ବେଙ୍ଗାଲୁରୁ: ଡ୍ରଗ୍ସ କାରବାର ମାମଲାରେ ଅଭିନେତ୍ରୀ ସଞ୍ଜନା ଗାଲରାନୀ ଏବଂ ରାଗିଣୀ ଦ୍ବିବେଦୀ ବର୍ତ୍ତମାନ ପାରପାନା ଅଗ୍ରହାରା ଜେଲରେ ଅଛନ୍ତି । ସେମାନେ ଜାମିନ ଆବେଦନ କରିଥିଲେ । ଏହି ମାମଲାରେ କୋର୍ଟ ଜାମିନ ଆବେଦନ ଶୁଣାଣିକୁ ସେପ୍ଟେମ୍ବର 21 ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ।
ବାଙ୍ଗାଲୋରର ସେଣ୍ଟ୍ରାଲ କ୍ରାଇମବ୍ରାଞ୍ଚ (ସିସିବି) ରାଗିଣୀଙ୍କୁ ସ୍ୟାଣ୍ତେଲଉଡ ଡ୍ରଗ୍ସ କାରବାର ଅଭିଯୋଗରେ 4 ସେପ୍ଟେମ୍ବରରେ ଗିରଫ କରିଥିଲା । ଏଫ୍ଆଇଆର୍ ପଞ୍ଜିକରଣ କରିବା ପରେ ପୋଲିସ ରାଗିଣୀଙ୍କୁ କୋର୍ଟରେ ହାଜର କରିଥିଲା ।
ତାଙ୍କୁ ଗିରଫ କରିବା ପରେ ସିସିବି ରାଗିଣୀଙ୍କୁ 10 ଦିନ ଧରି ପଚରାଉଚରା କରିଥିଲା । 14 ସେପ୍ଟେମ୍ବରରେ ହେପାଜତ ସମାପ୍ତ କରିବା ପରେ, ସିସିବି ପୁନର୍ବାର ରାଗିଣୀଙ୍କୁ କୋର୍ଟରେ ହାଜର କରିଥିଲା, ଯାହା ପରେ କୋର୍ଟ ତାଙ୍କୁ ସେହି ଦିନ ନ୍ୟାୟିକ ହେପାଜତକୁ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ