ପୁରୀ: ଆଜି କୋକିଳ କଣ୍ଠୀଙ୍କ ଜନ୍ମଦିନ । 90 ବର୍ଷରେ ପଦାର୍ପଣ କଲେ ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେସ୍କର । ବାଲୁକା କଳାରେ ଲତାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।
ବାଳୁକା କଳାରେ ଲତାଙ୍କ ପ୍ରତିକୃତି ସହିତ ଏକ ବୀଣାର ଚିତ୍ର ଆଙ୍କିଛନ୍ତି ସୁଦର୍ଶନ । ଯେଉଁଥିରେ ସେ ହାପି ବାର୍ଥ ଡେ ଲତା ଦିଦି ଲେଖିଛନ୍ତି । ବାଳୁକା କଳା ଦେଖିବାକୁ ସ୍ଥାନୀୟ ଲୋକ ଏକାଠି ହୋଇଥିବାର ଦେଖିବାକୁ ମିଳିଛି ।
ସେପଟେ, କେବଳ ବାଳୁକା ଶିଳ୍ପୀ ନୁହଁନ୍ତି, ଲତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ