ହାଇଦ୍ରାବାଦ: ଫିଲ୍ମ ଇଣ୍ଡଷ୍ଟ୍ରିରେ କୋରୋନା କହର । ବଲିଉଡ ଠାରୁ ଆରମ୍ଭ କରି ସାଉଥ ଇଣ୍ଡଷ୍ଟ୍ରିର ଅନେକ ଫିଲ୍ମ ଷ୍ଟାର କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପ୍ରତିଦିନ ଗୋଟିଏ ପରେ ଗୋଟିଏ ମାମଲା ସାମ୍ନାକୁ ଆସୁଛି । ଶନିବାର ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ମେଗା ବ୍ଲକବ୍ଲଷ୍ଟର ଫିଲ୍ଲ 'ବାହୁବଳୀ'ର ସୁପରହିଟ୍ ଚରିତ୍ର ତଥା 'କଟପ୍ପା' ଭୂମିକାରେ ଅଭିନୟ କରିଥିବା ଦିଗ୍ଗଜ ଅଭିନେତା ସତ୍ୟରାଜ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେ କରୋନାରେ ଆକ୍ରାନ୍ତ ହେବା ପରେ ଏବେ ଅସୁସ୍ଥ ହୋଇପଡିଛନ୍ତି । ତାଙ୍କୁ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ତଳେ ସତ୍ୟରାଜ କୋରୋନା ପଜିଟିଭ ହୋଇଥିଲେ । ଏହାପରେ ସେ ହୋମ୍ ଆଇସୋଲେସନ୍ରେ ଥିଲେ । କିନ୍ତୁ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା କିପରି ରହିଛି, ସେନେଇ ହସ୍ପିଟାଲ ପକ୍ଷରୁ ଏଯାଏଁ କୌଣସି ବିବୃତ୍ତି ଜାରି କରାଯାଇ ନାହିଁ ।
ଏହି ଖବର ଆସିବା ପରେ ତାଙ୍କ ଫ୍ୟାନ୍ସ ଚିନ୍ତିତ ହୋଇ ପଡିଛନ୍ତି । ସତ୍ୟରାଜଙ୍କ ପାଇଁ ପୂଜା ପାଠ କରିବା ସହ ତାଙ୍କ ଆଶୁ ଆରୋଗ୍ୟ କାମନା କରୁଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ