ETV Bharat / sitara

ଏଆଇଏମଆଇଏମ ନେତା ୱାରିସଙ୍କୁ ଜାଭେଦଙ୍କ କଡା ଜବାବ - ସଙ୍ଗୀତକାର ଜାଭେଦ ଅଖତର ବୟାନ

ପାକିସ୍ତାନ ମୁସଲିମଙ୍କ ମାନସିକତା ଏଯାବତ ରଖୁଥିବା କିଛି ଲୋକ ଆମ ଦେଶରେ ଅଛନ୍ତି ବୋଲି ବୟାନ ରଖିଛନ୍ତି ଲୋକପ୍ରିୟ ଲେଖକ ଜାଭେଦ ଅଖତର। ଏଆଇଏମଆଇଏମ ନେତା ୱାରିସ ପଠାନଙ୍କ ଉପରେ ଏପରି ପ୍ରତିକ୍ରିୟା ଦେଇଛନ୍ତି ସେ।

javed akhtar
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
author img

By

Published : Feb 21, 2020, 7:58 PM IST

ମୁମ୍ବାଇ: ବଲିଉଡର ଫେମସ ସଙ୍ଗୀତକାର ଓ ସ୍କ୍ରିନ ପ୍ଲେ ରାଇଟର ଜାଭେଦ ଅଖତର ସବୁବେଳେ ନିଜ ବିବାଦୀୟ ବୟାନ ପାଇଁ ଚର୍ଚ୍ଚିତ। ଏବେ ସେ AIMIM(ଏଆଇଏମଆଇଏମ) ନେତା ୱାରିସ ପଠାନଙ୍କ ଏକ ବୟାନ ଉପରେ ରାଗିଯାଇଛନ୍ତି। ଆଉ ତାଙ୍କୁ କଡା ଜବାବ ମଧ୍ୟ ଦେଇଛନ୍ତି। ଜାଭେଦ, ୱାରିସଙ୍କ ମୁସଲିମ ଲିଗର ମାନସିକତା କହିଛନ୍ତି।

ଭିଡିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

କୋଲ୍ହାପୁରର ଏକ କାର୍ଯ୍ୟକ୍ରମରେ ୱାରିସଙ୍କ ବିଷୟରେ ଆଲୋଚନା କରି ଜାଭେଦ କହିଥିଲେ, ସ୍ବାଧୀନତା ପରେ ମଧ୍ୟ ଦେଶରୁ ମୁସଲିମ ଲିଗର ମାନସିକତା ପୁରା ରୂପେ ଯାଇନାହିଁ । ଆଉ ଏହାର ଉଦାହରଣ ୱାରିସ ପଠାନ ଭଳି ଲୋକ। ଖାଲି ଏତିକି ନୁହେଁ ସେ ୱାରିସଙ୍କୁ ପ୍ରଶ୍ନ ପଚାରିଥିଲେ ତୁମେ କାହାର ଚାକର। ତୁମକୁ 15 କୋଟି ମୁସଲମାନଙ୍କ ଦାୟିତ୍ବ କିଏ ଦେଲା । ତୁମଭଳି ଲୋକଙ୍କୁ ଦେଶରେ ସାବଧାନ ସହ ରହିବା କଥା।

ପ୍ରକାଶ ଥାଉକି ନାଗରିକତା ସଂଶୋଧନ ଆଇନ ବିରୋଧରେ ଦେଶରେ ଜାରି ଥିବା ପ୍ରଦର୍ଶନ ମଧ୍ୟରେ ଅସଦୁଦ୍ଦିନ ଓବେସୀଙ୍କ ପାର୍ଟି ଏଆଇଏମଆଇଏମ ନେତା ୱାରିସ ବିବାଦୀୟ ବୟାନ ଦେଇ ଚର୍ଚ୍ଚା ଆସିଛନ୍ତି। ସେ କହିଥିଲେ ଯେ ଦିଲ୍ଲୀର ଶାହୀନବାଗରେ ଚାଲିଥିବା ପ୍ରଦର୍ଶନ ଆମେ କେବଳ ମହିଳାଙ୍କୁ ଆଗାକୁ କରିଛୁ । ହେଲେ ଧ୍ୟାନ ରଖିବ କି ଏଯାବତ କେବଳ ବାଘୁଣୀ ବାହାରକୁ ଆସିଛନ୍ତି ଆଉ ଆପଣ ଖୁବ୍ ଝାଳ ଗଡାଇଲେଣି । ଏଥିରୁ ଆପଣ ବୁଝିପାରୁଥିବ ଯେ ଯଦି ଆମେ ସମସ୍ତେ ବାହାରକୁ ଆସିଯିବୁ ତେବେ କଣ ହେବ। ଆମେ 15 କୋଟି ହେଲେ ମଧ୍ୟ 100 କୋଟି ଲୋକଙ୍କ ଉପରେ ଭାରି ପଡିବୁ । ଏହାକୁ ମନେ ରଖିଥିବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.