ETV Bharat / sitara

ଡ୍ରଗ୍ସ କେସ୍ :14 ଦିନିଆ ରିମାଣ୍ଡରେ କନ୍ନଡ ଅଭିନେତ୍ରୀ ରାଗିଣୀ - Sanjjana Galrani's remand extended

କନ୍ନଡ ଅଭିନେତ୍ରୀ ରାଗିଣୀ ଦ୍ୱିବେଦୀଙ୍କୁ 14 ଦିନିଆ ନ୍ୟାୟିକ ହେପାଜତକୁ ନେଲା ପୋଲିସ। ବେଙ୍ଗାଲୁର ଡ୍ରଗ୍ସ କେସରେ ରାଗିଣୀଙ୍କ ସମେତ ଅନ୍ୟ ଚାରିଜଣ ଅଭିଯୁକ୍ତଙ୍କୁ ହେପାଜତକୁ ପଠାଇବା ସହ ଅନ୍ୟ ଏକ ଷ୍ଟାରଲେଟ୍ ସଞ୍ଜନା ଗାଲ୍ରାନୀଙ୍କ ପୋଲିସ୍ ରିମାଣ୍ଡକୁ ତିନି ଦିନ ବୃଦ୍ଧି କରାଯାଇଛି।

ଡ୍ରଗ୍ସ କେସ୍ :14 ଦିନିଆ ରିମାଣ୍ଡରେ କାନାଡା ଅଭିନେତ୍ରୀ ରାଗିଣୀ

author img

By

Published : Sep 15, 2020, 8:03 AM IST

ବେଙ୍ଗାଲୁର: କନ୍ନଡ ଅଭିନେତ୍ରୀ ରାଗିଣୀ ଦ୍ୱିବେଦୀଙ୍କୁ 14 ଦିନିଆ ନ୍ୟାୟିକ ହେପାଜତକୁ ନେଲା ପୋଲିସ। ବେଙ୍ଗାଲୁରୁ ଡ୍ରଗ୍ସ କେସରେ ରାଗିଣୀଙ୍କ ସମେତ ଅନ୍ୟ ଚାରିଜଣ ଅଭିଯୁକ୍ତଙ୍କୁ ହେପାଜତକୁ ପଠାଇବା ସହ ଅନ୍ୟ ଏକ ଷ୍ଟାରଲେଟ୍ ସଞ୍ଜନା ଗାଲ୍ରାନୀଙ୍କ ପୋଲିସ୍ ରିମାଣ୍ଡକୁ ତିନି ଦିନ ବୃଦ୍ଧି କରାଯାଇଛି।

କେନ୍ଦ୍ରୀୟ କ୍ରାଇମ ବ୍ୟୁରୋ ପୋଲିସର ସୂଚନାନୁସାରେ, ରାଗିଣୀ , ଗାଲ୍ରାନୀଙ୍କ ବନ୍ଧୁ ରାହୁଲ ରାଙ୍କା ଏବଂ ଡ୍ରଗ୍ ଯୋଗାଣକାରୀ ଲୁମ୍ ପେପର୍ ସାମ୍ବା ସମେତ ଅନ୍ୟ ଚାରିଜଣ ଅଭିଯୁକ୍ତଙ୍କୁ ଡ୍ରଗ୍ସ ମାମଲାରେ ପ୍ରାୟ 11 ଦିନ ପୂର୍ବରୁ ଗିରଫ କରାଯାଇଥିଲା। ଅଧିକ ପଚରାଉଚରା ପାଇଁ ଗାଲ୍ରାନି ଏବଂ ହାଇ ପ୍ରୋଫାଇଲ୍ ପାର୍ଟି ପ୍ଲାନର୍ ବିରେନ୍ ଖାନ୍ନା ପୋଲିସ ହେପାଜତରେ ରହିବେ ବୋଲି ପୋଲିସ କହିଛି।

ବିଶିଷ୍ଟ ନିର୍ମାତା-ନିର୍ଦ୍ଦେଶକ ଇନ୍ଦରଜିତ୍ ଲଙ୍କେଶ କ୍ରାଇମବ୍ରାଞ୍ଚରେ ହାଜର ହେବା ପରେ ଏବଂ ଚାନ୍ଦବାଲିରେ ଡ୍ରଗ୍ସ ବ୍ୟବହାର ସମ୍ପର୍କରେ ସୂଚନା ବାଣ୍ଟିବା ପରେ ସିସିବି କନ୍ନଡ ଚଳଚ୍ଚିତ୍ର ଶିଳ୍ପରେ ଡ୍ରଗ୍ ଲିଙ୍କ ଉପରେ ଯାଞ୍ଚ ଆରମ୍ଭ କରିଥିଲା।

ଜୁନରେ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ଡ୍ରଗ୍ସ ବ୍ୟବହାର କରାଯାଇଥିବା ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଅଭିଯୋଗ ପରେ ଏହି ସତ୍ୟ ସାମ୍ନାକୁ ଆସିଛି। ଏଥିରେ ସମ୍ପୃକ୍ତି ଥିବା ଅଧିକ ଲୋକଙ୍କୁ ଖୋଜାଖୋଜି ଚାଲିଛି ବୋଲି ପୋଲିସ କହିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.