ETV Bharat / sitara

ଗଣେଶଙ୍କ ଉପରେ ଖପ୍ପା ସରୋଜ ଖାନ, ଆଣିଲେ ଏପରି ଅଭିଯୋଗ - ସିନେ ଡାନ୍ସର ଆସେସିଏସନ

ଫେମସ କୋରିଓଗ୍ରାଫର ସରୋଜଙ୍କ ବଡ ଖୁଲାସା । ବି-ଟାଉନର ଲୋକପ୍ରିୟ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟଙ୍କ ଉପରେ ଲଗାଇଲେ ଅନେକ ଅଭିଯୋଗ । କହିଲେ ଡାନ୍ସରଙ୍କୁ ଭ୍ରମିତ କରୁଛନ୍ତି ଗଣେଶ।

saroj khan
ଡିଜାଇନ ଫଟୋ
author img

By

Published : Jan 17, 2020, 11:48 PM IST

ମୁମ୍ବାଇ: ସିନେମା ଜଗତରେ ଦୁଇ ଫେମସ ଡାନ୍ସ କୋରିଓଗ୍ରାଫର ସରୋଜ ଖାନ ଓ ଗଣେଶ ଆଚାର୍ଯ୍ୟଙ୍କ ମଧ୍ୟରେ ଏବେ ବାକ୍ ଯୁଦ୍ଧ ଦେଖିବାକୁ ମିଳୁଛି । ସିନେ ଡାନ୍ସର ଆସେସିଏସନ(ସିଡିଏ)ର ସଦସ୍ୟ ଓ ବ୍ରାଣ୍ଡ ଆମ୍ବାସଡର ସରୋଜ, ଗଣେଶଙ୍କ ଉପରେ ଏହି ଅଭିଯୋଗ ଲଗାଇଛନ୍ତି ଯେ ସେ ନିଜ ପଦର ବ୍ୟବହାର କରି ଡାନ୍ସର୍ସଙ୍କୁ ଭ୍ରମିତ କରୁଛନ୍ତି । ଆଉ ସିଡିଏ ଭଳି ପୁରୁଣା ଆସୋସିଏସନର ପ୍ରତିଛବିକୁ ନଷ୍ଟ କରିବା ପାଇଁ ସେ ଅଲ ଇଣ୍ଡିଆ ଫିଲ୍ମ ଟେଲିଭିଜନ ଇଭେଣ୍ଟସ ଡାନ୍ସର ଆସୋସିଏସନ(ଏଆଇଏଫଟିଇଡିଏ)ର ସ୍ଥାପନା କରିଛନ୍ତି ।

ଏହି ପ୍ରସଙ୍ଗ ଉପରେ ସିଡିଏ ଗୁରୁବାର ଏକ ପ୍ରେସ କନଫ୍ରେନ୍ସର ଆୟୋଜନ କରିଥିଲା । ଯେଉଁଥିରେ ସରୋଜ କହିଥିଲେ ଯେ ଗଣେଶ ଏହି ଆସୋସିଏସନକୁ ବାଣ୍ଟିବାକୁ ଚାହୁଁଛନ୍ତି । ଯାହା ଆଦୌ ଠିକ୍ ନୁହେଁ । ଆମେ ଆମ ଡାନ୍ସର୍ସଙ୍କୁ ବହୁତ କଷ୍ଟରେ 4 ଜହାର ଟଙ୍କ ଦେବାରେ ସଫଳ ହୋଇଛୁ । ହେଲେ ସେ ଡାନ୍ସର୍ସଙ୍କୁ 1200 ଟଙ୍କାରୁ ନେଇ 3000 ଟଙ୍କାରେ କାମ କରାଇବାକୁ ବାଧ୍ୟ କରୁଛନ୍ତି ।

ଏହି ପ୍ରସଙ୍କ ଉପରେ ବଡ ବଡ କୋରିଓଗ୍ରାଫରଙ୍କ ସହ କଥାବାର୍ତ୍ତା କରିବାକୁ ଆମନ୍ତ୍ରଣ କରିବେ । ଯେଉଁଥିରେ ରେମୋ ଡିସୁଜାଙ୍କଠୁ ନେଇ ଫରାହ ଖାନ ଓ ଅହମ୍ମଦ ମଧ୍ୟ ସାମିଲ ହେବେ । ଏଥିରେ ଆମେ ସମସ୍ତେ ସାହାଯ୍ୟ ଲୋଡୁଛୁ । ଯେତେବେଳେ ସେ ଗଣେଶଙ୍କୁ ଫୋନ କରୁଛନ୍ତି, ସେ ଫୋନ ବନ୍ଦ କରିଦେଇଛନ୍ତି । ସେ କିଛି ଶୁଣିବାକୁ ପ୍ରସ୍ତୁତ ନାହାଁନ୍ତି । ସେ ସିଡିଏକୁ ଭାଙ୍ଗି ଆମକୁ ଛୋଟ ଦେଖାଇବାକୁ ଚାହୁଁଛନ୍ତି ବୋଲି କହିଥିଲେ ସରୋଜ ।

ଖାଲି ଏତିକି ନୁହେଁ ସେ ଆହୁରି କହିଥିଲେ ଯେ ଡାନ୍ସର୍ସ ଓ କୋରିଓଗ୍ରାଫରଙ୍କ ନାମରେ ଗଣେଶ ଯେଉଁ ଶୋ କରି ଟଙ୍କା ଆଣିବେ ତାହା ସେ ନିଜେ ରଖିବେ । ଏହି ପ୍ରସଙ୍ଗକୁ ସେ ଅକ୍ଷୟ କୁମାର, ବରୁଣ ଧୱନ, ଐଶ୍ଚର୍ଯ୍ୟ ରାୟ ବଚ୍ଚନ ଓ ମାଧୁରୀ ଦୀକ୍ଷିତ ଭଳି ବଡ କଳକାରାଙ୍କ ପାଖକୁ ନେଇ ଯିବେ । ଆଉ ତାଙ୍କୁ କହିବେ ଡାନ୍ସର୍ସଙ୍କ ପାଇଁ ସାମ୍ନାକୁ ଆସନ୍ତୁ ଏବଂ ଗଣେଶଙ୍କ ଉପରେ ଆଦୌ ଭରସା ନକରିବାକୁ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.