ETV Bharat / sitara

ଶେହନାଜ ଗିଲଙ୍କ ବାପାଙ୍କୁ ଗୁଳିମାଡ, ଦୁଇ ଦିନ ପୂର୍ବରୁ ବିଜେପିରେ ମିଶିଥିଲେ

author img

By

Published : Dec 28, 2021, 12:29 PM IST

ଶେହନାଜ୍ ଗିଲଙ୍କ ଅଡୁଆ ଥମିବାର ନାଁ ନେଉନି । ସ୍ବର୍ଗତ ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁ ପରେ ଶେହନାଜ ତାଙ୍କ ସାଧାରଣ ଜୀବନକୁ ଫେରିବା ଆରମ୍ଭ କରିଛନ୍ତି ନା ନାହିଁ ଯେ ଏବେ ତାଙ୍କ ପିତା ସନ୍ତୋଖ ସିଂ ସୁଖଙ୍କୁ ଆକ୍ରମଣ କରାଯାଇଛି। ଅଧିକ ପଢନ୍ତୁ

ଶେହନାଜ ଗିଲଙ୍କ ପିତାଙ୍କ ଉପରକୁ ଫାୟାରିଙ୍ଗ୍, ଦୁଇ ଦିନ ପୂର୍ବରୁ ମିଶିଥିଲେ ବିଜେପିରେ

ମୁମ୍ବାଇ: ଟିଭି ଅଭିନେତ୍ରୀ ତଥା ବିଗ୍ ବସ୍ 13 ପ୍ରତିଯୋଗୀ ଶେହନାଜ୍ ଗିଲଙ୍କ ମୁସ୍କିଲ କମିବାରେ ନାଁ ନେଉନି । ସ୍ବର୍ଗତ ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁ ପରେ ଶେହନାଜ ତାଙ୍କ ସାଧାରଣ ଜୀବନକୁ ଫେରିବା ଆରମ୍ଭ କରିଛନ୍ତି ନା ନାହିଁ ଯେ ଏବେ ତାଙ୍କ ପିତା ସନ୍ତୋଖ ସିଂ ସୁଖଙ୍କ ଉପରକୁ ଆକ୍ରମଣ କରାଯାଇଛି। ଶେହନାଜ ଗିଲଙ୍କ ପିତା ଅମୃତସରରୁ ବ୍ୟାସକୁ ଯାଉଥିବାବେଳେ କିଛି ଯୁବକ ରାସ୍ତାରେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ।

ସୂଚନାନୁସାରେ, ଡିସେମ୍ବର 25 ରେ ଶେହନାଜ ଗିଲଙ୍କ ପିତା ଗାଡିରେ କୌଣସି ସ୍ଥାନକୁ ଯାଉଥିଲେ ଏବଂ ରାସ୍ତା ମଝିରେ ସେ ଏକ ଢାବାରେ ଗାଡିକୁ ଅଟକାଇ ଥିଲେ । ସେତେବେଳେ କିଛି ଯୁବକ ତାଙ୍କୁ ଆକ୍ରମଣ କରିଥିଲେ। ଶେହନାଜଙ୍କ ପିତା ସନ୍ତୋଖ ସିଂ ସୁଖ କହିଛନ୍ତି ଯେ, ସେ ୱାଶରୁମ ଯିବା ପାଇଁ ବାଟରେ ଏକ ଢାବାରେ ଗାଡି ଅଟକାଇଥିଲେ। ତାଙ୍କ ସହିତ ତାଙ୍କ ଡ୍ରାଇଭର ବି ଥିଲେ, କିନ୍ତୁ ପରେ ହଠାତ୍ ଏକ ବାଇକ୍ ତାଙ୍କ ନିକଟକୁ ଆସିବା ସହ ଯୁବକମାନେ ତାଙ୍କୁ ଗୁଳିମାଡ କରିଥିଲେ | ତାଙ୍କ ଡ୍ରାଇଭର ବଞ୍ଚାଇବାକୁ ପାଖକୁ ଆସିଥିଲେ ମଧ୍ୟ ଯୁବକମାନେ ସେଠାରୁ ପଳାଇ ଯାଇଥିଲେ ।

ଆହୁରି ପଢନ୍ତୁ : BJPରେ ମିଶିଲେ Bigg Boss ଷ୍ଟାର ଶେହନାଜଙ୍କ ପିତା ସନ୍ତୋଖ ସିଂ

ଏହି ଅଘଟଣରେ ଶେହନାଜଙ୍କ ପିତା ସନ୍ତୋଖ ସିଂ ସୁଖଙ୍କର କୌଣସି କ୍ଷତି ହୋଇନାହିଁ । ତାଙ୍କ କହିବାନୁସାରେ, ମାମଲା ରୁଜୁ ପରେ ବି ପୋଲିସ ଏବେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ତେବେ ଗତ ୨୪ ତାରିଖରେ ସନ୍ତୋଖ ସିଂ ସୁଖ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ପଞ୍ଜାବରେ ନିର୍ବାଚନ ପୂର୍ବରୁ ସନ୍ତୋଖ ସିଂ ସୁଖ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.