ହାଇଦ୍ରାବାଦ: ସାଏରା ନରସିଂହା ରେଡ୍ଡୀର ପ୍ରଥମ ଟ୍ରେଲର ରିଲିଜ ପରେ ଦର୍ଶକଙ୍କ ଉତ୍ସାହ ବଢିବାକୁ ଲାଗିଛି । ଫିଲ୍ମରେ ସ୍ବାଧିନତା ପାଇଁ ପ୍ରଥମ ଯୁଦ୍ଧ ବିଷୟରେ ସମ୍ପୁର୍ଣ୍ଣ କାହାଣୀ ଦେଖିବାକୁ ମିଳିବ । ଏଥିରେ ମେଗାଷ୍ଟାର ଚିରଞ୍ଜିବୀଙ୍କୁ ଦେଖିବାକୁ ମିଳିଛି । ତେବେ ଫିଲ୍ମର ଦ୍ବିତୀୟ ଟ୍ରେଲର ରିଲିଜ ହୋଇଛି ।
- " class="align-text-top noRightClick twitterSection" data="">
ଫିଲ୍ମରେ ଅମିତାଭ ବଚ୍ଚନ, କିଚ୍ଚା ସୁଦୀପ, ଅନୁଷ୍କା ସେଟ୍ଟୀ, ତମନ୍ନା ଭାଟିଆଙ୍କୁ ମଧ୍ୟ ଦେଖିବାକୁ ମିଳିବ । ବଡ ବଜେଟରେ ଏହି ଫିଲ୍ମକୁ ନିର୍ମାଣ କରାଯାଇଛି । ଏଥିରେ ଅମିତାଭ ବଚ୍ଚନଙ୍କୁ ଚିରଞ୍ଜିବୀଙ୍କ ଗୁରୁ ଭୂମିକାରେ ଦେଖିବାକୁ ମିଳିବ । ତେବେ ଫିଲ୍ମଟି ଅକ୍ଟୋବର 2ରେ ରିଲିଜ ହେବ ।