ମୁମ୍ବାଇ: ଲକଡାଉନରେ ଗୀତ ସୁଟିଂ କରିଛନ୍ତି ବଲିଉଡ ଷ୍ଟାର ସଲମାନ ଖାନ ଓ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ । ସଲମାନଙ୍କ ଫାର୍ମ ହାଉସରେ ଏହି ଗୀତର ସୁଟିଂ ହୋଇଛି । ଏହା କୌଣସି ଫିଲ୍ମ ପାଇଁ ନୁହେଁ ବରଂ ଏକ ସିଙ୍ଗଲ ଟ୍ରାକ ବୋଲି ଦବଙ୍ଗ ଷ୍ଟାର କହିଛନ୍ତି । ତେବେ ଏହା ତାଙ୍କ ବ୍ୟାନରର ସବୁଠାରୁ କମ ବଜେଟର ଗୀତ ବୋଲି ସଲମାନ କହିଛନ୍ତି ।
- " class="align-text-top noRightClick twitterSection" data="
">
କିକର 2 ଷ୍ଟାର ପୁଣିଥରେ ରୋମାଣ୍ଟିକ ଅନ୍ଦାଜରେ ଆସିଛନ୍ତି । ଗୀତ ସୁଟିଂ ବେଳେ କେବଳ ସଲମାନ, ଜ୍ୟାକଲିନ ଓ ଡିରେକ୍ଟର ଅଫ ଫଟୋଗ୍ରାଫର ଉପସ୍ଥିତ ଥିଲେ । ଫାର୍ମ ହାଉସର ଅଳ୍ପ କିଛି ଜାଗାରେ ଏହାର ସୁଟିଂ ହୋଇଛି । ଗୀତର ନାମ ରହିଛି ତେରେ ବିନା । ଇନଷ୍ଟାଗ୍ରାମରେ ଏହି ଗୀତ ସମ୍ପର୍କରେ ଏକ ଭିଡିଓ ଭାଇଜାନ ସେୟାର କରିଛନ୍ତି । ଏଥିରେ ସେ ଅଭିନେତା ୱାଲୁଶ୍ଚା ଡି ସୌଜାଙ୍କ ସହ ସାକ୍ଷାତକାର ଦେଉଥିବାର ଦେଖାଯାଉଛି । ଏଥିରେ ସେ କ୍ୟାପସନ ଲେଖିଛନ୍ତି ଇଣ୍ଟରଭିୟୁ ତେରେ ବିନା । ପ୍ରଥମ ଥର ପାଇଁ ବିନା କୌଣସି ନିର୍ଦ୍ଦେଶକ ଓ ସାଜସଜ୍ଜା, ଅଧିକ ଖର୍ଚ୍ଚ ହୋଇନାହିଁ ।
ଏହାକୁ ତିଆରି କରିବାରେ 4 ଦିନ ଲାଗିଥିଲା । ଏଥିରେ ଜ୍ୟାକଲିନ କୌଣସି ମହଙ୍ଗା ଡ୍ରେସ କିମ୍ବା ମେକଅପରେ ନଜର ଆସିନାହାନ୍ତି । ତେରେ ବିନା ତାଙ୍କ ବ୍ୟାନରରେ ନିର୍ମିତ ସବୁଠାରୁ କମ ବଜେଟର ସିଙ୍ଗଲ ଟ୍ରାକ ବୋଲି ସେ କହିଛନ୍ତି । ପ୍ରକାଶ ଥାଉ କି ସଲମାନ ଲକଡାଉନରେ ନିଜ ଫାର୍ମ ହାଉସରେ ପ୍ରାୟ 20 ଜଣ ଲୋକଙ୍କ ସହ ଫସିଯାଇଛନ୍ତି । ତେବେ ଏହି ସମୟରେ ସେ ଲୋକଙ୍କୁ ଘରୁ ନବାହାରିବାକୁ ସଚେତନ କରିବା ସହ ଏକ ଗୀତ ଗାଇ ଅପଲୋଡ କରିଥିଲେ । ଏହାସହ ଫାର୍ମ ହାଉସ ପାଖରେ ଥିବା ଗାଁରେ ସେ ଖାଦ୍ୟ ସାମଗ୍ରୀ ବାଣ୍ଟିଥିଲେ । ସେହିପରି ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରାୟ 25 ହଜାର ଦିନ ମଜୁରିଆଙ୍କୁ ସେ ସାହାଯ୍ୟ କରିଛନ୍ତି । ବିଙ୍ଗ ହାଙ୍ଗ୍ରି ଦ୍ବାରା ଗରିବ ଓ ଅସହାୟଙ୍କୁ ଖାଦ୍ୟ ବାଣ୍ଟୁଛନ୍ତି ବଲିଉଡର ଟାଇଗର ।