ETV Bharat / sitara

ଏକାଠି ହେଲେ ବଲିଉଡର ଦୁଇ ଖାନ

ଚର୍ଚ୍ଚାରେ ଆମୀର ଖାନଙ୍କ ଅପକମିଂ ଫିଲ୍ମ ‘ଲାଲ ସିଂ ଚଡ୍ଡା’ । ଏହି ଫିଲ୍ମରେ ବର୍ତ୍ତମାନ ସମ୍ପୃକ୍ତ ହୋଇଛନ୍ତି ଶାହରୁଖ ଖାନ । ଟ୍ବିଟରରେ ଦୁଇ ସୁପରଷ୍ଟାର ଦେଲେ ସୂଚନା ।

author img

By

Published : Nov 7, 2019, 3:21 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶାହରୁଖ ଖାନ ଫ୍ୟାନକ୍ଲବ

ମୁମ୍ବାଇ: ସୁପରଷ୍ଟାର ଆମୀର ଖାନ ବୁଧବାର ଫ୍ୟାନ୍ସଙ୍କୁ ନିଜ ଆଗାମୀ ଫିଲ୍ମ ‘ଲାଲ ସିଂ ଚଡ୍ଡା’ ମୋଶନ ପୋଷ୍ଟର ଏବଂ ଲୋଗୋ ସେୟାର କରି ସରପ୍ରାଇଜ କରିଦେଇଥିଲେ । ଫିଲ୍ମର ସେୟାର ହୋଇଥିବା ଭିଡିଓରେ ଫିଲ୍ମର ଗୀତ ଶୁଣା ଯାଇଥିବା ବେଳେ ଫିଲ୍ମର ଟାଇଟଲ ମଧ୍ୟ ଦେଖିବାକୁ ମିଳିଥିଲା । ଆଉ ସେଥିରେ ଆମୀର କ୍ୟାପସନରେ ଲେଖିଥିଲେ, ‘କ୍ୟା ପତା ହମ ମେଁ ହେ କାହାନୀ, ୟା ହେ କାହାନୀ ମେଁ ହମ ।’

ଫଟୋ ସୌଜନ୍ୟ: ଟ୍ବିଟର@ଆମୀର ଖାନ

ତାଙ୍କର ଆଉ ଏକ ଘୋଷଣାରେ ଦର୍ଶକ ଖୁସି ହୋଇଯାଇଥିଲେ । କଥାଟି ହେଲା କି ଆମୀରଙ୍କ ‘ଲାଲ ସିଂ ଚଡ୍ଡା’ ଫିଲ୍ମରେ ଏବେ ସମ୍ପୃକ୍ତ ହୋଇଛିନ୍ତି କିଙ୍ଗଖାନ ଶାହରୁଖ ଖାନଙ୍କ ପ୍ରଡକ୍ସନ ହାଉସ ରେଡ ଚିଲିଜ ଭିଏଫଏକ୍ସ । ଏହି ଅବସରରେ ରେଡ ଚିଲିଜ ଅଧିକାରୀକ ଟ୍ବିଟର ଆକାଉଣ୍ଟରେ ସୂଚନା ଦିଆଯାଇ ଲେଖାଯାଇଥିଲା, ‘ହାଁ ହେ କାହାନୀ ମେଁ ହମ । ଲାଲା ସିଂ ଚଡ୍ଡା ସହ ସମ୍ପୃକ୍ତ ହୋଇ ଗର୍ବିତ ଅନୁଭବ କରୁଛୁ ।’ ଶାହରୁଖ ମଧ୍ୟ ଟ୍ବିଟ କରି ଲେଖିଥିଲେ, ‘ୟାର ତୁମ ହିଁ ପୁରି କାହାନୀ ହୋ । ଅଲ ଦ ବେଷ୍ଟ ତୁମ ଶାନଦାର ପ୍ରୟାସ ଏହଂ କଠିନ ପରିଶ୍ରମ ପାଇଁ ।’

tweet
ଫଟୋ ସୌଜନ୍ୟ: ଟ୍ବିଟର@ରେଡ ଚିଲିଜ

ପ୍ରକାଶ ଥାଉକି କିଛି ଦିନ ପୂର୍ବରୁ ଚର୍ଚ୍ଚା ଜୋର ଧରିଥିଲା ଯେ ଶାହରୁଖ ‘ଲାଲ ସିଂ ଚଡ୍ଡା’ରେ ଅତିଥି ଅଭିନେତା ରୂପେ ନଜର ଆସିପାରନ୍ତି । ଦୁଇ ସୁପରଷ୍ଟାରଙ୍କ ଟ୍ବିଟରୁ ଏବେ ସାବ୍ୟସ୍ତ ହୋଇଯାଇଛି ଯେ ଶାହରୁଖ ଏହି ଫିଲ୍ମରେ ସମ୍ପୃକ୍ତ ହୋଇସାରିଛନ୍ତି । ଦୀର୍ଘ ସମୟ ପରେ ଆମୀରଙ୍କ ସହ ଫିଲ୍ମରେ ରୋମାନ୍ସ କରୁଥିବାର ନଜର ଆସିବେ ବେବୋ କରୀନା କପୁର ଖାନ । ‘ଲାଲ ସିଂ ଚଡ୍ଡା’ ଆସନ୍ତା ବର୍ଷ ଖ୍ରୀଷ୍ଟମାସରେ ରିଲିଜ ହେବାକୁ ଯାଉଛି । ଯାହାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି ଅଦଭୈତ ଚନ୍ଦନ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.