ETV Bharat / sitara

ଶାହରୁଖ ଆଉଟ, ରଣଭୀର ଇନ୍

author img

By

Published : Apr 8, 2019, 10:46 PM IST

ବହୁ ଚର୍ଚ୍ଚିତ ଫିଲ୍ମ 'ଡନ-3'ରେ ନଜର ଆସିବେନି କିଙ୍ଗଖାନ ଶାହରୁଖ । ତାଙ୍କ ପରିବର୍ତ୍ତେ ଅଭିନେତା ରଣଭୀର କପୁର ନଜର ଆସିପାରନ୍ତି । କାରଣ ଏହି ଫିଲ୍ମରେ ଅଭିନୟ କରିବାକୁ ମନା କରିଦେଇଛନ୍ତି କିଙ୍ଗ ଖାନ । ଯାହା ପାଇଁ ରଣଭୀରଙ୍କୁ ମିଳିଛି ସୁଯୋଗ ।

ଡିଜାଇନ ଫଟୋ

ମୁମ୍ବାଇ: ବଲିଉଡରେ ଡନର କଥା ସାମ୍ନାକୁ ଆସିଲେ ସର୍ବପ୍ରଥମେ ଦର୍ଶକଙ୍କ ଓଠରେ ଅମିତାଭ ବଚ୍ଚନ ଓ ଶାହରୁଖ ଖାନଙ୍କ ନାମ ଆସିଥିଏ । ଏହି ଦୁଇ ଷ୍ଟାର ପରଦାରେ ଡନ ଭୂମିକାରେ ଶାନଦାର ଅଭିନୟ କରିଥିଲେ । ତେଣୁ ଦର୍ଶକ ଅନ୍ୟ କୌଣସି କଳାକାରଙ୍କୁ ଡନ ସ୍ଥାନରେ ଭାବିପାରୁ ନାହାଁନ୍ତି । କିନ୍ତୁ ଖୁବ୍ ଶୀଘ୍ର ଏହି ତାଲିକାରେ ନୂଆ ଷ୍ଟାରଙ୍କ ନାମ ଯୋଡି ହେବାକୁ ଯାଉଛି । ବଲିଉଡ ପାୱରହାଉସ ଅଭିନେତା ରଣଭୀର ସିଂହଙ୍କ କଥା ଡନ-3 ପାଇଁସ୍ଥିର କରାଯାଇଛି । ଯିଏ ଖୁବ୍ ଶୀଘ୍ର 'ଡନ-3'ରେ ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସି ପାରନ୍ତି ।

ଶୁଣିବାକୁ ମିଳୁଛି ଯେ ଶାହରୁଖ 'ଡନ-3' ଫିଲ୍ମରେ କାମ କରିବାକୁ ମନା କରିଦେଇଛନ୍ତି । ଯାହା ପାଇଁ ନିର୍ମାତା ରଣଭୀରଙ୍କ ସହ କଥାବାର୍ତ୍ତା ଚଲାଇଛନ୍ତି । କିଙ୍ଗ ଖାନ 'ଡନ-3' ଫିଲ୍ମରେ କାମ ନକରିବାର ନିଷ୍ପତ୍ତି ମଧ୍ୟ ନେଇସାରିଛନ୍ତି । ବର୍ତ୍ତମାନ ସ୍କ୍ରିପ୍ଟ ଉପରେ କାମ ଚାଲିଛି । ଶାହରୁଖଙ୍କ ନିଷ୍ପତ୍ତି ଶୁଣିଲା ପରେ ନିର୍ମାତା ରଣଭୀରଙ୍କୁ ଫିଲ୍ମରେ ସାମିଲ କରିବାର ମନେ କରିଛନ୍ତି । କିନ୍ତୁ ଏଯାବତ ରଣଭୀର ଫିଲ୍ମରେ ସାଇନ କରିନାହାଁନ୍ତି ।

Intro:Body:

ମୁମ୍ବାଇ: ବଲିଉଡ ପାୱାର କପୁଲ ରଣବୀର-ଦୀପିକା ବିବାହ ପୂର୍ବରୁ ନେଇ ଏବେ ପର୍ଯ୍ୟନ୍ତ କିଛି ନା କିଛି କାରଣରୁ ସର୍ବଦା ଚର୍ଚ୍ଚାରେ। ଉଭୟଙ୍କ ଯୋଡି ଅନେକଙ୍କ ପାଇଁ ପ୍ରେରଣା ସଦୃଶ। କାରଣ ଉଭୟ ଉଭୟଙ୍କୁ ଏତେମାତ୍ରାରେ ସମର୍ଥନ କରିଥାନ୍ତି ଯେ ସମସ୍ତଙ୍କ ମୁହଁରେ ଗୋଟିଏ କଥା ଉଭୟଙ୍କୁ ଯୋଡିକୁ କାହା ନଜର ନଲାଗୁ। ଉଭୟ ଉଭୟଙ୍କ ପାଇଁ ସ୍ପେଶାଲ ବୋଲି ଜଣେଇବାକୁ କୌଣସି ମୌକା ହାତଛଡା କରନ୍ତିନାହିଁ। ଏବେ ମଧ୍ୟ ଠିକ ସେମିତି କିଛି ନଜର ଆସିଛି, ଯାହା ଦେଖି ଖାଲି ରଣବୀର ନୁହେଁ ଫ୍ୟାନମାନେ ମଧ୍ୟ ବେଶ ଖୁସି।

କଥା କଣକି, ରଣବୀର ଏବେ କ୍ରିକେଟର କପିଲ ଦେବଙ୍କ ବାୟୋପିକ ପାଇଁ ଜୋରଦାର ପ୍ରସ୍ତୁତ ଚଲାଇଛନ୍ତି। ନିକଟରେ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଗୋଟିଏ ଭିଡିଓ ପୋଷ୍ଟ କରିଥିଲେ, ଯେଉଁଥିରେ ସେ କପିଲ ଦେବଙ୍କଠାରୁ କ୍ରିକେଟ ଶିଖୁଛନ୍ତି। ଆଉ ଭିଡିଓଟି ଦେଖି ପ୍ରଶଂସକ ଯେତିକି ଖୁସି, ପତ୍ନୀ ଦୀପିକାଙ୍କ ଖୁସି କିନ୍ତୁ ଦ୍ବିଗୁଣିତ। 

ଏହି ଭିଡିଓରେ ଦୀପିକା କମେଣ୍ଟ କରି ଲେଖିଛନ୍ତି, 'ତୁମେ ଯେତେ ଶିଖିବା କଥା ଶିଖିଯାଅ କାରଣ ଏହି ଦିନ ପୁଣିଥରେ ଫେରିବନାହିଁ। ମୁଁ ତୁମ ପାଇଁ ଗର୍ବିତ।' ପ୍ରକାଶ ଥାଉକି, ରଣବୀର 1983 ବିଶ୍ବ କପକୁ ନେଇ ଆଧାରିତ ଫିଲ୍ମରେ ଭାରତୀୟ ଅଧିନାୟକ କପିଲ ଦେବଙ୍କ ଭୂମିକାରେ ନଜର ଆସିବେ। ଫିଲ୍ମର ପୁରା କାଷ୍ଟ ସୁଟିଂ ପାଇଁ ଖୁବଶିଘ୍ର ଲଣ୍ଡନ ଯିବେ। ଫିଲ୍ମର ନିର୍ଦ୍ଦେଶନା କବିର ଖାନ ଦେଉଥିବାବେଳେ ଏହା 2020ରେ ରିଲିଜ ହେବ ବୋଲି ପ୍ରକାଶ।

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.