ମୁମ୍ବାଇ: 'ବିଗ ବସ ସିଜନ-6'ରୁ ଫେମସ ହୋଇଥିବା ଅଭିନେତ୍ରୀ ସନା ଖାନଙ୍କୁ ନେଇ ଏକ ନୂଆ ଖବର ଶୁଣିବାକୁ ମିଳୁଛି । ଖବରଟି ହେଲା ସେ କୋରିଓଗ୍ରାଫର ତଥା ଡ୍ୟାନ୍ସ ଟ୍ୟୁଟର ମେଲଭିନ ଲୁଇସଙ୍କୁ ନିଜ ହୃଦୟ ଦେଇବସିଛନ୍ତି । ଏହି କଥା ଆମେ କହୁନାହୁଁ, ଏହି କଥାର ଖୁଲାସା ସେ ନିକଟରେ କରିଥିଲେ । ସେ କହିଥିଲେ କି ସିଙ୍ଗଲ ନାହାଁନ୍ତି, ରିଲେସନଶିପରେ ଅଛନ୍ତି ।
ସୋସିଆଲ ମିଡିଆରେ ସନା ଏକ ଫଟୋ ସେୟାର କରି ନିଜ ରିଲେସନଶିପ ବିଷୟରେ ଫ୍ୟାନ୍ସଙ୍କୁ ସୂଚନା ଦେଇଛନ୍ତି । ସେ ଫଟୋ କ୍ୟାପସନରେ ଲେଖିଥିଲେ, "ଯଦି ତୁମ ସହ ମୋର ସାକ୍ଷାତ ହୋଇନଥାଆନ୍ତା, ତେବେ ଏହା କେବେ ମଧ୍ୟ ଜାଣିପାରିନଥାଆନ୍ତି କି ମୁଁ କାହାକୁ ଏତେ ଭଲ ପାଇପାରିବି । ମୁଁ ତୁମଠାରୁ ଯାହା ପାଇଛି ତାହା ପାଇବା ପାଇଁ ଲୋକେ ପୁରା ଜୀବନ ଲଗାଇଦିଅନ୍ତି । ମୋ ମନରେ ତୁମ ପାଇଁ ପ୍ରେମ ସବୁବେଳେ, ସବୁଦିନ, ସବୁ ମିନିଟରେ ବଢିବାରେ ଲାଗିଛି । ତୁମେ ମତେ ଭଲ ମଣିଷ କରିଛ ଏବଂ ଆହୁରି ଅନେକ ଜିନିଷ ଅଛି ଯାହା ମୁଁ ତୁମ ଠାରୁ ସବୁବେଳେ ଶିଖୁଛି ।"
- " class="align-text-top noRightClick twitterSection" data="
">
ସେ ଏବେ ଫିଲ୍ମଠାରୁ ଦୂରେଇ ଅଛନ୍ତି ସତ କିନ୍ତୁ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରୁହନ୍ତି । ସେ ପ୍ରାୟତଃ ଫ୍ୟାନ୍ସଙ୍କ ପାଇଁ ନିଜର ବୋଲ୍ଡ ଫଟୋ, ଭିଡିଓ ସେୟାର କରୁଥିବାର ନଜର ଆସୁଥାଆନ୍ତି । ପ୍ରକାଶ ଥାଉକି ଫିଲ୍ମ 'ଜୟ ହୋ', 'ଟୟଲେଟ: ଏକ ପ୍ରେମକଥା' ଏବଂ 'ୱଜାହ ତୁମ ହୋ'ରେ ତାଙ୍କୁ ଦେଖିବାକୁ ମିଳିଥିଲା ।