ETV Bharat / sitara

ପ୍ରିୟା ଦତ୍ତଙ୍କ ସହ ଲୀଲାବତୀ ହସ୍ପିଟାଲକୁ ପହଞ୍ଚିଲେ ସଞ୍ଜୁ ବାବା

author img

By

Published : Aug 16, 2020, 10:24 PM IST

ସଞ୍ଜୟ ଫୁସଫୁସ କର୍କଟ ରୋଗରେ ଆକ୍ରାନ୍ତ ହେବା ପରେ ତାଙ୍କର ନିୟମିତ ଚିକିତ୍ସା ପାଇଁ ତାଙ୍କୁ ମୁମ୍ବାଇର ଲୀଲାବତୀ ଡାକ୍ତରଖାନାକୁ ଯିବାକୁ ପଡିବ । ଏନେଇ ଆଜି ସଞ୍ଜୟ ତାଙ୍କ ଭଉଣୀ ପ୍ରିୟା ଦତ୍ତଙ୍କ ସହିତ ଲୀଲାବତୀ ହସ୍ପିଟାଲକୁ ଯାଇଛନ୍ତି । ଅଧିକ ପଢନ୍ତୁ...

Sanjay Dutt went to Leelavati Hospital with Priya Dutt
ପ୍ରିୟା ଦତ୍ତଙ୍କ ସହ ଲୀଲାବତୀ ହସ୍ପିଟାଲକୁ ପହଞ୍ଚିଲେ ସଞ୍ଜୁ ବାବା

ନୂଆଦିଲ୍ଲୀ: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଫୁସଫୁସ କର୍କଟ ବା ଲଙ୍ଗ୍ସ କ୍ୟାନ୍ସର ହୋଇଥିବା ସୂଚନା ମିଳିଛି । ଏହି ରୋଗର ତୃତୀୟ ପର୍ଯ୍ୟାୟରେ ଅଛନ୍ତି ସଞ୍ଜୁ ବାବା। ଏହି ଗମ୍ଭୀର ରୋଗର ଚିକିତ୍ସା ପାଇଁ ସଞ୍ଜୟ ଦତ୍ତ ଶୀଘ୍ର ଆମେରିକା ଯିବେ ବୋଲି ଖବର ମିଳିଛି।

ସଞ୍ଜୟ ଫୁସଫୁସ କର୍କଟ ରୋଗରେ ଆକ୍ରାନ୍ତ ହେବା ପରେ ତାଙ୍କର ନିୟମିତ ଚିକିତ୍ସା ପାଇଁ ତାଙ୍କୁ ମୁମ୍ବାଇର ଲୀଲାବତୀ ଡାକ୍ତରଖାନାକୁ ଯିବାକୁ ପଡିବ । ଏନେଇ ଆଜି ସଞ୍ଜୟ ତାଙ୍କ ଭଉଣୀ ପ୍ରିୟା ଦତ୍ତଙ୍କ ସହିତ ଲୀଲାବତୀ ହସ୍ପିଟାଲକୁ ଯାଇଛନ୍ତି ।

ସୂତ୍ରରୁ ପ୍ରକାଶ ଯେ, ସଞ୍ଜୟ ତାଙ୍କ ଚଳଚ୍ଚିତ୍ର 'ସଡକ-୨' ଡବିଂ ର ଅବଶିଷ୍ଟ ସୁଟିଂ କାମକୁ ତାଙ୍କ ଚିକିତ୍ସା ପାଇଁ ବ୍ରେକ ନେବା ପୂର୍ବରୁ ଆସନ୍ତା ସପ୍ତାହ ସୁଦ୍ଧା ଶେଷ କରିବେ ।

ଗତ ସପ୍ତାହର ଶେଷରେ ସଞ୍ଜୟଙ୍କ ନିଶ୍ୱାସ ପ୍ରଶ୍ୱାସ ଏବଂ ଛାତିରେ ଯନ୍ତ୍ରଣା ହେତୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅଗଷ୍ଟ 11 ରେ, ସଞ୍ଜୟ କହିଥିଲେ ଯେ ସେ ତାଙ୍କ ଚିକିତ୍ସା ପାଇଁ ବ୍ରେକ ନେଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.