ମୁମ୍ବାଇ: ସୁପରଷ୍ଟାର ରଣବୀର ସିଂ ଓ ଦୀପିକା ପାଦୁକୋନ ବିବାହ ପରେ ପ୍ରଥମଥର ଏକାଠି ଫିଲ୍ମ ‘83’ରେ ନଜର ଆସିବେ । ଯାହା ସୁଟିଂ ସୋମବାର ଶେଷ କରିଥିଲେ ‘83’ ଷ୍ଟାର-କାଷ୍ଟ । ଇତିମଧ୍ୟରେ ଅଭିନେତା ସାକିବ ସଲୀମ କିନ୍ତୁ ଫିଲ୍ମକୁ ନେଇ ଇମୋଶନାଲ ହୋଇଯାଇଛନ୍ତି । ସେ ‘83’ ସୁଟିଂ ଶେଷ କରିବାରେ ପରେ ଭାବୁକ ନଜର ଆସିଛନ୍ତି । କବୀର ଖାନଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହୋଇଥିବା ‘83’ ଫିଲ୍ମ ସାକିବଙ୍କ ପାଇଁ ଡ୍ରିମ ପ୍ରୋଜେକ୍ଟ ଠାରୁ କମ ନୁହେଁ । ତେବେ ଫିଲ୍ମ ସୁଟିଂ ସରିଯିବାରୁ ସେ ଦୁଃଖ ଅନୁଭବ କରୁଛନ୍ତି ।
କାରଣ ଟିମ ରୂପେ ସେ ଫିଲ୍ମ 83 କଳାକାରଙ୍କ ସହ ଅନେକ ସମୟ ବିତାଇଥିଲେ । ଯାହାଦ୍ବାରା ସେ ନୂଆ ନୂଆ ଜିନିଷ ଶିଖିପାରିଥିଲେ । ଯେକୌଣସି ଫିଲ୍ମ ସୁଟିଂ ଶେଷ କଲା ପରେ ଦୁଃଖ ତ ନିହାତି ଲାଗିଥାଏ । କିନ୍ତୁ 83 ଫିଲ୍ମରେ କିଛି ଖାସ୍ ବଣ୍ଡିଂ ରହିଥିଲା ବୋଲି ଏକ ସାକ୍ଷାତକାରେ କହିଥିଲେ ସାକିବ ।
83 ଫିଲ୍ମଟି ଭାରତର ପ୍ରଥମ ବିଶ୍ବକପକୁ ନେଇ ଆଧାରିତ । 1983ରେ ପ୍ରଥମଥର ଭାରତୀୟ କ୍ରିକେଟ ଟିମ ବିଶ୍ବକପରେ ଐତିହାସିକ ବିଜୟ ହାସଲ କରିଥିଲେ । ଯାହାର ନେତୃତ୍ବ ନେଇଥିଲେ କ୍ରିକେଟ ଲିଜେଣ୍ଡ କପିଲ ଦେବ ।
ଫିଲ୍ମରେ ରଣବୀର, କପିଲଙ୍କ ଭୂମିକାରେ ନଜର ଆସିବାକୁ ଯାଉଥିବା ବେଳେ ଦୀପିକା ତାଙ୍କ ପତ୍ନୀ ରୋମି ଦେବଙ୍କ ଭୂମିକାରେ ଦେଖାଯିବେ । ସେହିପରି ସାକିବ ଫିଲ୍ମରେ କ୍ରିକେଟର ମହେନ୍ଦ୍ର ଅମରନାଥଙ୍କ ଭୂମିକାରେ ଅଭିନୟ କରୁଛନ୍ତି । ଫିଲ୍ମର ପ୍ରଥମ ସିଡ୍ୟୁଲ ସୁଟିଂ ଲଣ୍ଡନରେ ହୋଇଥିବା ବେଳେ ଏହାର ଫାଇନାଲ ସିଡ୍ୟୁଲ ମୁମ୍ବାଇରେ ସୁଟ ହୋଇଥିଲା ।