ମୁମ୍ବାଇ: ସଲମାନ ଖାନ ଏବେ 'ଦବଙ୍ଗ-3'ର ସୁଟିଂରେ ଖୁବ୍ ବ୍ୟସ୍ତ । ଫିଲ୍ମର ସୁଟିଂ ଶେଷ ହେଲା ପରେ ସଲମାନ ନିଜର ଆଗାମୀ ଫିଲ୍ମ 'କିକ'ର ସିକ୍ବେଲ ସୁଟିଂ ଆରମ୍ଭ କରିବେ । ଯଦି ଫିଲ୍ମ ବିଷୟରେ କଥା ହେବା ତେବେ ଫିଲ୍ମରେ ଫ୍ୟାମେଲ ଲିଡ ରୋଲ ପାଇଁ ପୂର୍ବରୁ ଜ୍ୟାକଲୀନ ଫର୍ଣ୍ଣାଣ୍ଡିଜଙ୍କ ନାମ ସାମ୍ନାକୁ ଆସିଥିଲା । କିନ୍ତୁ ଏହା ପରେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ନାମ ଫିଲ୍ମ ସହ ଯୋଡା ଯାଇଥିଲା ।
ଏହାମଧ୍ୟ ଶୁଣିବାକୁ ମିଳିଥିଲା ଯେ ପ୍ରଥମଥର ଦୀପିକା ଭାଇଜାନଙ୍କ ସହ ପରଦାରେ ନଜର ଆସିବେ । କିନ୍ତୁ ଏବେ ଏହି ଖବର ଉପରେ ଫୁଲଷ୍ଟପ ଲାଗିଛି । ଖାଲି ଦୀପିକାଙ୍କ ନାମ ନୁହେଁ ଅଭିନେତ୍ରୀ ଦିଶା ପଟାନୀଙ୍କ ନାମ ମଧ୍ୟ ଯୋଡା ଯାଇଥିଲା ।
ଏହି ଖବର ମଧ୍ୟରେ ଏକ ତାଜା ଖବର ଶୁଣିବାକୁ ମିଳୁଛି । ଯାହା ଶୁଣି ସଲମାନଙ୍କ ଫ୍ୟାନ୍ସ ଖୁସିରେ ପାଗଳ ହୋଇଯିବେ ।
ପ୍ରକାଶ ଥାଉକି ମେକର୍ସ 'କିକ-2' ପାଇଁ ନା ଦୀପିକାଙ୍କୁ ନେବେ ନା ହିିଁ ଜ୍ୟାକଲୀନଙ୍କୁ । ବରଂ ସେ ସଲମାନଙ୍କ ଅପୋଜିଟରେ ଏକ ନୂଆ ଚେହେରାକୁ ଦେଖାଇବାର ପ୍ଲାନ କରୁଛନ୍ତି ।
ଆଜ୍ଞା ହଁ, ଆପଣ ଯାହା ଶୁଣିଲେ ଏକତମ ସତ କଥା । ମେକର୍ସ ବର୍ତ୍ତମାନ ଫିଲ୍ମର ଷ୍ଟାରକାଷ୍ଟ ଖୋଜିବାରେ ଲାଗିପଡିଛନ୍ତି । ଏହି ଫିଲ୍ମରେ ନୂଆ ଚେହେରାଙ୍କୁ ଦେଖାଇବାକୁ ନେଇ ଖୁବ୍ ଉତ୍ସାହିତ ମେକର୍ସ ।