନ୍ତାକାଲି ମୁଁ ତୁମକୁ ବ୍ୟକ୍ତିଗତ ଭାବରେ ସାକ୍ଷାତ କରିବାକୁ ଏବଂ ମୋର ଭଲପାଇବା ଦେବାକୁ ସମୟ ବାହାର କରିବି । ତୁମର ସମସ୍ତଙ୍କ ଭଲପାଇବା ପାଇଁ ଧନ୍ୟବାଦ'।
-
Been working. Just saw the ’overwhelmed ness’ of the lov of nearly 30 yrs u r showering on me here. Realised it’s more than half my life in the service of hoping to entertain u all. Will take out time tomorrow & share some love back personally. Thx needed to feel loved….
— Shah Rukh Khan (@iamsrk) June 24, 2021 " class="align-text-top noRightClick twitterSection" data="
">Been working. Just saw the ’overwhelmed ness’ of the lov of nearly 30 yrs u r showering on me here. Realised it’s more than half my life in the service of hoping to entertain u all. Will take out time tomorrow & share some love back personally. Thx needed to feel loved….
— Shah Rukh Khan (@iamsrk) June 24, 2021Been working. Just saw the ’overwhelmed ness’ of the lov of nearly 30 yrs u r showering on me here. Realised it’s more than half my life in the service of hoping to entertain u all. Will take out time tomorrow & share some love back personally. Thx needed to feel loved….
— Shah Rukh Khan (@iamsrk) June 24, 2021
ଶାହାରୁଖଙ୍କ ଏହି ପୋଷ୍ଟ ପରେ, ତାଙ୍କର ପ୍ରଶଂସକମାନେ ତାଙ୍କ ପୁରୁଣା ଫଟୋ ଟୁଇଟ୍ କରି ସେୟାର କରି ତାଙ୍କ ପ୍ରତି ଥିବା ଭଲପାଇବା ବ୍ୟକ୍ତ କରୁଛନ୍ତି ।
ଜଣେ ପ୍ରଶଂସକ ଲେଖିଛନ୍ତି 'କିଙ୍ଗ ଆମେ ସବୁବେଳେ ଆପଣଙ୍କ ସହିତ ଅଛୁ' ।
ତାଙ୍କୁ ଜଣେ ସୁପରଷ୍ଟାର ଭାବରେ ବର୍ଣ୍ଣନା କରି ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, ତାଙ୍କର ଯାତ୍ରା ଲକ୍ଷ ଲକ୍ଷ ମଧ୍ୟବିତ୍ତ ଲୋକଙ୍କୁ ପ୍ରେରଣା ଦେଇଛି ।
ପ୍ରକାଶ ଥାଉ ଯେ, ଶାହାରୁଖ ଦୂରଦର୍ଶନରେ ସିରିଏଲ 'ଫୌଜି' ଏବଂ 'ସର୍କସ' ସହିତ ମନୋରଞ୍ଜନ ଇଣ୍ତଷ୍ଟ୍ରିରେ ପ୍ରବେଶ କରିଥିଲେ ।