ETV Bharat / sitara

ଲକଡାଉନ: ଗରିବ ପରିବାରର ଭୋକ ମେଣ୍ଟାଇବେ ସଞ୍ଜୁ ବାବା

କୋରୋନା ଭାଇରସ ସହ ଲଢୁଥିବା ଗରିବ ପରିବାରର ସାହାଯ୍ୟ କରିବେ ଲୋକପ୍ରିୟ ଅଭିନେତା ସଞ୍ଜୟ ଦତ୍ତ। କଲେ ବଡ ଘୋଷଣା।

sanjay dutt
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
author img

By

Published : Apr 15, 2020, 1:23 PM IST

ମୁମ୍ବାଇ: ଭାରତରେ କୋରୋନା ଭାଇରସରେ ସଂକ୍ରିମିତ ଲୋକଙ୍କ ସଂଖ୍ୟା 10 ହଜାରରେ ପହଞ୍ଚିଲାଣି। ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ବାରା ମଙ୍ଗଳବାର ଏହାର ସୂଚନା ଦିଆଯାଇଛି। ରିପୋର୍ଟ ଅନୁଯାୟୀ ଦେଶରେ 10, 363 ଲୋକ ଏଯାବତ କୋଭିଡ 19ରେ ସଂକ୍ରମିତ ହେବାର ସ୍ପଷ୍ଟ ହୋଇଛି । ଯେଉଁଥିରେ ଏବେ 8,988 ରୋଗୀ ଏହି ମହାମାରୀରେ ଗ୍ରସ୍ତ। ଇତିମଧ୍ୟରେ ସହଯୋଗର ହାତ ବଢାଇଛନ୍ତି ମୁନ୍ନା ଭାଇ ସଞ୍ଜୟ ଦତ୍ତ।

ଏହି ଭାଇରାସ ସହ ଲଢିବା ପାଇଁ ଦେଶକୁ 21 ଦିନର ଲକଡାଉନ କରାଯାଇଥିଲା । ହେଲେ ମଙ୍ଗଳବାର ଲକଡାଉନର ସମୟ ସୀମାକୁ ବଢାଯାଇ ମେ 3 ପର୍ଯ୍ୟନ୍ତ କରାଯାଇଛି। ଏହି ମହାମାରୀ ସହ ଲଢିବା ପାଇଁ ବଲିଉଡର ଅନେକ ଷ୍ଟାର୍ସ ନିଜ କ୍ଷମତା ଅନୁଯାୟୀ ଜନସାଧାରଣଙ୍କୁ ଆର୍ଥିକ ରୂପେ ସାହାଯ୍ୟ କରିସାରିଛନ୍ତି।

ଏବେ ସଞ୍ଜୟ ମଧ୍ୟ ଘୋଷଣା କରିଛନ୍ତି ଯେ ସେ 1 ହଜାର ପରିବାରର ପାଇଁ ଖାଦ୍ୟ ବ୍ୟବସ୍ଥା କରିବେ। ଏକ ସାକ୍ଷାତକାରରେ ଏପରି ଘୋଷଣା କରି ସେ କହିଛନ୍ତି ତାଙ୍କ ଦ୍ବାରା ଯାହା ସମ୍ଭବ ତାହା କରିବେ।

ତାଙ୍କ ପୂର୍ବରୁ ଅକ୍ଷୟ କୁମାର, ଅନୁଷ୍କା ଶର୍ମା, ବିରାଟ କୋହିଲ ସମେତ ଅନେକ ଷ୍ଟାର୍ସ ପିଏମ କେୟାର୍ସକୁ ଦାନ କରିସାରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.