ଭୋପାଲ: ନିକଟରେ ରିଲିଜ ସନ୍ନି ଲିଓନଙ୍କ ଗୀତ 'ମଧୁବନ' ବିବାଦ ଘେରକୁ ଚାଲିଯାଇଛି । କିନ୍ତୁ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇବା ପାଇଁ ପ୍ରୟାସ ଆରମ୍ଭ କରିଛି ମ୍ୟୁଜିକ୍ ଲେବଲ୍ ସାରେଗାମା । 'ମଧୁବନ'ର ମ୍ୟୁଜିକ୍ ଭିଡିଓ ବଦଳାଇବେ ବୋଲି ପ୍ରତିଶୃତି ଦେଇଛି କମ୍ପାନୀ । ଏହି ଗୀତକୁ ନେଇ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା (Madhya Pradesh Home Minister Narottama Mishra) ଅଭିଯୋଗ କରିଥିଲେ ଯେ, ଏହି ଭିଡିଓ ହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି। ଏହି ଗୀତ ପାଇଁ ସନ୍ନି କ୍ଷମା ମାଗିବା ସହ 3 ଦିନ ମଧ୍ୟରେ ନ ହଟାଇଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଚେତାବନୀ ଦେଇଥିଲେ ।
ଏହା ମଧ୍ୟ ପଢନ୍ତୁ: 3 ଦିନରେ Sunny Leone ଙ୍କ Madhuban ଭିଡିଓ ହଟାଅ: ମଧ୍ୟପ୍ରଦେଶ ମନ୍ତ୍ରୀ
ସାରେଗାମା ସୋସିଆଲ ମିଡିଆରେ ଏକ ଅଫିସିଆଲ୍ ଷ୍ଟେଟମେଣ୍ଟ୍ ଜାରି କରିଛନ୍ତି । ମ୍ୟୁଜିକ୍ ଲେବଲ୍ ଏହାର ବୟାନରେ ଲେଖିଛନ୍ତି ଯେ, ‘ମିଳିଥିବା ପ୍ରତିକ୍ରିୟା ଏବଂ ଦେଶବାସୀଙ୍କ ଭାବନାକୁ ସମ୍ମାନ ଦେଇ ଆମେ ମଧୁବନ୍ ଗୀତର ନାମ ଏବଂ ଲିରିକ୍ସ ପରିବର୍ତ୍ତନ କରିବୁ। ଆଗାମୀ 3 ଦିନ ମଧ୍ୟରେ ସମସ୍ତ ପ୍ଲାଟଫର୍ମରେ ପୁରୁଣା ଗୀତକୁ ରିପ୍ଲେସ କରିଦିଆଯିବ’ |
-
Announcement: 🙏 pic.twitter.com/lOJotcd04p
— Saregama (@saregamaglobal) December 26, 2021 " class="align-text-top noRightClick twitterSection" data="
">Announcement: 🙏 pic.twitter.com/lOJotcd04p
— Saregama (@saregamaglobal) December 26, 2021Announcement: 🙏 pic.twitter.com/lOJotcd04p
— Saregama (@saregamaglobal) December 26, 2021
ଏହା ମଧ୍ୟ ପଢନ୍ତୁ: Sunny Leoneଙ୍କ ଗୀତ Madhuban ପାଇଁ ତେଜିଲା ବିବାଦ, ବ୍ୟାନ ଦାବି
ସୂଚନା ଅନୁଯାୟୀ ଗତ 22 ରେ ସନି ଲିଓନିଙ୍କ 'ମଧୁବନ' ଗୀତ ରିଲିଜ ହୋଇଥିଲା । ଗୀତ ଭିଡିଓରେ ଅଶ୍ଳୀଳତା ସ୍ଥାନ ପାଇଥିବା ଦର୍ଶାଇ ବିଭିନ୍ନ ସ୍ଥାନରେ ଏହାକୁ ତୀବ୍ର ବିରୋଧ କରାଯାଇଥିଲା । ଉତ୍ତରପ୍ରଦେଶ ମଥୁରାର ସାଧୁମାନେ ମଧ୍ୟ ଏହି ଗୀତର ଭିଡିଓକୁ ବ୍ୟାନ କରିବା ପାଇଁ ଦାବି କରିଥିଲେ । ତେବେ 1960 ରେ ମହମ୍ମଦ ରଫି 'କୋହିନୁର' ଫିଲ୍ମରେ ଗାଇଥିବା 'ମଧୁବନ' ସଂଗୀତର ଏହା ରିମିକ୍ସ ।