ମୁମ୍ବାଇ: ବଲିଉଡର ଫେମସ ଅଭିନେତ୍ରୀ ଶବାନା ଆଜମୀ ସ୍ବାଇନ ଫ୍ଲୁ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଏହି କଥାର ଖୁଲାସା ଶବାନାଙ୍କ ଚେକଅପ ସମୟରେ ହୋଇଥିଲା । ରିପୋର୍ଟ ଅନୁଯାୟୀ ଶବାନାଙ୍କୁ ଥଣ୍ଡା ହେବା ପରେ ସେ ଚେକଅପ ପାଇଁ ଯାଇଥିଲେ । ଚେକପରେ ଡାକ୍ତର ତାଙ୍କୁ ସ୍ବାଇନ ଫ୍ଲୁ ହେବାର କଥା କହିଥିଲେ । ବର୍ତ୍ତମାନ ତାଙ୍କୁ ମୁମ୍ବାଇର ଏକ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।
ମେଡିକାଲରେ ଭର୍ତ୍ତି ହେବା କଥାକୁ ନେଇ ସେ କହିଛନ୍ତି କି ତାଙ୍କୁ କଷ୍ଟରେ ସମୟ ମିଳିଥାଏ । ମେଡିକାଲରେ ଭର୍ତ୍ତି ହେବା ତାଙ୍କ ପାଇଁ ବ୍ରେକ ନେବା ପରି । ବର୍ତ୍ତମାନ ତାଙ୍କ ସ୍ବସ୍ଥ୍ୟାବସ୍ଥା ଭଲ ଅଛି । ଶବାନା ଲୋକପ୍ରିୟ କବି କୈଫୀ ଆଜମୀଙ୍କ ଝିଅ । ଅନ୍ୟପଟେ ତାଙ୍କ ସ୍ବାମୀ ଜାଭେଦ ଅଖତର ଜଣାଶୁଣା କବି ମଧ୍ୟ ।
ଯଦି ତାଙ୍କ ଫିଲ୍ମ ବିଷୟରେ କଥା ହେବା ତେବେ ସେ 2017ରେ ଆସିଥିବା ଫିଲ୍ମ 'ଦ ବ୍ଲାକ ପ୍ରିନ୍ସ'ରେ ନଜର ଆସିଥିଲେ । ଏହି ଫିଲ୍ମଟିକୁ ପଞ୍ଜାବୀ, ଇଂରାଜୀ ଏବଂ ହିନ୍ଦୀ ଭାଷାରେ ରିଲିଜ କରାଯାଇଥିଲା । ଶବାନା ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ ରୁହନ୍ତି ।