ETV Bharat / sitara

ସୁଶାନ୍ତଙ୍କ ସିକ୍ରେଟ ପୋଷ୍ଟ କଲେ ସଞ୍ଜନା ! - sanjana sanghi post emotional note

ସଞ୍ଜନା ସାଙ୍ଗୀ ସୁଶାନ୍ତଙ୍କ ସ୍ମୃତିରେ ଏକ ଭାବପ୍ରବଣ ପୋଷ୍ଟ ଲେଖିଛନ୍ତି । ଆଜି, ସୁଶାନ୍ତଙ୍କ ମୃତ୍ୟୁକୁ ମାସେ ହୋଇଛି । ଏଭଳି ପରିସ୍ଥିତିରେ ସଞ୍ଜନା 'ଦିଲ୍ ବେଚାରା'ର କୋ-ଷ୍ଟାରଙ୍କ ସ୍ମୃତିରେ ଭାବପ୍ରବଣ ହୋଇପଡିଛନ୍ତି । ସଞ୍ଜନା ତାଙ୍କ ଇନଷ୍ଟା ଷ୍ଟୋରୀରେ ସୁଶାନ୍ତଙ୍କୁ ମନେ ପକାଇ ଏକ ଭାବପ୍ରବଣ ପୋଷ୍ଟ ସେୟାର କରିଛନ୍ତି । ଅଧିକ ପଢନ୍ତୁ...

sanjana sanghi post emotional note for sushant
ସୁଶାନ୍ତଙ୍କ ବିଷୟରେ କିଛି ଅକୁହା କଥା ଲେଖିଲେ ସଞ୍ଜନା
author img

By

Published : Jul 14, 2020, 6:52 PM IST

ମୁମ୍ବାଇ: ଆଜି ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ମାସେ ହୋଇଛି । ଏଭଳି ପରିସ୍ଥିତିରେ ସୋସିଆଲ ମିଡିଆ ମାଧ୍ୟମରେ ପୋଷ୍ଟ ସେୟାର କରି ସୁଶାନ୍ତଙ୍କର ପ୍ରିୟଜନମାନେ ନିଜର ଭାବନା ପ୍ରକାଶ କରୁଛନ୍ତି ।

ଏହି ସମୟରେ ସୁଶାନ୍ତଙ୍କ ଶେଷ ଚଳଚ୍ଚିତ୍ର 'ଦିଲ ବେଚାରା'ର କୋ-ଷ୍ଟାର ସଞ୍ଜନା ସାଙ୍ଗୀ ମଧ୍ୟ ତାଙ୍କ ଇନଷ୍ଟା ଷ୍ଟୋରୀରେ ଏକ ଭାବପ୍ରବଣ ନୋଟ୍ ଲେଖିଛନ୍ତି । ଯେଉଁଥିରେ ସେ ସୁଶାନ୍ତଙ୍କ ସ୍ୱପ୍ନକୁ ମନେ ପକାଇଛନ୍ତି ।

ଏହି ନୋଟରେ, ସଞ୍ଜନା କହିବାକୁ ଚେଷ୍ଟା କରିଛନ୍ତି ଯେ, 1 ମାସ ପରେ ମଧ୍ୟ ମୁଁ ଏହି ଦୁଃଖଦ ଖବରରୁ ବାହାରିପାରୁ ନାହିଁ । 'ଦିଲ୍ ବେଚାରା' ଫିଲ୍ମ ମାଧ୍ୟମରେ ସୁଶାନ୍ତ ମତେ ଏକ ଉପହାର ଦେଇଛନ୍ତି ।

ଏଥିସହ ସଞ୍ଜନା ସୁଶାନ୍ତଙ୍କ କିଛି ସ୍ୱପ୍ନ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି ଏବଂ ସେଗୁଡିକ ପୂରଣ କରିବା ପାଇଁ ସେ ସମସ୍ତ ପ୍ରକାର ଉଦ୍ୟମ କରିବେ ବୋଲି ଲେଖିଛନ୍ତି ।

ସଞ୍ଜନା ସୁଶାନ୍ତଙ୍କ ସହ ହସିବା, ଖେଳିବାର ପୁରୁଣା ସ୍ମୃତି ଏବଂ କିଛି ସମାଧାନ ହୋଇନଥିବା ପ୍ରଶ୍ନ ବିଷୟରେ ମଧ୍ୟ ଲେଖିଛନ୍ତି ।

ପ୍ରକାଶ ଥାଉକି, ଆଜି ସୁଶାନ୍ତଙ୍କ ମୃତ୍ୟୁକୁ ମାସେ ହୋଇଥିବାରୁ ସୁଶାନ୍ତଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ, ମୁକେଶ ଛାବ୍ରା ଏବଂ ତାଙ୍କ କଥିତ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ମଧ୍ୟ ଭାବପ୍ରବଣ ପୋଷ୍ଟ ସେୟାର କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.