ETV Bharat / sitara

ଏବେ ସଲମାନଙ୍କ ଲାଇଫ୍ 'ସ୍ଲୋ ମୋସନ'ରେ ଯିବ!

ଭାଇଜାନଙ୍କ ଆଗାମୀ ଚଳଚ୍ଚିତ୍ର ଭାରତର ପ୍ରଥମ ଗୀତ 'ସ୍ଲୋ ମୋସନ୍'ର ଟିଜର ରିଲିଜ ହୋଇଛି । ସଲମାନ ଏହାକୁ ନିଜ ଟ୍ବିଟରରେ ସେୟାର କରିଛନ୍ତି । ଏଥିରେ ଦିଶାଙ୍କୁ ଭାଇଜାନଙ୍କ ସହ ଦେଖିବାକୁ ମିଳିବ ।

author img

By

Published : Apr 25, 2019, 11:02 AM IST

ହାଇଦ୍ରାବାଦ: ଭାଇଜାନଙ୍କ ଆଗାମୀ ଚଳଚ୍ଚିତ୍ର ଭାରତକୁ ବହୁ ପ୍ରତିକ୍ଷାର ସହ ଚାହିଁ ରହିଛନ୍ତି ତାଙ୍କ ଫ୍ୟାନ୍ସମାନେ । ସଲମାନ ବି ଫିଲ୍ମରେ ଥିବା ତାଙ୍କ ଅଲଗା ଅଲଗା ଲୁକର ପୋଷ୍ଟର ମଝିରେ ମଝିରେ ରିଲିଜ କରିଥାନ୍ତି । ମାତ୍ର ଏଥରକ ତାଙ୍କ ଫ୍ୟାନ୍ସଙ୍କୁ ଭେଟି ଦେଇଛନ୍ତି ତାଙ୍କ ଆଗାମୀ ଚଳଚ୍ଚିତ୍ର ଭାରତର ପ୍ରଥମ ଗୀତର ଟିଜର୍ । ଏହାକୁ ନିଜେ ସଲମାନ ନିଜ ଟ୍ବିଟରରେ ସେୟାର କରଛନ୍ତି ।

ଏହି ଗୀତର ନାମ ରହିଛି 'ସ୍ଲୋ ମୋସନ୍' । ଏଥିରେ ସଲମାନଙ୍କ ସହ ନଜର ଆସୁଛନ୍ତି ଅଭିନେତ୍ରୀ ଦିଶା ପଟାନି । ଦିଶା ଏଥିରେ ଆଇଟମ୍ ନଂ କରୁଥିବାର ଦେଖିବାକୁ ମିଳିଛି । ନିକଟରେ ଫିଲ୍ମର ଟେଲର୍ ରିଲିଜ ହୋଇଥିଲା । ଫିଲ୍ମରେ 1964ରୁ 2010 ପର୍ଯ୍ୟନ୍ତର ଭାରତର ଯାତ୍ରା ଦେଖାଇବା ସହ ସଲମାନଙ୍କ ପାଞ୍ଚଟି ରୂପ ଦେଖିବାକୁ ମିଳିବ ।

ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଆଲି ଅବାଜ୍ ଜଫର୍ । ପ୍ରଯୋଜନା ଦେଇଛନ୍ତି ଅତୁଲ ଅଗ୍ନିହୋତ୍ରୀ, ଭୂଷଣ କୁମାର ଓ କ୍ରିଷ୍ଣା କୁମାର । ଏଥିରେ ସଲମାନ ଦିଶାଙ୍କ ବ୍ୟତୀତ ସୁନୀଲ ଗ୍ରୋଭର, କ୍ୟାଟ୍ରିନା କୈଫ, ତବୁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସିବେ । ଏହାସହ ଜ୍ୟାକି ସ୍ରଫଙ୍କୁ ସଲମାନଙ୍କ ବାପା ଚରିତ୍ରରେ ଦେଖିବାକୁ ମିଳିବ । ଫିଲ୍ମଟି ଜୁନ 5ରେ ଇଦରେ ରିଲିଜ ହେବ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.