ETV Bharat / sitara

ବିବାହ ବନ୍ଧନରେ ଆବଦ୍ଧ ହେଲେ ଦୀଲିକଙ୍କ ନାତୁଣୀ - photo

ନିଜ ଠାରୁ 17 ବର୍ଷ ବଡ ଅଭିନେତା ଆର୍ୟାଙ୍କୁ ବିବାହ କଲେ ବିଶିଷ୍ଟ ଅଭିନେତା ଦୀଲିପ କୁମାରଙ୍କ ନାତୁଣୀ ସାୟଶା ସାଇଗଲ । 'ଶିବାୟ' ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ ସାୟଶା ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ସାୟଶା ସାଇଗଲ
author img

By

Published : Mar 11, 2019, 11:33 AM IST

ନୂଆଦିଲ୍ଲୀ: ବଲିଉଡରେ ଅଜୟ ଦେବଗନଙ୍କ ଫିଲ୍ମ 'ଶିବାୟ'ରୁ ଡେବ୍ୟୁ କରିଥିବା ଅଭିନେତ୍ରୀ ସାୟଶା ସାଇଗଲ ଅଭିନେତା ଆର୍ୟାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ବିଶିଷ୍ଟ ଅଭିନେତା ଦୀଲିପ କୁମାରଙ୍କ ନାତୁଣୀ ସାୟଶାଙ୍କ ବିବାହ ବିଧି-ବିଧାନ ହାଇଦ୍ରାବାଦରେ ସମ୍ପନ୍ନ ହୋଇଯାଇଛି । ଏହି ବିବାହରେ ଦୀଲିପଙ୍କ ପତ୍ନୀ ସାୟରା ବାନୋଙ୍କ ଠାରୁ ନେଇ ବଲିଉଡର ଅନେକ କଳାକାର ସାମିଲ ହୋଇଥିବାର ନଜର ଆସିଥିଲେ ।

ପ୍ରକାଶ ଥାଉକି ସାୟଶା ଏବଂ ଆର୍ୟାଙ୍କ ବୟସରେ 17 ବର୍ଷର ପାର୍ଥକ୍ୟ ଅଛି । ଆର୍ୟା ସାଉଥର ଲୋକପ୍ରିୟ ଅଭିନେତାଙ୍କ ମଧ୍ୟରୁ ଅନ୍ୟତମ ।

ବର୍ତ୍ତମାନ ଦୁଇଜଣଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋକୁ ନବବିବାହିତା ଯୋଡି ସାୟଶା ଓ ଆର୍ୟା ସେୟାର କରିଛନ୍ତି । ଏହାପୂର୍ବରୁ ଦୁଇଜଣଙ୍କ ପ୍ରି-ୱେଡିଂ ଫଟୋ ମଧ୍ୟ ଇଣ୍ଟରନେଟରେ ଖୁବ୍ ଭାଇରାଲ ହୋଇଥିଲା ।

ପ୍ରକାଶ ଥାଉକି ସାୟଶା ତାମିଲ ଫିଲ୍ମ 'ବନାମଗନ'ରୁ ତାମିଲ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ । ବର୍ତ୍ତମାନ ଆର୍ୟା ଓ ସାୟଶା ସୂର୍ଯ୍ୟା-କେଭୀ ଆନନ୍ଦଙ୍କ ନିର୍ଦ୍ଦେଶନାରେ 'କପ୍ପନ'ରେ ଏକାଠି କାମ କରୁଥିବାର ନଜର ଆସିବେ ।

||ବରଗଡ ||
   
   ବରଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ EVM ଓ VVPAT ର ବ୍ୟବହାର ପାଇଁ ସଚେତନତା କାର୍ଯ୍ୟକ୍ରମ ସହିତ ଏହାର ବ୍ୟବହାର ଉପରେ ଏକ ନମୁନା ପ୍ରଦର୍ଶନ କରାଯାଇଥିଲା | ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରିପାଠୀ ଙ୍କ  ଅଧ୍ୟକ୍ଷତା ରେ  ଆଜି ବରଗଡ ଜିଲ୍ଲାପାଳଙ୍କ କନଫରେନ୍ସ ହଲ ଠାରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା |  ଅତିରିକ୍ତ ଜିଲ୍ଲାପାଳ ତପିରାମ ମାଝି , ଉପଜିଲ୍ଲାପାଳ ଏବଂ ବହୁ ସରପଞ୍ଚ, ସମିତି ସଭ୍ୟ  ଏବଂ ସାମ୍ବାଦିକ ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ | 
            ର୍ବାଚନ ଅଧିକାରୀ ଓଡିଶାଙ୍କ ନିର୍ଦେଶ କ୍ରମେ ଦ୍ଵିତୀୟ ପର୍ଯ୍ୟାୟ EVM ଓ VVPAT ସଚେତନତା କାର୍ଯ୍ୟକ୍ରମ ଚାଲିଥିବା ବେଳେ କିପରି ସ୍ଵଚ୍ଛ ଭାବରେ ଏହି  EVM ଓ VVPAT ର ବ୍ୟବହାର ହୋଇପାରୁଛି ସେନେଇ ଚାଲିଛି ଭୋଟିଙ୍ଗ ପ୍ରକ୍ରିୟାର ଏକ ପ୍ରଦର୍ଶନ | ଆଜିର ଏହି ପ୍ରଦର୍ଶନରେ ଭୋଟିଙ୍ଗ ମେସିନରେ ସମୁଦାୟ 15 ଜଣ ପ୍ରାର୍ଥୀଙ୍କ ଚିହ୍ନ  ସହିତ ଗୋଟେ NOTA ରହିଥିଲା  | ତେବେ ସମୁଦାୟ ୬୭ ଜଣ ଭୋଟ ଦେଇଥିବା ବେଳେ ୪ ଟି ଭୋଟ notaa ରେ ପଡିଥିଲା ଓ କିଏ କେଉଁ ଚିହ୍ନରେ ଭୋଟ ଦେଇଥିଲେ ସେମାନେ ସ୍ଵଷ୍ଟ ଭାବରେ ଜାଣିପାରିଥିଲେ  |  ମେସିନରେ ଭୋଟ ଦେବା ପରେ ଭୋଟର ନିଜେ ସେହି ଚିହ୍ନ ଦେଖି ପାରୁଛି ଏବଂ ତାହାର ଏକ ଭୋଟିଙ୍ଗ ପେପର ମଧ୍ୟ ସେହି ମେସିନ ଭିତରେ ରହିଯାଉଛି ଯାହା କି ମେନୁଏଲି  ଗଣତି କରାଯିବା ସହିତ ମେସିନ ରେ ମଧ୍ୟ ଆପେ ଆପେ ଶୀଘ୍ର ଗଣତି କରାଯାଇଥିବା ସଂଖ୍ୟା ସହିତ ଚେକ କରାଯାଇପାରିବ | ଏପରି ମେସିନ ଭୋଟିଙ୍ଗରେ କୌଣସି ଗୋଟେ ମଧ୍ୟ ଭୋଟ ନାକଜ ଆଦୌ ହେବ ନାହି | ତେବେ ଏହି EVM ଓ VVPAT ମେସିନ ପ୍ରଥମ ଥର ପାଇଁ ସାଧାରଣ ନିର୍ବାଚନରେ ବ୍ୟବହାର କରାଯାଉଥିବା ଯୋଗୁଁ ଲୋକଙ୍କୁ ସଚେତନ କରାଇବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ବିଭିନ୍ନ ପର୍ଯ୍ୟାୟ କ୍ରମେ ଏହି ସଚେତନତା କାର୍ଯ୍ୟକ୍ରମ ହାତକୁ କରାଯାଉଛି ଓ ମୋଟ ୧୨୯୫ ଟି ଗ୍ରାମରେ ଏହି ସଚେତନତା କାର୍ଯ୍ୟକ୍ରମ କରାଯାଇଛି |
     ଆଜି ସନ୍ଧ୍ୟା ସୁଦ୍ଧା ନିର୍ବାଚନ ତାରିଖ ଘୋଷଣା ହେବାର ଅନୁମାନ କରାଯାଉଥିବାବେଳେ ଆଜି ରବିବାର ଦିନ ବରଗଡ ଜିଲ୍ଲାପାଳ , ଉପଜିଲ୍ଲାପାଳ ଏବଂ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଅଫିସରେ VIP ଭୋଟର ଓ ସାମ୍ବାଦିକ ପ୍ରତିନିଧି ମାନଙ୍କ ପାଇଁ EVM ଓ VVPAT ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା  | ତେବେ ଚଳିତ ବର୍ଷ ଜିଲ୍ଲାରେ ୧୧ ଲକ୍ଷ ୨୯ ହଜାର ୩୨୬ ଜଣ ଭୋଟର ମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୫ ଲକ୍ଷ ୮୩ ହଜାର ୬୦୯  ଥିବା ବେଳେ  ମହିଳା ଭୋଟର ୫ ଲକ୍ଷ ୪୫ ହଜାର ୬୬୩  ଓ ଅନ୍ୟାନ୍ୟ ୫୪ ଜଣ ଭୋଟର ରହିଥିବା  ଜଣାଯାଇଛ| 

 ବାଇଟ ଓ ଭିଡିଓ MOJO ରେ ଯାଇଛି |

slug- ODbargarh_VIPvoters_rajesh_100319

ବାଇଟ 1-  ଭୋଟର 
ବାଇଟ 2- ସଞ୍ଜୟ ପ୍ରଧାନ 
ବାଇଟ 3- ଲଲିତା ସୁନା ( ସରପଞ୍ଚ )
ବାଇଟ 4 - ଇନ୍ଦ୍ରାମଣି ତ୍ରିପାଠୀ ( ଜିଲ୍ଲାପାଳ ) 
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.