ମୁମ୍ବାଇ: ବଲିଉଡରମିଷ୍ଟର ପରଫେକ୍ସନିଷ୍ଟ ଅମିର ଖାନ ସବୁକିଛି ପରଫେକ୍ଟ କରିବାକୁ ଚାହାନ୍ତି । ଏକ କାର୍ଯ୍ୟକ୍ରମରେ ଏପରି କିଛି ଖୁଲାସା କରିଛନ୍ତିଅମୀର। ତାଙ୍କ କାହାଣୀରେ ଶାହରୁଖଙ୍କ ନାମ ମଧ୍ୟ ଥିଲା । ଯାହା ଶୁଣି ଆଶ୍ଚର୍ଯ୍ୟ ହୋଇଥିଲେ ସେଠାରେ ଉପସ୍ଥିତ ଥିବା ଦର୍ଶକ ।
କଥାଟି ହେଲା କି ଶାହରୁଖଙ୍କ ଘରେ ଏକପାର୍ଟି ଥିଲା । ଏହି ପାର୍ଟିରେ ସାମିଲ ହେବାକୁ ଗଲା ବେଳେ ସେ ନିଜ ଖାଦ୍ୟ ନେଇକି ଯାଇଥିଲେ । ଏହି ବିଷୟରେ ଆମୀର କହିଥିଲେ ଯେ, ଯେବେ ମଧ୍ୟ ଆପଣ ଶାହରୁଖଙ୍କ ସହ ସାକ୍ଷାତ କରିବେ ଏ ବିଷୟରେ ନିଶ୍ଚିତପଚାରିବ ଆଉତାଙ୍କଠୁ ମଜାଦାର କାହାଣୀ ଶୁଣିବାକୁ ପାଇବେ ।
ଆପ୍ପଲ ସିଇଓ ଟିମ କୁକ ଭାରତ ଆସିବା ସମୟରେ ଶାହରୁଖ ନିଜ ଘରେ ରାତ୍ରି ଭୋଜନର ବ୍ୟବସ୍ଥା କରିଥିଲେ । ଏହି ପାର୍ଟିରେ ସାମିଲ ହୋଇଥିଲେ ଅମିର । ଶାହରୁଖଙ୍କ ପତ୍ନୀ ଗୌରୀ ଖାନ ଯେତେବେଳେ ତାଙ୍କୁ ଖାଇବା ପାଇଁ କହିଥିଲେସେତେବେଳେନିଜ ଟିଫିନ୍ ବକ୍ସ ଖୋଲିଥିଲେ ସେ । ସେହି ସମୟରେ ତାଙ୍କ ଫିଲ୍ମ 'ଦଙ୍ଗଲ' ସୁଟିଂ ଚାଲିଥିଲା ।
ଜଣାଇ ଦେଉଛୁ ଯେ ନିକଟରେ ମୁମ୍ବାଇରେ ଡାଏଟିଶିଆନ ନିଖିଲ ଧୁରନ୍ଦରଙ୍କ ବହି ଲଞ୍ଚିଂ ସମୟରେ ବି ସମାନ କଥା କହିଥିଲେଅମୀର । ସେ ପାର୍ଟିରେ ସାମିଲ ହୁଅନ୍ତି ସତ କିନ୍ତୁ ନିଜ ଖାଦ୍ୟ ଟିଫିନ ସାଥିରେ ନେଇ କି ଯାଆନ୍ତି ।