ETV Bharat / sitara

ଆଗାମୀ ଇଦରେ ଇନଶାହଆଲ୍ଲା

ଇଦରେ ରିଲିଜ ହୋଇଯାଇଥିବା ସଲମାନଙ୍କ ଚର୍ଚ୍ଚିତ ଫିଲ୍ମ 'ଭାରତ' ଜବରଦସ୍ତ ଓପନିଂ କରି ବର୍ତ୍ତମାନ ବକ୍ସ ଅଫିସରେ ନିଜର ଯାଦୁ ଦେଖାବାରେ ଲାଗିଛି । ଫିଲ୍ମ 42.03 କୋଟି ଆୟ କରି ଚର୍ଚ୍ଚାରେ ଅଛି ଏହି ଫିଲ୍ମ ।

author img

By

Published : Jun 7, 2019, 10:58 PM IST

Updated : Jun 7, 2019, 11:19 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ସଲମାନ ଖାନ

ମୁମ୍ବାଇ : ଏବେ ଦର୍ଶକଙ୍କ ହୃଦୟ କିଣିଛି ସଲୁ ମିଆଁଙ୍କ ଫିଲ୍ମ 'ଭାରତ' । ଇଦ ଅବସରରେ ରିଲିଜ ହୋଇଥିବା ଏହି ଫିଲ୍ମକୁ ନେଇ ଫ୍ୟାନ୍ସ ଖୁବ୍ ଉତ୍ସାହିତ । ଶାନଦାର ଓପନିଂ କରି ଫିଲ୍ମଟି ହିଟ୍ ତାଲିକାରେ ଆସିଯାଇଛି । ଯାହା ପାଇଁ ସଲମାନ ସହ ଅନ୍ୟ ଷ୍ଟାର-କାଷ୍ଟ ଖୁବ୍ ଖୁସି ଅଛନ୍ତି । ଇତିମଧ୍ୟରେ ସଲମାନଙ୍କ ଆଗାମୀ ଫିଲ୍ମକୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି । ସଲମାନ ଓ ଆଲିୟା ଭଟ୍ଟ ଆଗାମୀ ଫିଲ୍ମ 'ଇନଶାହଆଲ୍ଲା'କୁ ନେଇ ଏକ ବଡ ଖବର ଶୁଣିବାକୁ ମିଳୁଛି ।

ଆଜ୍ଞା ହଁ, ସଲମାନଙ୍କ ଏହି ଫିଲ୍ମର ରିଲିଜ ତାରିଖ ଘୋଷଣା ହୋଇଯାଇଛି । ଫିଲ୍ମଟି ଆସନ୍ତା ବର୍ଷ ଇଦରେ ରିଲିଜ ହେବ । ଦୀର୍ଘ ସମୟ ପରେ ଲୋକପ୍ରିୟ ଫିଲ୍ମ ନିର୍ମାତା ସଞ୍ଜୟ ଲୀଲା ଭଂସାଲୀଙ୍କ ସହ ସଲମାନ ପୁଣିଥରେ କାମ କରିବାକୁ ଯାଉଛନ୍ତି । ଫିଲ୍ମରେ ପ୍ରଥମଥର ଦର୍ଶକ ସଲମାନ ଓ ଆଲିୟାଙ୍କ ଯୋଡିକୁ ଦେଖିବେ ।

ଏହାପୂର୍ବରୁ ସଞ୍ଜୟ ଓ ସଲମାନଙ୍କ ଯୋଡି ସୁପରହିଟ୍ ଫିଲ୍ମ 'ହମ ଦିଲ ଦେ ଚୁକେ ସନମ'ରେ ଏକାଠି କାମ କରିଥିଲେ । 1999ରେ ରିଲିଜ ହୋଇଥିବା ଏହି ବ୍ଲକବଷ୍ଟର ଫିଲ୍ମରେ ସଲମାନଙ୍କ ବ୍ୟତୀତ ଐଶ୍ଚର୍ଯ୍ୟ ରାୟ ବଚ୍ଚନ ଓ ଅଜୟ ଦେବଗନ ଅଭିନୟ କରିଥିଲେ ।

ନିକଟରେ ସଲମାନ ଫିଲ୍ମ 'ଇନଶାହଆଲ୍ଲା'କୁ ନେଇ କହିଥିଲେ କି ଆଲିୟା ଏବଂ ସେ ଏକାଠି ଭଲ ଦେଖାଯିବେ । ଫିଲ୍ମଟି ଏକ ସୁନ୍ଦର ଲଭଷ୍ଟୋରୀ ଉପରେ ଆଧାରିତ । ଫିଲ୍ମର କାହାଣୀ ଦର୍ଶକଙ୍କ ହୃଦୟ କିଣିବ । ଶୁଣିବାକୁ ମିଳୁଛି ଯେ ଫିଲ୍ମରେ ସଲମାନ ଜଣେ 40 ବର୍ଷିୟ ବିଜନେସମ୍ୟାନ ଭୂମିକାରେ ନଜର ଆସିବା ବେଳେ ଆଲିୟା ଜଣେ 20 ବର୍ଷିୟ ନୂଆ ଅଭିନେତ୍ରୀ ରୂପେ ଦେଖାଯିବେ ।

Intro:Body:

rwey

Conclusion:
Last Updated : Jun 7, 2019, 11:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.