ETV Bharat / sitara

ବାପାଙ୍କ ‘ଜୱାନୀ ଜାନେମନ’ ଉପରେ ସାରାଙ୍କ କମେଣ୍ଟ

ଆସନ୍ତା 31 ତାରିଖରେ ରିଲିଜ ହେବାକୁ ପ୍ରସ୍ତୁତ ସୈଫ ଅଲ୍ଲୀ ଖାନ ଓ ତବ୍ବୁଙ୍କ ଅଭିନୀତ ଫିଲ୍ମ ‘ଜୱାନୀ ଜାନେମନ’। ପିତାଙ୍କ ଫିଲ୍ମ ଟ୍ରେଲର ଉପରେ ପ୍ରତିକ୍ରିୟା ଦେଇ ଚର୍ଚ୍ଚାରେ ଝିଅ ସାରା ଅଲ୍ଲୀ ଖାନ।

author img

By

Published : Jan 10, 2020, 7:28 PM IST

sara ali khan
ଡିଜାଇନ ଫଟୋ

ମୁମ୍ବାଇ: ସୈଫ ଅଲ୍ଲୀ ଖାନଙ୍କ ଚର୍ଚ୍ଚିତ ଫିଲ୍ମ ‘ତାନାଜୀ’ ଶୁକ୍ରବାର ରିଲିଜ ହୋଇଯାଇଛି। ଫିଲ୍ମରେ ସେ ଖଳନାୟକ ଭୂମିକାରେ ଅଭିନୟ କରୁଛନ୍ତି। ଏହାସହ ସେ ନିଜର ଅପକମିଂ ଫିଲ୍ମ ‘ଜାୱାନୀ ଜାନେମନ’କୁ ନେଇ ମଧ୍ୟ ଚର୍ଚ୍ଚାରେ। ଗୁରୁବାର ଏହି ଫିଲ୍ମର ଦମଦାର କମେଡି ଟ୍ରେଲର ରିଲିଜ କରାଯାଇଥିଲା। ଦର୍ଶକଙ୍କ ଟ୍ରେଲର ଖୁବ୍ ପ୍ରଶଂସା ମଧ୍ୟ କରିଛନ୍ତି। ଫିଲ୍ମ ଟ୍ରେଲର ଆସିବା ପରେ ସୋସିଆଲ ମିଡିଆରେ ୟୁଜର୍ସ ଅନେକ ଫନି ମିମି ସେୟାର କରିବାରେ ଲାଗିଛନ୍ତି।

ଟ୍ରେଲରରେ ସୈଫ ଜଣେ ମସ୍ତି କରୁଥିବା ପାର୍ଟିମ୍ୟାନ ଅନ୍ଦାଜରେ ନଜର ଆସିଥିଲେ । ହୁଏତଃ ଦୀର୍ଘ ସମୟ ପରେ ସୈଫଙ୍କ ଏହି ଫଙ୍କି ଅନ୍ଦାଜକୁ ପସନ୍ଦ କରିପାରନ୍ତି ଫ୍ୟାନ୍ସ । ଫିଲ୍ମର କାହାଣୀ ଖୁବ୍ ମଜାଦାର ହେବା ସହ କମେଡିର ଭରପୁର ଡୋଜ ରହିଛି । ଇତିମଧ୍ୟରେ ସୈଫଙ୍କ ଲାଡଲୀ ତଥା ଅଭିନେତ୍ରୀ ସାରା ଅଲ୍ଲୀ ଖାନ ପିତାଙ୍କ ଫିଲ୍ମ ଟ୍ରେଲର ଉପରେ ପ୍ରତିକ୍ରିୟା ରଖିଛନ୍ତି ।

ସେ ସୋସିଆଲ ମିଡିଆରେ ‘ଜୱାନୀ ଜାନେମନ’ ଫିଲ୍ମର ପୋଷ୍ଟର ସେୟାର କରିଛନ୍ତି । ଆଉ ଏହାର କ୍ୟାପସନରେ ଲେଖିଛନ୍ତି, ‘କୁଲ, ନ୍ୟୁ, ଫ୍ୟାଣ୍ଟିଷ୍ଟିକ ।’ ଏହି ପ୍ରତିକ୍ରିୟା ଦେଇ ସେ ଫିଲ୍ମକୁ ଶାନଦାର କହିଛନ୍ତି ।

ଏମାସ 31 ତାରିଖରେ ‘ଜୱାନୀ ଜାନେମନ’ ରିଲିଜ ହେବାକୁ ଯାଉଛି । ଫିଲ୍ମରେ ସୈଫଙ୍କ ସହ ତବ୍ବୁ ରୋମାନ୍ସ କରୁଥିବା ନଜର ଆସିବେ । ସେହିପରି ଅଭିନେତ୍ରୀ ପୂଜା ବେଦୀଙ୍କ ଲାଡଲୀ ଅଲିୟା ଏଫ ଏହି ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । କମେଡି ଅଭିନେତା ଚଙ୍କି ପାଣ୍ଡେ, କୁବ୍ରା ସୌତ ରମୀତ ସନ୍ଧୁ ମଧ୍ୟ ଫିଲ୍ମରେ ଦେଖାଯିବେ।

Intro:Body:

vcv

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.