ETV Bharat / sitara

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ରେକର୍ଡ ହେବ ସଞ୍ଜୟ ଭଂସାଲୀଙ୍କ ବୟାନ - ସଞ୍ଜୟ ଲୀଲା ଭଂସାଲୀଙ୍କୁ ପୋଲିସ ତରଫରୁ ମିଳିଲା ସମନ

ସଞ୍ଜୟ ଲୀଲା ଭଂସାଲୀଙ୍କୁ ପୋଲିସ ତରଫରୁ ମିଳିଲା ସମନ । ଦୁଇଦିନ ଥରି ତାଙ୍କୁ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ପଚାରାଉଚରା କରିବ ପୋଲିସ ।

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Jul 2, 2020, 4:58 PM IST

ମୁମ୍ବାଇ: ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାରେ ବର୍ତ୍ତମାନ ମୁମ୍ବାଇ ପୋଲିସ କଡା ତଦନ୍ତ ଚଳାଇଛି । ହେଲେ ତାଙ୍କ ମୃତ୍ୟୁକୁ ନେଇ କ୍ରୋଧିତ ଥିବା ଫ୍ୟାନ୍ସ ସିବିଆଇ ଯାଞ୍ଚ ପାଇଁ ଦାବି କରୁଛନ୍ତି । ପୋଲିସ ମଧ୍ୟ ଏଯାବତ ସୁଶାନ୍ତଙ୍କ ସହ ସମ୍ପୃକ୍ତ ଥିବା 28 ଜଣଙ୍କ ବୟାନ ରେକର୍ଡ କରିସାରିଲାଣି । । ଇତିମଧ୍ୟରେ ଫେମସ ନିର୍ମାତା ସଞ୍ଜୟ ଲୀଲା ଭଂସାଲୀଙ୍କୁ ନେଇ ନୂଆ ଚର୍ଚ୍ଚା । ଏଥର ତାଙ୍କ ବୟାନ ରେକର୍ଡ କରିବ ପୋଲିସ । ଯାହା ପାଇଁ ତାଙ୍କୁ ପୋଲିସ ଷ୍ଟେସନରେ ଦୁଇ ଦିନ ଉପସ୍ଥିତି ରହିବାକୁ ସମନ ପଠାଯାଇଛି ।

ସଞ୍ଜୟଙ୍କୁ ପୋଲିସ ପଚରାଉଚରା କରିବା କାରଣ ହେଲା ଯେ କିଛି ରିପୋର୍ଟରେ କୁହଯାଇଛି ଯେ ସୁଶାନ୍ତଙ୍କୁ ପୁଣିଥରେ ତାଙ୍କ ଫିଲ୍ମର ଅଫର ଦିଆଯାଇଥିଲା । ହେଲେ ପରେ ତାଙ୍କୁ ଫିଲ୍ମରୁ କାଢି ଦିଆଗଲା । ଯାହାପାଇଁ ସେ ଡିପ୍ରେସନରେ ଆସିଥିଲେ । ଏହି ମାମଲା ଉପରେ ସଞ୍ଜୟଙ୍କ ବୟାନ ରେକର୍ଡ କରିବ ପୋଲିସ ।

ପ୍ରକାଶ ଥାଉକି ସୁଶାନ୍ତଙ୍କ ଆତ୍ମହତ୍ୟା ପାଇଁ ମୁଜାଫରପୁର ସିଜିଏମ କୋର୍ଟରେ ଅଭିଯୋଗ କରାଯାଇଛି । ଏହି ଅଭିଯୋଗ ସଲମାନ ଖାନ, ସଞ୍ଜୟ, ଆଦିତ୍ୟ ଚୋପ୍ରା, କରନ ଜୋହର, ସାଜିଦ ନାଦିୟାଦୱାଲ, ଏକତା କପୁର, ଭୂଷଣ କୁମାର ଓ ଦୀନେଶ ବିଜନଙ୍କ ବିରୋଧରେ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.