ମୁମ୍ବାଇ: 'କେଦାରନାଥ' ଫିଲ୍ମ ସହ ବଲିଉଡରେ ଏଣ୍ଟ୍ରି କରିଥିବା ଅଭିନେତ୍ରୀ ସାରା ଅଲ୍ଲୀ ଖାନ ବର୍ତ୍ତମାନ ନିଜର ଅପକମିଂ ରୋମାଣ୍ଟିକ ଫିଲ୍ମ 'ଲଭ ଆଜ କଲ-2'ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମରେ ତାଙ୍କ ସହ କ୍ୟୁଟ ଅଭିନେତା କାର୍ତ୍ତିକ ଆର୍ୟନ ମୁଖ୍ୟ ଭୂମିକାରେ ନଜର ଆସିବେ । ନିର୍ଦ୍ଦେଶକ ଇମତିଆଜ ଅଲ୍ଲୀଙ୍କ ଏହା 'ଲଭ ଆଜ କଲର ସିକ୍ବେଲ' ଫିଲ୍ମ । ଏହି ପୂର୍ବ ଫିଲ୍ମରେ ସାରାଙ୍କ ପିତା ତଥା ଅଭିନେତା ସୈଫ ଅଲ୍ଲୀ ଖାନ ଓ ଦୀପିକା ପାଦୁକୋନ ମୁଖ୍ୟ ଭୂମିକାରେ ଦେଖାଯାଇଥିଲେ ।
ଇତିମଧ୍ୟରେ ସାରାଙ୍କ ଫ୍ୟାନ୍ସ ପାଇଁ ଖୁସି ଖବର ଶୁଣିବାକୁ ମିଳୁଛି । କଥାଟି ହେଲା କି ସେ ସୁନ୍ଦରୀ ଅଭିନେତ୍ରୀ ଦିଶା ପଟାନୀଙ୍କୁ ରିପ୍ଲେସ କରିବାକୁ ଯାଉଛନ୍ତି । ଏହା ପୂର୍ବରୁ ସେ ଦୁଇ ବ୍ରାଣ୍ଡସରେ ଶ୍ରଦ୍ଧା କପୁର ଓ ଶୃତି ହସନଙ୍କୁ ରିପ୍ଲେସ କରିସାରିଛନ୍ତି । ସୂତ୍ରରୁ ଜଣାପଡିଛି ଯେ ଦିଶା ଏବଂ ବ୍ରାଣ୍ଡ ଅଧିକାରୀକଙ୍କ ମଧ୍ୟରେ ସ୍ଥିର ହୋଇଥିବା ଅନୁବନ୍ଧକୁ ଆଉ ଆଗକୁ ବଢାଯିବ ନାହିଁ ।
ଏମିତିରେ ଦିଶା Calvin Klein ସହ ଅନୁବନ୍ଧ କରିନେଇଛନ୍ତି । ଅନ୍ୟପଟେ ପୁମା ମଧ୍ୟ ନୂଆ ବ୍ରାଣ୍ଡ ଆମ୍ବାସଡର ଖୋଜିବା ଆରମ୍ଭ କରିଦେଇଛି । କୁହାଯାଇଛି ଯେ ସାରା ଏହି ବ୍ରାଣ୍ଡ ପାଇଁ ଫିଟ୍ ଚେହେରା । କାରଣ ସେ 'କଫି ୱିଥ କରନ'ରେ ଖୁଲାସା କରିଥିଲେ କି ପ୍ରକୃତ ଡାଏଟ ଏବଂ ୱର୍କଆଉଟ ଜରିଆରେ ସେ ଫିଟ୍ ହୋଇଥିଲେ । ଏହି ସମୟରେ ମାର୍କେଟିଂ ଟିମ କ୍ୟାମ୍ପେନ ଡିଜାଇନ କରୁଛି ।
ଏହାସହ କୁହାଯାଇଛି ଯେ ଯଦି ପ୍ରଥମ କ୍ୟାମ୍ପେନ ଠିକ୍ ରହିବ, ତେବେ କ୍ରିକେଟର ବିରାଟ କୋହଲୀଙ୍କୁ ମଧ୍ୟ ନିଆଯିବ । ଖାଲି ଏତିକି ନୁହେ ଦିଶାଙ୍କ ଠାରୁ ବ୍ରାଣ୍ଡ ଛଡାଇବା ସହ ସାରା ଦିଶାଙ୍କ ହିଟ୍ ଫିଲ୍ମ 'ବାଗୀ-3'ରେ ମଧ୍ୟ ତାଙ୍କୁ ରିପ୍ଲେସ କରିଛନ୍ତି । ଟାଇଗର ଶ୍ରଫ ସହ ଦିଶାଙ୍କ ସ୍ଥାନରେ ଏଥର ସାରା ନଜର ଆସିପାରନ୍ତି । ଯାହାର ଅଧିକାରୀକ ଘୋଷଣା ଏଯାବତ ହୋଇନାହିଁ ।