ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ତଥା ବ୍ୟାଚଲର ହିରୋ ସଲମାନ ଖାନ ଏପର୍ଯ୍ୟନ୍ତ ବହୁ ଅଭିନେତ୍ରୀଙ୍କୁ ଡେଟ କରିଛନ୍ତି, କିନ୍ତୁ ବର୍ତ୍ତମାନ ସେ ସିଙ୍ଗଲ ଅଛନ୍ତି ।
ଭାଲେଣ୍ଟାଇନ୍ସ ଓ୍ବିକ ପୂର୍ବରୁ, ପ୍ରଶଂସକମାନେ ସର୍ବଦା ଏକ ପ୍ରଶ୍ନ କରନ୍ତି ଯେ ସେମାନଙ୍କର ପ୍ରିୟ ସେଲିବ୍ରିଟିମାନେ କିପରି ସେମାନଙ୍କ ଭାଲେଣ୍ଟାଇନ୍ସ ଓ୍ବିକ ସେଲିବ୍ରେଟ କରିବାକୁ ଯାଉଛନ୍ତି ।
- " class="align-text-top noRightClick twitterSection" data="
">
ନିକଟରେ ଜଣେ ସାମ୍ବାଦିକ ସଲମାନଙ୍କୁ ସମାନ ପ୍ରଶ୍ନ ପଚାରିଥିଲେ । ଯାହାର ଉତ୍ତରରେ ସଲମାନ ହସି ହସି କହିଛନ୍ତି, ଭଲଭାବେ ଶୁଣ ... ଭାଲେଣ୍ଟାଇନ୍ସ ଡେ ସହିତ ମୋର କିଛି ଲେଣ ଦେଣ ନାହିଁ । ଭାଲେଣ୍ଟାଇନ୍ସ ଡେର ସମସ୍ତଙ୍କୁ ଶୁଭେଚ୍ଛା । ଆଲ୍ଲା ତୁମକୁ ଆଶୀର୍ବାଦ କରନ୍ତୁ । ସମସ୍ତ ସୁରକ୍ଷିତ ରୁହନ୍ତୁ । "
ଏହି ସାକ୍ଷାତକାରରେ ଯେତେବେଳେ ସଲମାନଙ୍କୁ ପଚରାଯାଇଥିଲା ଯେ କୃଷକ ଆନ୍ଦୋଳନ ଉପରେ ତାଙ୍କର ମତ କ’ଣ । ଏହାର ଉତ୍ତରରେ ମଧ୍ୟ ସଲମାନ କହିଛନ୍ତି, ସଠିକ କାର୍ଯ୍ୟ କରିବା ଉଚିତ । ସବୁଠାରୁ ଉତ୍ତମ କାର୍ଯ୍ୟ ଦେଶ ପାଇଁ ଦରକାର ।