ETV Bharat / sitara

ସନାଙ୍କ ସହ ଫୋନ ରେକଡିଂ ସେୟାର କଲେ ଏକ୍ସ-ବୟଫ୍ରେଣ୍ଡ ମେଲଭିନ - ଅଭିନେତ୍ରୀ ସନା ଖାନଙ୍କ ବୟଫ୍ରେଣ୍ଡ ମେଲଭିନ ଲୁଇସ

ସୋସିଆଲ ମିଡିଆରେ ଭାଇରାଲ ହେଲା ସନା ଖାନ ଓ ମେଲଭିନ ଲୁଇସଙ୍କ କଥାବାର୍ତ୍ତା । ଇନଷ୍ଟାଗ୍ରାମରେ ମେଲଭିନ ଫୋନ ରେକଡିଂ ସେୟାର କରି ନିଜକୁ ପୀଡିତ କହିଲେ।

melvin louis
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମେଲଭିନ ଲୁଇସ
author img

By

Published : Mar 9, 2020, 2:50 PM IST

ମୁମ୍ବାଇ: ବି-ଟାଉନ ଅଭିନେତ୍ରୀ ତଥା ବିଗ ବସ 6ର ଫେମସ ପ୍ରତିଯୋଗୀ ସନା ଖାନ ଅଭିନୟଠୁ ଅଧିକା ନିଜ ଲଭଲାଇଫକୁ ନେଇ ସବୁବେଳେ ଚର୍ଚ୍ଚାରେ। ନିକଟରେ ସନା ଓ ସୋସିଆଲ ମିଡିଆର ଫେମସ କୋରିଓଗ୍ରାଫର ମେଲଭିନ ଲୁଇସଙ୍କ ବ୍ରେକଅପ ହୋଇଥିଲା । ଯାହାପରେ ଦୁଇଜଣ ପରସ୍ପର ବିରୋଧରେ ସୋସିଆଲ ମିଡିଆରେ ଅନେକ କଥ କହିଥିଲେ।

ମେଲଭିନଙ୍କ ଠାରୁ ଅଲଗା ହେବା ପରେ ସନା ବ୍ରେକଅପ କାହିଁକି କରିଛନ୍ତି ତାହା ମଧ୍ୟ ସମସ୍ତଙ୍କୁ ଜଣାଇଥିଲେ । ଖାଲି ଏତିକି ନୁହେଁ ମେଲଭିନଙ୍କ ଉପରେ ଧୋକାବାଜର ଅଭିଯୋଗ ମଧ୍ୟ ଲଗାଇଥିଲେ ସେ ।

ସନାଙ୍କ ଅଭିଯୋଗ ପରେ ମେଲଭିନ ନିଜର ଓ ସନାଙ୍କ କଥାବାର୍ତ୍ତାର ଫୋନ ରେକଡିଂକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯାହାର କ୍ୟାପସନରେ ଲେଖିଛନ୍ତି, ‘ପୁଅ ମଧ୍ୟ ପୀଡିତ ହୋଇପାରେ।’ ଏହାସହ ସେ ଅଭିଯୋଗ ଲଗାଇଛନ୍ତି ଯେ ସନା ସବୁବେଳେ ତାଙ୍କ ଶରୀର ରଙ୍ଗ, ପରିବାରର ମଜାକ ଉଡାଉଥିଲେ। ତାଙ୍କ ବନ୍ଧୁବାନ୍ଧବଙ୍କ ଉପରେ ଅପମାନଜନକ କମେଣ୍ଟ କରି ସେ ଖୁସି ହେଉଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.